ପୃଷ୍ଠା:Alankara Bodhodaya.pdf/୭୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫୪
ବାସୁଦେବ ଗ୍ରନ୍ଥାବଳୀ
 

ସ୍ୱତଃସମ୍ଭବି-ଅଳଂକାରଦ୍ୱାରା ବସ୍ତୁଧ୍ୱନି - ଯଥା,
ଆପତନ୍ତଃ ମମୁଂଦୂରା ଦୂରୀକୃତ ପରାକ୍ରମଃ ।
ବନୋବଲୋକୟାମାସ ମାତଙ୍ଗ ମିବ କେଶରୀ ।।
ଅର୍ଥ – ପରାକ୍ରମଶାଳୀ ବଳଦେବ, ବେଣୁଦାରି ନାମକ ରାଜାଙ୍କୁ, କେଶରୀ, ହସ୍ତୀକୁ ଦେଖିଲା ପରି ଅବଲୋକନ କଲେ ।
ଅତ୍ର ହସ୍ତୀକି ସିଂହ ଦେଖିଲାପରି ଏହି ସ୍ୱତଃସମ୍ଭବୀ ଉପମାଳଂକାର ରୂପ ଅର୍ଥଦ୍ୱାରା ବଳଦେବ କ୍ଷଣ ମାତ୍ରରେ ବେଣୁଦାରିଙ୍କର କ୍ଷୟ କରିବେ ଏହି ବସ୍ତୁ ଧ୍ୱନିତ ହେଲା ।
ସ୍ୱତଃସମ୍ଭବି-ଅଳଂକାରଦ୍ୱାରା ଅଳଂକାରଧ୍ୱନି – ଯଥା,
ଗାଢ଼କାନ୍ତ ଦଶନକ୍ଷତବ୍ୟଥା ସଙ୍କଟାଦରି ବଧୂଜନସ୍ୟ ଯଃ ।
ଓଷ୍ଠ ବିଦ୍ରୂମ ଦନାନ୍ୟମୋଚୟନ୍ନିର୍ଦଶନ୍ ଯୁଧିରୁଷା ନିଜାଧରଂ ।।
ଅର୍ଥ - ରାଜା ଯୁଦ୍ଧରେ ନିଜାଧରକୁ ଦଂଷ୍ଟକରି, ଶତ୍ରୁ ସ୍ତ୍ରୀମାନଙ୍କର ଓଷ୍ଠ ଦିଦ୍ରୁମଦଳମାନଙ୍କୁ କାନ୍ତର ନିବିଡ଼ ଦନ୍ତକ୍ଷତ ବ୍ୟଥା ସଂକଟରୁ ମୁକ୍ତ କରାଇଲେ ।
ଅତ୍ର ନିଜାଧରକୁ ଦଂଷ୍ଟକରିବା; ଶତ୍ରୁ ସ୍ତ୍ରୀ ଅଧରକୁ, କାନ୍ତଦନ୍ତକ୍ଷତ ପୀଡ଼ାରୁ ମୁକ୍ତ କରାଇବା ଏପରି ସ୍ୱତଃସମ୍ଭବୀ ବିରୋଧାଳଂକାର ଦ୍ୱାରା ଅଧର ନିର୍ଦିଂଷ୍ଟ ହେଲା; ଶତ୍ରୁମାନେ ବ୍ୟପାଦିତ ହେଲେ; ଏପରି ସମୁଚ୍ଚୟାଳଂକାର ବ୍ୟଙ୍ଗ୍ୟ ହେଲା ।
କବିପ୍ରୋଢ଼ୋକ୍ତି ସିଦ୍ଧ ବସ୍ତୁଦ୍ୱାରା ବସ୍ତୁଧ୍ୱନି - ଯଥା,
ସଜ୍ଜୟତି ସୁରଭି ମସୋନଭ ଆପଣୟତି ଯୁବତିଜନ ଲକ୍ଷସହାନ୍ ।
ଅଭିନବ ସହକାର ମୁଖାନ ନବ ପଲ୍ଲବ ପତ୍ର କାନନଙ୍ଗସ୍ୟଶହାନ୍ ।
ଅର୍ଥ – ଏହି ସୁରଭି ମାସ ଆକାଶକୁ ହଟ୍ଟ (ହାଟ) ପରି କରୁଅଛି ।
ଏବଂଚ ଯୁବତୀଜନ ହୃଦୟ ଭେଦନ ସମର୍ଥ ନବ ପଲ୍ଲବ ପତ୍ର (ପକ୍ଷ) ବନ୍ତ ଅଭିନବ ସହକାର ପ୍ରମୁଖ ଅନଙ୍ଗ ଶରମାନଙ୍କୁ ନିର୍ମାଣ କରୁଅଛି ।
ଅତ୍ର ବସନ୍ତ ଶରନିର୍ମାଣକାରୀ କନ୍ଦର୍ପ ଧନ୍ୱୀ , ଯୁବତୀମାନେ ଲକ୍ଷ, ପୁଷ୍ପମାନେ ଶର, ଏହି କବିପ୍ରୋଢ଼ୋକ୍ତିସିଦ୍ଧ ବସ୍ତୁଦ୍ୱାରା ମଦନ ବିଜୃମ୍ଭଣ ରୂପ ବସ୍ତୁ ବ୍ୟଙ୍ଗ୍ୟ ହେଲା ।
କବିପ୍ରୋଢୋକ୍ତି ସିଦ୍ଧ ବସ୍ତୁଦ୍ୱାରା ଅଳଂକାରଧ୍ୱନି - ଯଥା,
ରଜନୀଷୁ ବିମଳ ଭାନୋଃ କରଜାଳେନ ପ୍ରକାଶିତଂ ବୀର ।
ଧବଳୟତି ଭୁବନମଣ୍ଡଳ ମଖିଳଂ ତବ କୀର୍ତ୍ତିସନ୍ତତିଃ ସତ‌ତଂ ।
ଅର୍ଥ - ହେ ବୀର ! ରଜନୀମାନଙ୍କରେ କେବକ ନିର୍ମଳ ଚନ୍ଦ୍ର କିରଣ ସମୂହଦ୍ୱାରା ପ୍ରକାଶିତ ଭୂବନ ମଣ୍ଡଳକୁ ଆପଣଙ୍କ କୀର୍ତ୍ତିସନ୍ତତି ସର୍ବଦା ଧବଳିତ