ପୃଷ୍ଠା:Ama Deha (BB Patnaik 1940) o.pdf/୧୧୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୮
ଆମ ଦେହ

ଆସିବାବେଳେ ଜିଭ, ତାଳୁ, ଦାନ୍ତ, ଓଠ ପ୍ରଭୃତିଙ୍କ ଦ୍ୱାରା ତାହାର ଅନେକ ପରିବର୍ତ୍ତନ ଘଟିଥାଏ; ତେଣୁ ଦାନ୍ତ ପଡ଼ିଗଲେ କିମ୍ବା ପକ୍ଷାଘାତ ପ୍ରଭୃତି ରୋଗରୁ ଓଠ ନ ଚଳିଲେ ଲୋକ ଖନେଲ ଖନେଇ କଥା କ‌ହେ । ସ୍ୱରଯନ୍ତ୍ର ସାହାଯ୍ୟରେ କଥା କହି ହୁଏ ସତ, କିନ୍ତୁ ଏହା ପାଇଁ ମସ୍ତିଷ୍କରେ ଗୋଟିଏ ନିର୍ଦ୍ଧିଷ୍ଟ କେନ୍ଦ୍ର ଅଛି । ସେହି କେନ୍ଦ୍ର ଦେହରୁ ସ୍ୱରଯନ୍ତ୍ରକୁ ନାଡ଼ୀ ଆସିଅଛି । କୌଣସି କଥା କହିବାକୁ ଇଚ୍ଛା କଲେ କେନ୍ଦ୍ର ଆଦେଶ ଦିଏ, ତେଣୁ ସ୍ୱରଯନ୍ତ୍ର ଟାଙ୍କି ହୁଏ ଓ ତା ମଧ୍ୟ ଦେଇ ପବନ ଯାଏ, ତେଣୁ ଶବ୍ଦ ଉଚ୍ଚାରିତ ହୁଏ । ସେହି ସମୟରେ ଜିଭ, ଓଠ ଆଦି ମଧ୍ୟ ସେମାନଙ୍କ କାର୍ଯ୍ୟ କରିବାରେ ଲାଗନ୍ତି । ସେମାନଙ୍କ ଦ୍ୱାରା ଶବ୍ଦ ଆବଶ୍ୟକମତେ ପରିବର୍ତ୍ତିତ ହୋଇ ଶେଷରେ ଯାହା କହିବାକୁ ଆମର ଇଚ୍ଛା ଥାଏ, ଠିକ୍ ସେହି ଆକାରରେ ବାହାରେ ।

ଆଗର ବୃକ୍କ, ସ୍ୱେଦଗ୍ରନ୍ଥି, ଲାଲ ଓ କ୍ଳୋମଗ୍ରନ୍ଥି ଆଦି ବିଷୟରେ କେତେକ କଥା କୁହାଯାଇଅଛି । ତଳେ ଆଉ କେତୋଟି ଗ୍ରନ୍ଥି ବିଷୟରେ ଦୁଇ ଚାରି କଥା କୁହାଗଲା ।

ଯକୃତ: - ଯକୃତ ସବୁଠାରୁ ବଡ଼ ଗ୍ରନ୍ଥି । ଏହା ପେଟଭିତରେ ଓ ମଧ୍ୟଚ୍ଛଦା ପେଶୀ ତଳକୁ ଅଛି । ଏହାର ବେଶିଭାର ଡାହାଣ ପାଖରେ; ବାମ ପାଖକୁ ସାମାନ୍ୟ କିଛି ମାଡ଼ିଛି । ଯକୃତରେ ପିତ୍ତ ତିଆର ହୁଏ ।

ପିତ୍ତ ଅଗ୍ନ୍ୟାଶୟ ରସ ସଙ୍ଗେ ମିଳି ଅନ୍ତମୂଳରେ ଆସି ପାକମଣ୍ଡ ସଙ୍ଗରେ ମିଶେ ଓ ତଦ୍ୱାରା ଖାଦ୍ୟ ଜୀର୍ଣ୍ଣ ହୁଏ । ଉଦ୍‌ବୃତ୍ତ ପିତ୍ତ ଗୋଟିଏ ଛୋଟ ଥଳୀରେ ଜମା ହୋଇଥାଏ । ଏହି ଥଳୀକୁ ପିତ୍ତ-