ପୃଷ୍ଠା:Alankara Bodhodaya.pdf/୭୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ବାସୁଦେବ ଗ୍ରନ୍ଥାବଳୀ
୧୫୧
 

ବାଚ୍ୟ ବୋଲାଯାଏ । ଯଥା,

କଦଳୀ କଦଳୀ କରଭଃ କରଭଃ
କରିରାଜକରଃ କରିରାଜକରଃ ।
ଭୁବନ ତ୍ରିତୟେପି ବିରର୍ତ୍ତି ତୁଳା
ମିଦମୁରୁଯୁଗଂ ନ ଚମୂରୁଦୃଶଃ ।୦।

ଅର୍ଥ – ଏହି ଚମୂରୁଦୃକ୍ ସ୍ତ୍ରୀର ଉରୁଯୁଗ, ଭୁବନତ୍ରୟରେ, କାହାରି ସହିତରେ ସାମ୍ୟକୁ ଧାରଣ କରୁ ନାହିଁ ।
ଯଦ୍ୟପି କଦଳୀ ସହିତରେ ତୁଳନାକୁ ଲଭିବ ବୋଲିବ ସେ ତ ଅତ୍ୟନ୍ତ ଜଡ଼ତା (ଶୀତଳତା) ବିଶିଷ୍ଟ; କରଭଃ[୧] ବୋଲିବ ସେ ହ୍ରସ୍ୱ ପରିମାଣବିଶିଷ୍ଟ; କରିରାଜକର ବୋଲିବ ସେ ତ କର୍କଶତାଦିଗୁଣବିଶିଷ୍ଟ ।
ଅତ୍ର ଦ୍ୱିତୀୟ କଦଲ୍ୟାଦି ଶବ୍ଦ ପୁନରୁକ୍ତି ଭୟରୁ, ସାମାନ୍ୟ କଦଳୀରୂପ ବାଚ୍ୟାର୍ଥରେ ବାଧିତ ହୋଇ, ଜାଡ୍ୟାଦି ଗୁଣବିଶିଷ୍ଟ କଦଳୀ ରୂପାର୍ଥକୁ ବୋଧକଲା, ଜାଡ୍ୟାଦି ଗୁଣ ଏଠାରେ ବ୍ୟଙ୍ଗ୍ୟ; ଏହିପରି କରିରାଜକର ପ୍ରଭୃତିରେ ଜାଣିବ ।
ଅତ୍ୟନ୍ତ ତିରସ୍କୃତବାଚ୍ୟ – ଯେ ସ୍ୱାର୍ଥକୁ ସର୍ବଥା ପରିତ୍ୟାଗ କରି ଅନ୍ୟ ଅର୍ଥରେ ପରିଣତ ହୁଏ ତାକୁ – ଯଥା,
ନିଶ୍ୱାସାନ୍ଧଇବାବର୍ଶ ଶ୍ଚନ୍ଦ୍ରମା ନ ପ୍ରକାଶତେ ।
ଅର୍ଥ – ନିଶ୍ୱାସ ଅନ୍ଧ ଦର୍ପଣ ପରି ଚନ୍ଦ୍ରମା ପ୍ରକାଶ ହେଉ ନାହାନ୍ତି ।
ଅତ୍ର ଅନ୍ଧଶବ୍ଦ, ନୟନହୀନ ରୂପାର୍ଥକୁ ନ ବୁଝାଇ ଧ୍ୱନିଦ୍ୱାରା ଅପ୍ରକାଶାର୍ଥକୁ ବୁଝାଇଲା ।
ବିବକ୍ଷିତାନ୍ୟପର ବାଚ୍ୟ ଦୁଇ ପ୍ରକାର । ଅସଂଲକ୍ଷକ୍ରମବ୍ୟଙ୍ଗ୍ୟ ଓ ସଂଲକ୍ଷକ୍ରମବ୍ୟଙ୍ଗ୍ୟ ।
ଅସଂଲକ୍ଷ୍ୟକ୍ରମବ୍ୟଙ୍ଗ୍ୟ, ବିଭାବାଦି ଦ୍ୱାରା ଜାତ ହେବାରୁ ତହିଁରେ କ୍ରମ[୨] ଅବଶ୍ୟ ଅଛି, କିନ୍ତୁ ଉତ୍ପଳଶତପତ୍ରର ଏକକାଳୀନ ଭେଦ ପରି ସୂକ୍ଷ୍ମ ହେବାରୁ ସଂଲକ୍ଷ ହୋଇ ନପାରେ । ଅତଏବ ରସଭାବାଦି ଏହାର କେବଳ ବ୍ୟଙ୍ଗ୍ୟ ହେବାରୁ ବିବରଣ କରା ନଗଲା ।
ସଂଲକ୍ଷ୍ରକ୍ରମବ୍ୟଙ୍ଗ୍ୟ ତିନି ପ୍ରକାର ! ଶବ୍ଦଶକ୍ତ୍ୟୁଦ୍ଭବ, ଅର୍ଥଶକ୍ତ୍ୟୁଦ୍ଭବ ଓ ଉଭୟଶକ୍ତ୍ୟୁଦ୍ଭବ ।
ଶବ୍ଦଶକ୍ତ୍ୟୁଦ୍ଭବଧ୍ୱନି ବସ୍ତୁ ଅଳଂକାର ଭେଦରେ ଦୁଇ ପ୍ରକାର, ଯଥା, ବସ୍ତୁରୂପ ‌‌

  1. ମଣିବନ୍ଧାଦାକନିଷ୍ଟଂ କରସ୍ୟ କରଭୋବହିଃ ।
  2. ଏକ ଶବ୍ଦାର୍ଥର ସମ୍ବନ୍ଧିଦ୍ୱାରା ଅପରାର୍ଥ ବୋଧନକୁ କ୍ରମ ବୋଲି ।