ଶିରା ନାହିଁ । ଏହା ବାହାରର ଜଳ,ବାୟୁ ଓ ଅନ୍ୟାନ୍ୟ ଜିନିଷ ସହିତ
ଘଷି ହୋଇ ସଦାବେଳେ କ୍ଷୟପ୍ରାପ୍ତ ହେଉଥାଏ ଏବଂ ପୁରୁଣା ମଳିଚମ
ବଦଳରେ ନୂଆ ମଳିଚମ ଜାତ ହୋଇ କ୍ଷୟ ହେଉଥିବା ମଳିଚମର
ସ୍ଥାନ ପୂରଣ କରୁଥାଏ । ଏହି ମଳିଚମ ତଳେ ଏକ ପ୍ରକାର
ରଙ୍ଗ ଅଛି । ତାହା ଯୋଗେ ଲୋକ କଳା, ଗୋରା, ସାବନା ଆଦି
ହୋଇଥାଏ । ଯେଉଁ ସ୍ଥାନରେ ସୂର୍ଯ୍ୟକିରଣ ପ୍ରଖର, ସେଠାରେ
ଏହି ରଙ୍ଗ ବେଶୀ କଳା ହୁଏ; ତେଣୁ ସେଠାର ଲୋକମାନେ
ଦେଖିବାକୁ କଳା ହୁଅନ୍ତି । ଆମର ଯେଉଁ ବାଳ, ନଖ ଆଦି ଅଛି
ତାହା ଏହି ମଳିଚମର ରୂପାନ୍ତର ମାତ୍ର ।
ମଳିଚମ ତଳକୁ ଅନ୍ତସ୍ତ୍ୱକ (Dermis) । ଏଠାରେ ରକ୍ତ ଯିବା ଆସିବା ପାଇଁ ଜାଲକ ଆଦି ଅଛି । ଯେଉଁ ଯନ୍ତ୍ର ସାହାଯ୍ୟରେ ଆମେ ସ୍ପର୍ଶ କରି ଜାଣି ପାରୁଁ, ତାହା ଚମର ଏହି ପରସ୍ତରେ ଅଛି । ଏହି ଯନ୍ତ୍ରକୁ ସ୍ପର୍ଶକନ୍ଦ (Tactile Corpuscles) କହନ୍ତି । ଏହା ସଜ୍ଞାବହା ନାଡ଼ୀର ଶେଷ ଅଂଶ । ଏହା ଦେହରେ କୌଣସି ଜିନିଷ ବାଜିଲେ କିମ୍ବା ଏହା କୌଣସି ଜିନିଷରେ ବାଜିଲେ, ସେ ସମ୍ବାଦ ସଂଜ୍ଞାବହା ନାଡ଼ୀ ସାହାଯ୍ୟରେ କେନ୍ଦ୍ରକୁ ଯାଏ; ତେଣୁ କୌଣସି ଜିନିଷ ବାଜିଲା ବୋଲି ଆମେ ଜାଣି ପାରୁଁ । ଟିପରେ ଓ ଜିଭ ଅଗରେ ଖୁବ୍ ବେଶୀ ସ୍ପର୍ଶକନ୍ଦ ଥିବାରୁ ଏହି ସବୁ ସ୍ଥାନଦ୍ୱାରା ବେଶୀ ଭଲରୂପେ ବାରି ହୁଏ ।
ଯେଉଁ ଯନ୍ତ୍ରରେ ଝାଳ ତିଆରି ହୁଏ, ତାହା ଚମ ଭିତରେ ରହିଥାଏ ଏବଂ ତାହା ଦେହରୁ ଗୋଟିଏ ଗୋଟିଏ ନଳୀ ଯାଇ