ପୃଷ୍ଠା:Alankara Bodhodaya.pdf/୮୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଅଳଂକାରବୋଧୋଦୟ
୧୫୫
 

କରୁଅଛି ।
ଅତ୍ର ବାକ୍ୟାର୍ଥ କବିପ୍ରୋଢ଼ୋକ୍ତି ସିଦ୍ଧବସ୍ତୁ; ତଦ୍ଦ୍ୱାରା କୀର୍ତ୍ତି ସନ୍ତତି ଚନ୍ଦ୍ରକରରୁ ଅଧିକ ଏପରି ବ୍ୟତିରେକାଳଂକାର ବ୍ୟଙ୍ଗ୍ୟ ହେଲା ।
କବିପ୍ରୋଢ଼ୋକ୍ତିସିଦ୍ଧ ଅଳଂକାରଦ୍ୱାରା ବସ୍ତୁଧ୍ୱନି – ଯଥା,
ଦଶାନନ କିରୀଟେଭ୍ୟ ସ୍ତ‌ତ୍‌କ୍ଷଣଂ ରାକ୍ଷସ ଶ୍ରିୟଃ ।
ମଣିବ୍ୟାଜେନ ପର୍ଯ୍ୟାସ୍ତାଃ ପୃଥିବ୍ୟାମଶ୍ରୁବିନ୍ଦବଃ ।
ଅର୍ଥ - ରାମଚନ୍ଦ୍ରଙ୍କର ଜନ୍ମକାଳରେ ରାବଣଙ୍କ ମୌଳି-ସ୍ଥିତ କିରୀଟ ରତ୍ନମାନଙ୍କର ଯାହା ପତନ ହେଲା, ତାହା ବ୍ୟାଜ ମାତ୍ର; କିନ୍ତୁ ପ୍ରକୃତରେ ସେହିମାନେ କେବଳ ରାକ୍ଷସଲକ୍ଷ୍ମୀଙ୍କର ଅଶ୍ରୁବିନ୍ଦୁସ୍ୱରୂପ ତତ୍‌କ୍ଷଣାତ୍ ପୃଥ୍ୱୀରେ ପଡ଼ିଲେ ।
ଅତ୍ର ରାବଣମୌଳି କିରୀଟରତ୍ନ ପତନ ବ୍ୟାଜରୂପ କବି ପ୍ରୋଢୋକ୍ତିସିଦ୍ଧ ଅପ‌ହ୍ନବାଳଂକାରଦ୍ୱାରା ଭାବୀ ରାକ୍ଷସଶ୍ରୀବିନାଶ ରୂପ ବସ୍ତୁଧ୍ୱନି ହେଲା ।
କବିପ୍ରୋଢୋକ୍ତିସିଦ୍ଧ ଅଳଂକାରଦ୍ୱାରା ଅଳଂକାରଧ୍ୱନି - ଯଥା,
ଧମ୍ମିଲ୍ଲେ ନବମଲ୍ଲିକା ସମୁଦୟୋ ହସ୍ତେ ସିତାମ୍ଭୋରୁହଂ
ହାରଃ କଣ୍ଠତଟେ ପୟୋଧରଯୁଗେ ଶ୍ରୀଖଣ୍ତ ଲେପୋଘନଃ ।
ଏକୋପି ତ୍ରିକଳିଙ୍ଗ ଭୂମିତିଳକ ! ତ୍ୱତ୍କୀର୍ତ୍ତି ରାଶିର୍ଯ‌ଯୌ
ନାନାମଣ୍ଡନତାଂ ପୁରନ୍ଦରପୁରୀ ବାମଭ୍ରୁବାଂ ବିଗ୍ରହେ || ୦ ||
ଅର୍ଥ – ହେ ତ୍ରିକଳିଙ୍ଗ ଭୂମିତିଳକ ! ଆପଣଙ୍କର ଏକ କୀର୍ତ୍ତି ପୁରନ୍ଦରପୁର ସ୍ତ୍ରୀମାନଙ୍କ ବିଗ୍ରହରେ ନାନାପ୍ରକାର ମଣ୍ଡନତାକୁ ପ୍ରାପ୍ତ ହେଲା; ଯଥା, ଧମ୍ମିଲ୍ଲ (କେଶପାଶ)ରେ ନବମଲ୍ଲିକାସମୂହ, ହସ୍ତରେ ଶ୍ୱେତପଦ୍ମ, କଣ୍ଠରେ ମୁକ୍ତାହାର, ପୟୋଧରଯୁଗରେ ସାନ୍ଦ୍ରଚନ୍ଦନ ଲୋପ ହେଲା ।
ଅତ୍ର କୀର୍ତ୍ତି ଧମ୍ମିଲ୍ଲରେ ନବମଲ୍ଲିକାସମୂହ ହେଲା; ଇତ୍ୟାଦି କବିପ୍ରୋଢ଼ାକ୍ତିସିଦ୍ଧ ରୂପକାଳଂକାରଦ୍ୱାରା, ଆପଣ ଭୂଲୋକରେ ସ୍ଥିତ ହୋଇ ସ୍ୱର୍ଗସ୍ଥ ଲୋକମାନଙ୍କର ଉପକାର କରୁଅଛ ଏପରି ବିଭାବନାଳଂକାର ବ୍ୟଞ୍ଜିତ ହେଲା ।
କବିନିବଦ୍ଧ ବସ୍ତୁଦ୍ୱାର ବସ୍ତୁଧ୍ୱନି – ଯଥା,
ଶିଖରିଣି କନୁନ୍ନାମ କିୟଜିରଂ
କିମ‌ଭିଧାନ ମସାବକ ରୋତ୍ତପଃ ।
ସୁମୁଖି ! ଯେନ ତବାଧରପାଟଳଂ
ଦଶତି ବିମ୍ବଫଳଂ ଶୁକଶାବକଃ ।।
ଅର୍ଥ - ହେ ସୁମୁଖି ! ଏହି ଶୁକଶାବକ, କେଉଁ ପର୍ବତରେ କେତେକାଳ ବିଳମ୍ବକରି କେଉଁ ତପସ୍ୟା କରିଥିଲା ଯଦ୍ୱାରା ତ୍ୱଦୀୟ ଅଧରବତ୍ ପାଟକ ବିମ୍ବଫଳକୁ