ପୃଷ୍ଠା:Alankara Bodhodaya.pdf/୭୩

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାସୁଦେବ ଗ୍ରନ୍ଥାବଳୀ


ବିବାହ ହେଉଅଛି; ଏପରି ବାକ୍ୟ ନ କହି ତାହାରି ପ୍ରତିବିମ୍ବରୂପରେ ଏହି ବାକ୍ୟାନ୍ତର ବର୍ଣ୍ଣନ କଲା । ପ୍ରତ୍ବର୍ଷଣାଳୀ - ଉପାୟସିଦ୍ଧବ୍ଯର୍ଥ ପ୍ରଯତ୍ନନ୍ତୁ ସାକ୍ଷାତ ଫଳ ଲାଭକୁ - ଯଥା, ନିଧପ୍ରାପ୍ତ ନିମିତ୍ତ ଅଞ୍ଜନୌଷଧ ଖେଳିବା ସ୍ଥାନରେ ନିଧ ପ୍ରାପ୍ତ ହେଲା । ବିଷାଦାଳୀ - ଇଷ୍ଟାର୍ଥରୁ ବିରୁଦ୍ଧାର୍ଥ ସଂପ୍ରାପ୍ତିକୁ - ଯଥା, ଦୀପ ଉଦ୍ଦୀପ୍ତକର ବୋଲିବା ସମୟରେ ଦୀପ ନିର୍ବାପିତ ହେଲା । ଉଲ୍କା ସାଳୀ - ଏକ ବ୍ୟକ୍ତିର ଗୁଣ ଦୋଷ ଦ୍ବାରା ଅନ୍ୟ ବ୍ୟକ୍ତିର ଗୁଣଦୋଷ କଥନକୁ - ଯଥା, ସାଧ୍ବସ୍ତ୍ରୀ ସ୍ନାନକଲେ ମୁଁ ପବିତ୍ର ହେବି ବୋଲି ଜାହ୍ମବୀ ଇଚ୍ଛା କରୁଅଛନ୍ତି । ଅବଜ୍ଞାଳ*କାର ଗୁଣଦୋଷ ଦ୍ବାରା ଗୁଣଦେବାଷ ନ ହେବାରୁ ଅବଜ୍ଞାଳୀକାର ବୋଲି । ଗୁଣରେ ଗୁଣାଭାବ - ଯଥା, ଘଟ ସମୁଦ୍ରକୁ ଗଲେ ମଧ୍ୟ ଆଚ୍ଛଜଳକୁ ଗ୍ରହଣ କରେ । ଦୋଷ ଜୋର ଦୋଷ ଭାବ ଯଥi, ପଦ୍ମମାନେ ଯେବେ ମୁଦ୍ରିତ ହୋଇଗଲେ ତେବେ ଅମୃତଦିଧତିଙ୍କ କି ହାନି ? । ଅନୁଜ୍ଞାଳୀ - ଗୁଣ ଦର୍ଶନରୁ ପ୍ରାର୍ଥନାକୁ - ଯଥା, ହେ ହନୁମନ୍, ଯାହା ଆପଣ ଉପକାର କଲା ତାହା ମୋହରିଠାରେ ଜୀର୍ଣ୍ଣ ହେଉ । ଯେଉଁ ହେତୁରୁ ପ୍ରତ୍ଯୁପକାରାର୍ଥୀ ନର, ବିପତ୍ତିକି ବାଞ୍ଛାକରେ; ଅର୍ଥାତ୍ ପରର ବିପରି ଜେନାହିଲେ ପ୍ରତ୍ଯୁପକାର ଘଟି ନପାରେ । ଦୋଷ ଗୁଣ ଦୁଇରେ ଗୁଣ ଦୋଷ କଜ୍ଜନୀକୁ ଲେଶାକାଂକୀର ବୋଲି । ଦୋଷରେ ଗୁଣ - ଯଥା, ହେ ଶୁକ, ଅଖିଳ ବିହଙ୍ଗମମାନେ ସେସ୍ବଚ୍ଛାବାରୀ ହେଲେ; ତୁ ଯାହା ବନ୍ଧନରେ ପଡ଼ିନ୍ତୁ ଏହା ତୋହର ମଧୁର ବଚନର ଫଳ ! ଗୁଣରେ ଦୋଷ - ଯଥା, ହେ ରାଜନ୍, ଆପଣ ସର୍ବଦାତା ବୋଲି ବୁଧମାନେ ମିଥ୍ୟାରେ କହୁଅଛନ୍ତି । ଯେଉଁ ହେତୁରୁ ଅରିମାନଙ୍କୁ ପୃଷ୍ଠ ନଦେଲ ଏବଂଚ, ପରଯୋଷିତ୍ବମାନଙ୍କୁ ବକ୍ଷସ୍ଥଳ ନ ଜୋଦଳା | ତଦ୍ଗୁଣାଳୀକାର - ସ୍ବଗୁଣତ୍ୟାଗରୁ ଅନ୍ୟ ସମ୍ବନ୍ଧିଗୁଣ ଗ୍ରହଣକୁ - ଯଥା, ନାସା ମୌକ୍ତିକ, ତୁମ୍ବର ଅଧର କାନ୍ତି ଦ୍ବାରା ପଦ୍ମରାଗମଣି ପରି ହୋଇଅଛି ।