ପୃଷ୍ଠା:Alankara Bodhodaya.pdf/୬୯

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାସୁଦେବ ଗ୍ରନ୍ଥାବଳୀ ଗାମୀ ହେବାର ସମାନ ବର୍ଣ୍ଣନ ହେଲା । ୩ୟ ସମାଙ୍କୀ - ଯେଉଁ ଅର୍ଥର ଉଦ୍ୟମ ହୋଇଥାଏ। ସେ ଯେବେ ଅନିଷ୍ଟ ବ୍ୟତିରେକରେ ସିଦ୍ଧ ହୁଏ - ଯଥା, ହେ ମିତ୍ର, ଆପଣ ଯାହା ବାରଣାର୍ଥୀ ହୋଇଥୁଳା ତୁମ୍ବର ବାରଣ କଲାଭଟି ଯୁକ୍ତ ଅତ୍ର ଏ ନିବାରଣ ଦ୍ବାରା ଶ୍ଳେଷବଳରୁ ହସ୍ତିପ୍ରାପ୍ତି ହେବାର ସୂଚିତ ହେଲା । ଏହାର ତାତ୍ପର୍ଯ୍ୟ ଏହି - ରାଜଦ୍ବାର ବିଳମ୍ବକାର୍ଯ୍ୟ ସାଧକ ହୁଏ । ବିଚିତ୍ରାଳୀ - ଫଳେଚ୍ଛା ଦ୍ବାରା ବିପରୀତ ପ୍ରଯତ୍ବକୁ - ଯଥା, ସଜନମାନେ ଉନ୍ନତିର୍କି ଲଭିବା ପାଇଁ ନମ୍ର ହୁଅନ୍ତି । ଅଧକାଳୀ - ପୃଥୁଳାଧାରରୁ ଅଧେୟର ଅଧକ୍ୟ ବର୍ଣ୍ଣନକୁ - ଯଥା, ଯେଉଁ ମହାଜନୌଘରେ ଅନେକ ବ୍ରହ୍ମାଣ୍ଡମାନେ ବରିଅଛନ୍ତି ତହିଁରେ ଆପଣଙ୍କ ଗୁଣମାନେ ସମ୍ଭବୁନାହାନ୍ତି । ଅତ୍ର ଜଳ ଆଧାର, ଗୁଣ ଆଧେୟ । ଅଛାଳୀ° – ଆଥେୟର ସୂକ୍ଷ୍ମତ୍ ହେତୁରୁ ଆଧାରର ସୃଷ୍ଟତା ବର୍ଣ୍ଣନକୁ -- , ମଣିଖଚିତ ମୁଦ୍ରିକା ବିରହିଣୀ କରରେ ଜପମାଳିକା ପରି ହୋଇଅଛି । ଅନେନ୍ଲେନ୍ଯକ୍ୟ - ପରସ୍ପର ଉପକାର ବର୍ଣ୍ଣନକୁ - ଯଥା, ତ୍ରିଯାମୀ ଶଶୀଦ୍ବାରା ଶୋଭିତ, ଶଶୀ ତ୍ରିଯାମ ଦ୍ବାରା ଶୋଭିତ ହୋଇଅଛନ୍ତି । ବିଶେଷାଳୀ - ପ୍ରସିଦ୍ଧ ଆଧାର ବ୍ୟତିରେକେ ଆକ୍ଷେଧୟର ବର୍ଣ୍ଣନକୁ - ଯଥା, ସୂର୍ଯ୍ୟ, ଅସ୍ତ ହେଲା ଉତ୍ତାରୁ ତାଙ୍କ କିରଣମାନେ ଦୀପରେ ରହି, ଅନ୍ଧକାରକୁ ହରଣ କରୁ ଅଛନ୍ତି । ଅତ୍ର ସୂର୍ଯ୍ୟ ଆଧାର । ୨ୟ ବିଶେଷାଳୀ - ଏକ ପଦ୍ୟର୍ଥ ଯେବେ ଅନେକ ସ୍ଥାନରେ ବର୍ଣ୍ଣନା କରିବାକୁ , ସେହି ନନ୍ଦସୁତ ମୋହୋର ଅନ୍ତରେ, ବାହ୍ୟରେ, ଅଗ୍ରରେ, ପୃଷ୍ଠରେ, ସର୍ବ ଦେଶରେ ଦୃଶ୍ୟ ହେଉଅଛନ୍ତି । ୩ୟ ବିଶେଷଳ* - କିଞ୍ଚୁତ୍ ଆରମ୍ଭରୁ ଅଶକ୍ୟ ପଦାର୍ଥନ୍ତର ଲାଭକୁ - ଯଥା, ହେ ରାଜନ୍, ଆପଣଙ୍କୁ ଦେଖିବାରୁ ମୁଁ କନ୍ଧର୍ବବୃକ୍ଷକୁ ଦେଖିଲି । ବ୍ୟାଘାତାଳୀ - ଯାହାଦ୍ବାରା ଯେଉଁ କାର୍ଯ୍ୟ ନ ହୁଏ, ତାହାଦ୍ବାରା ସେହି କାର୍ଯ୍ୟ କରଣକୁ - ଯଥା,