ପୃଷ୍ଠା:Alankara Bodhodaya.pdf/୬୮

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ହେ ରାଜନ୍ ଆପଣଙ୍କ କରକଚ୍ଛଦ୍ରୁମରୁ ଯଶ ସମୁଦ୍ର ଜାତ ହେଲା । ସମୁଦ୍ରରୁ କଚ୍ଛଦ୍ରୁମ ଜାତ ହୁଏ, ଅତ୍ର କଚ୍ଛଦ୍ରୁମରୂପ କାର୍ଯ୍ୟରୁ ସମୁଦ୍ରରୂପ କାରଣ ଜାତ ଜୋହଳ| | ବିଶେଷୋକ୍ତାଖ୍ଯାନଂ - ସମ୍ପୁର୍ଣ୍ଣ କାରଣ ଥାଇ କାର୍ଯ୍ୟର ଅନୁତ୍ପତ୍ତିକୁ - ଯଥା, ସ୍କୁରଦୀପ ଜଳିଲେ ମଧ୍ୟ ହୃଦୟରୁ ସ୍ନେହ କ୍ଷୟ ନେହିଲା । ଅତ୍ର ଦୀପଜ୍ବଳନରୂପ କାରଣ ଥାଇ, ସ୍ନେହକ୍ଷୟ ରୂପ କାର୍ଯ୍ୟର ଅନୁତ୍ପତ୍ତି ହେଲା । ଅସମ୍ଭବାଳୀ - ଅର୍ଥନିଷ୍ପରିର ଅସମ୍ଭାବନୀୟତ୍ନ ବର୍ଣ୍ଣନକୁ - ଯଥା, ଗୋପଶିଶୁ ଶୈଳେପ୍ଟନ କରିବେ ଏହା କିଏ ଜାଣିଥୁଳା ! ଅତ୍ର ଶିଶୁଦ୍ବାରା ଶୈଳୋତ୍ପାଟନ ଅସମ୍ଭବ । ଅସଙ୍ଗତ୍ଯଜୀ - କାର୍ଯ୍ୟ ଓ ହେତୁ, ଦୁହିଙ୍କ ବିରୁଦ୍ଧ, ଭିନ୍ନ ଦେଶାବସ୍ଥାନ ବର୍ଣ୍ଣନକୁ -, ଜଳଧରମାନେ ବିଷ ପାନ କଲେ, ପଥୁକାଙ୍ଗନାମାନେ ମୂର୍ତ୍ତିତ ହେଲେ । ଯେ ବିଷ ପାନକଲା। ସେ ମୃଚ୍ଛିତ ହେବାର ଉଚିତ, ଅତ୍ର ତାହା ନ ହେବାରୁ ଅସଙ୍ଗତି ହେଲା ! ବିଷମାଙ୍କ – ଅନନୁରୂପ ପଦାର୍ଥ ଦୁହିଙ୍କର ଘଟନା ଯେଉଁଠାରେ ବର୍ଣ୍ଣିତ ହେବ - ଶିରୀଷ କୋମଳ ସୀତାଙ୍କ ଚରଣ ତଳ କେଉଁଠାରେ, ଅତି କଠିନ ଦୁର୍ଗମବନ ପ୍ରଦେଶ ଜେଉଁଠାରେ ? ଅତ୍ର କୋମଳ, କଠିନ ଏ ଦୁହିଁଙ୍କର ଅନନୁରୂପତା ବର୍ଣ୍ଣିତ ହେଲା ! ୨ୟ ବିଷମାଳୀ - ଭିନ୍ନରୂପ କାର୍ଯ୍ୟୋତ୍ପରିକୁ - ଯଥା, ଆପଣଙ୍କର ଶ୍ୟାମୀ କୃପାଣିକା [ଖଡ଼୍] ଧବଳ କୀର୍ଭିକି ଜାତକରୁଅଛି । ୩ୟ ବିଷମାଳୀ - ଇଷ୍ଟାର୍ଥ ଉଦ୍ୟମରୁ ଅନିଷ୍ଟାର୍ଥପ୍ରାପ୍ତିର୍କି - ଯଥା, ଭକ୍ଷଦ୍ରବ୍ୟ ପାଇବା ଇଚ୍ଛାରେ ମୂଷିକ ସର୍ପପେଟିକୁ ଦଂଶନ କରିବାରୁ ସର୍ପ ଦ୍ବାରା ଭକ୍ଷିତ ହେଲା । ସମାଳୀ - ଦୁଇ ଅନୁରୂପ ପଦାର୍ଥର ବର୍ଣ୍ଣନକୁ - ଯଥା, ଗଙ୍ଗା ମହାଦେବଙ୍କ ମସ୍ତକକୁ ଆପଣାର ଅନୁରୂପ ସ୍ଥାନ କରି ପାଇ ଅଛନ୍ତି । ୨ୟ ସମାଳୀ - କାରଣ ସହିତରେ କାର୍ଯ୍ୟର ସମାନ ରୂପତାକୁ - ଯଥା, ହେ ଲକ୍ଷ୍ମୀ ! ଆପଣ ଜକରୁ ଜାତ ହୋଇଥୁବାରୁ ନୀଚଗାମୀ ହୋଇଅଛ, ଏହା ଆପଣଙ୍କର ଉଚିତ । ଅତ୍ର କାରଣ ଜନ୍ମ ନୀଚଗାମୀ ହେବାରୁ, କାର୍ଯ୍ୟ ଲକ୍ଷ୍ମୀ ନୀଚ [ନୀଚ ଲୋକ ]