ପୃଷ୍ଠା:Alankara Bodhodaya.pdf/୭୨

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅତ୍ର ମହାମ୍ବାମାନଙ୍କର ଦୁସ୍ତର କି ? ଏ ସାମାନ୍ୟ ଉକ୍ତି, ହନୁମାନ୍ ଅବ୍ଧକି ତରିଜୋ ଏ ବିଶେଷୋକ୍ତି । ୨ୟ ଅର୍ଥାନ୍ତରନ୍ଯାସାଳୀ - ଗୁଣବନ୍ତ ସଂସର୍ଗରୁ ଅଚ୍ଛବ୍ୟକ୍ତିର ଗୌରବପ୍ରାପ୍ତିକୁ - Q2), ପୁଷ୍ପମାଳା ସଂସର୍ଗରୁ ସୂତ୍ର ଶିରରେ ଧୂତ ହେଲା । ବିକସ୍ବରାଙ୍କୀ - ଯେଉଁଠାରେ ବିଶେଷ କଥାନାନନ୍ତର ସାମାନ୍ୟ କଥନ ହୋଇ, ତସିଦ୍ଧି ନିମିତ୍ତ ପୁନର୍ବିଶେଷ କଥନ ହୁଏ - ଯଥା, ନେପାଳ ରାଜା ଜିତ ସେନାହିଲେ, ମହଦ୍ ବ୍ୟକ୍ତିମାନେ ଦୁର୍ବର୍ଷ, ଯଥା ସମୁଦ୍ରମାନେ | ଅତ୍ର ପ୍ରଥମରେ ଜିତ ନୋହିବାର ବିଶେଷ, ମହଦ୍ ବ୍ୟକ୍ତିମାନେ ଜିତ ନେହିବାର ସାମାନ୍ୟ, ସମୁଦ୍ର ଉଦାହରଣ ପୁନର୍ବିଶେଷ କଥନ ହେଲା । ପ୍ରୋଡ୍ରୋକ୍ତି ଅଳଙ୍କ - ଉତ୍କର୍ଷର ଅହେତୁରେ ତତ୍ତେତୁଡ଼୍ କଳ୍ପନାକୁ - ଯଥା, କେଶମାନେ, କଳିନ୍ଦଜ୍ୟ ତୀର ତମାଳ ସ୍ତୋମ ପରି ମେବକ (କଳା) ହୋଇଅଛନ୍ତି । - ଅତ୍ର କଳିନ୍ଦଜା ବିଶେଷଣ, କାଳିମାଉତ୍କର୍ଷର ଅହେତୁ, ତହିଁରେ ସେହି କାଳିମାର ଉତ୍କର୍ଷ ହେତୁହୂ କହ୍ନା, କବି ପ୍ରୋଡ୍ରୋକ୍ତି ମାତ୍ର । ଏବଂଚ, କଳିନ୍ଦଜ୍ୟ ଦି ବିଶେଷଣରେ କବି ପ୍ରୋଡ୍ରୋକ୍ତି ଏହିକି କଳିନ୍ଦଜା (ଯମୁନା) ସ୍ବଭାବନୀଳ, ତାଙ୍କ ତୀର ତମାଳ ବୋଲିବାରୁ ଅତି ନୀଳତାର ଦେବ୍ୟାତଜ, ତହିଁରେ ସ୍ତୋମ ଶବ୍ଦ ତତୋଽଧକ ଦେବ୍ୟାତକ । ସମ୍ଭାବନାଳବଂ - ଅନ୍ୟର ସିଦ୍ଧି ନିମିତ୍ତ ଏପରି ହେଲେ ଏପରି ହୁଅନ୍ତା; ଏତାଦୃଶ ତର୍କଣାକୁ - ଯଥା, ଯେବେ ଶେଷଦେବ ବକ୍ତା ହୁଅନ୍ତେ ତେବେ ଆପଣଙ୍କ ଗୁଣମାନେ କୁହାଯାନ୍ତେ । ଯଥା ବା ଯେବେ ମୁଁ, ବିଧାତା ହୋଇଥାନ୍ତି, ତେବେ କସ୍ତୁରି ମୃଗନାଭିରେ କସ୍ତୁରି ନ ‘ ରଖି ଖଳଜିହ୍ବାରେ ରଖିଥାନ୍ତି ଯେ ଲୋକମାନେ ତା' ଜିହ୍ବାକୁ ଛେଦନ କରି, କସ୍ତୁରି ଆଣୁଥାନ୍ତେ | ମିଥ୍ୟାଧବସିତାଳୀ - କିଛି ମିଥ୍ୟ ସିଦ୍ଧି ନିମିତ୍ତ ମିଥ୍ୟାନ୍ତର କଳ୍ପନାକୁ - ଯଥା, ଏହାଙ୍କର ଅନ୍ଧକାର ସଦୃଶ କୀର୍ତିକୁ ବନ୍ଧ୍ୟା ଗର୍ଭ ସମ୍ମୁତ ମୂକ ବ୍ୟକ୍ତିମାନେ ଅଷ୍ଟମ ସ୍ବର ଦ୍ବାରୀ, କୂର୍ମ ସ୍ତ୍ରୀ ଦୁଗ୍ଧସମୁଦ୍ରତୀରରେ ଗାନ କରୁଅଛନ୍ତି । ଲଳିତାଳୀ - ପ୍ରସ୍ତୁତାର୍ଥରେ ବର୍ଣ୍ଣ ବାକ୍ୟାର୍ଥର ପ୍ରତିବିମ୍ବା ବର୍ଣ୍ଣନକୁ - ଯଥା, ଏକ ବ୍ୟକ୍ତି ଉଦ୍ଦେଶ୍ୟରେ ଏକ ବ୍ୟକ୍ତି କହୁଅଛି - ନୀର ଗତ ହେଲା ଉତ୍ତାରୁ ସେତୁବନ୍ଧନ ଜରୁଅଛି; ଅତ୍ର ଯୌବନ ଗଲା ଉତ୍ତାରୁ