ପୃଷ୍ଠା:Alankara Bodhodaya.pdf/୮୬

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାମଣ୍ଡା ବିଜ୍ଞାପନ ।* ଅଳଙ୍କାର ବୋଧୋଦୟ । ସାହିତ୍ୟ ଶବ୍ଦର ଅର୍ଥ, ସମ୍ୟକ୍‌ହିତ; ହିତ ଶବ୍ଦର ଅର୍ଥ, ବୁଦ୍ଧି ବିଷଦ ହେବା ନିମିତ୍ତ ବାକ୍ୟାର୍ଥଜ୍ଞାନ; ବାକ୍ୟାର୍ଥ ଜ୍ଞାନ, କେବଳ ବାକ୍ୟର ଅର୍ଥ ଜାଣିବାର ନୁହେ; କିନ୍ତୁ ଯୋଗ୍ୟତା ଆକାଂକ୍ଷା, ଆସରି ଏମାନଙ୍କଦ୍ବାରା ବାଜ୍ୟ କିପରି ସୁଘଟିତ ହୋଇଛି ଓ ବାକ୍ୟଗତ ଶବ୍ଦମାନେ କିପରି ବାଚକ, ଲକ୍ଷ୍ୟକ, ଓ ବ୍ୟଞ୍ଜକ ହୁଅନ୍ତି ଏବଂ ଅଭିଧା, ଲକ୍ଷଣା, ବ୍ୟଞ୍ଜନା କାହାକୁ ବୋଲି ଓ ବ୍ୟଞ୍ଜନା ଅଭିଧାମୂଳ ହେଲେ କିପରି ହୁଏ, ଲକ୍ଷଣାମୂଳ ହେଲେ କିପରି ହୁଏ ଏବଂ ଅର୍ଥରେ କେତେ ପ୍ରକାର ହୁଏ ଓ କେଉଁ ଶବ୍ଦ ଯୋଗରୁ ଶବ୍ଦମାନଙ୍କର ଅନ୍ୟ ଅର୍ଥ ହୁଏ ଓ ଶବ୍ଦମାନଙ୍କର ତାତ୍ପର୍ଯ୍ୟ କି ଅର୍ଥାତ୍ କେଉଁ ଶବ୍ଦର କେଉଁ ଅର୍ଥରେ ତାତ୍ପର୍ଯ୍ୟ ଏବଂ ବାକ୍ୟଜନ୍ୟ କେତେ ପ୍ରକାର ଦୋଷ ଓ ଦୋଷମାନଙ୍କର କିପରି ନିରାଶ ହୁଏ ଓ କେଉଁ କେଉଁ ଅଳଙ୍କାରରେ ବାକ୍ୟ ମଣ୍ଠିତ ହୁଏ ଓ କିପରି ଶବ୍ଦ ବିନ୍ଯସ୍ତ ହେବାରୁ ନାନାପ୍ରକାର ଅର୍ଥମାନେ ଧ୍ବନିତ ହୁଅନ୍ତି ଓ କେଉଁ ରସରେ କିପରି ଅକ୍ଷର ବିନ୍ୟାସ ହୁଏ ଇତ୍ୟାଦି ନାନାପ୍ରକାର ଜାଣିବାକୁ ହେବ ! ଏପରିସ୍ଥଳେ କେବଳ ସାଧୁଭାଷା ଘଟିତ ଗଦ୍ୟ ପଦ୍ୟନିର୍ମିତ ଗ୍ରନ୍ଥକୁ ସାହିତ୍ୟ ବୋଇଲେ ।ଏକଥାଟି ବାସ୍ତବିକ ସୁଧୀଶ୍ରାବଣୀ ହେବ ବୋଲି ବୋଧ ହୁଏ ନାହିଁ । ବାକ୍ୟାର୍ଥ ଜ୍ଞାନ ଅଳଙ୍କାର ଶାସ୍ତ୍ରରେ ପ୍ରାୟ ଭଲ ହୁଏ, ଅତଏବ ଏହି ଅଳଙ୍କାରବୋଧୋଦୟ ଅଳଙ୍କାର ଶାସ୍ତ୍ରର ସାରା°ଶ ଉଦ୍ଧୃତ, ଏହା ଭାଷାଭିଳାଷୀ ସ୍କୁଲୀୟ ଛାତ୍ରମାନଙ୍କର ବାକ୍ଯର୍ଥଜ୍ଞାନର ସୋପାନ ବୋଇଲେ ଅତ୍ଯୁକ୍ତି ହେବନାହିଁ, ବିଶେଷତଃ ଏହି ପୁସ୍ତକ ସଂସ୍କୃତାନଭିଜ୍ଞ ଉତ୍କଳୀୟ କବିମାନଙ୍କର ନିତାନ୍ତ ବାଞ୍ଚନୀୟ ହେବ ବୋଲି ଭରସା କର୍ଜୁ ଏହି ପୁସ୍ତକରେ କେତେକ ଅକ୍ଷର ଛାପାକାରିଙ୍କ ଦ୍ବାରା ବ୍ୟପାଦିତ ହୋଇଅଛି ତାହା ପାଠକମାନେ ମାର୍ଜନା କରିବେ । ଏହି ଗ୍ରନ୍ଥର ଆଦର ଜାଣିବା ନିମିତ୍ତ ଟ୦′ ମାତ୍ର ମୂଲ୍ୟ କରିଦିଆ ଯାଇଅଛି ଯଦ୍ୟପି ସ୍କୁଲରେ ବ୍ୟବହାର ହେବ ତେବେ ଅର୍ଜେକ ମୂଲ୍ୟରେ ଛାତ୍ରମାନଙ୍କୁ ଦିଆଯିବ । ଏହି ପୁସ୍ତକ କଟକ ପ୍ରିଣ୍ଟି°କଂପାନି ଓ ଶ୍ରୀ ରାମପ୍ରସନ୍ନ ମୁଖୋପାଧ୍ୟାୟ କଟକ ଓ ଶ୍ରୀଧରଣୀ ଧର ମିଶ୍ର ସମ୍ବଲପୁରଙ୍କ ଦୋକାନରେ ପ୍ରାପ୍ତବ୍ୟ । ଶ୍ରୀଯୁତରାଜା । କି । ବାମଣ୍ଡା । କଟକ [* ଉତ୍କଳ ଦୀପିକା ୨୧ ! ୨୬ ତା ୨୬-୬-୧୮୮୬ରିଖ ସଂଖ୍ୟାରୁ ଗୃହୀତ ।]