ପୃଷ୍ଠା:Ama Deha (BB Patnaik 1940) o.pdf/୧୧୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୦
ଆମ ଦେହ

ଯିବାବେଳେ ଏହି ସାର ଭିତରୁ କେତେକ ଯକୃତ ଶୋଷି ନେଇ ଦେହର ଚାରିଆଡ଼କୁ ପଠାଏ ଓ ସେଠାରେ ଏହା ତନ୍ତୁମାନଙ୍କର କ୍ଷତିପୂରଣ କରି ସେମାନଙ୍କୁ ପୁଷ୍ଟ କରେ ଓ ବଢ଼ାଏ; ବାକି କେତେକ ଛେନାଜାତୀୟ ଖାଦ୍ୟସାର ଏବଂ ନଷ୍ଟ ଓ କ୍ଷୟିତ ତନ୍ତୁ ଏକାଠି କରି ଯକୃତ ତ‌ହିଁରୁ ଇଉରିଆ ତିଆରି କରେ; ବୃକ୍କ ଏହି ଛାଣି ପଦାକୁ ବାହାର କରିଦିଏ ।

ଶ୍ୱେତସାର ଜାତୀୟ ଖାଦ୍ୟସାର ରକ୍ତରେ ମିଶି ଯକୃତ ବାଟେ ଗଲାବେଳେ ଯକୃତ ତ‌ହିଁରୁ କେତେକ ଯାକୃତି ଶର୍କରା (Glycogen) ରେ ପରିଣତ କରି ନିଜ ଦେହରେ ରଖିନିଏ । ଦରକାର ବେଳେ ଏହି ସଞ୍ଚିତ ଶର୍କରା ଦେହର କାମରେ ଲାଗେ । କୌଣସି ବିଷାକ୍ତ ଜିନିଷ ଖାଇଦେଲେ ଯକୃତ ତାହାର ବିଷ ଅନେକ ପରିମାଣରେ କମାଇ ଦିଏ । ଏହା ଛଡ଼ା ଯକୃତ ଏପରି ଜିନିଷ ସଂଗ୍ରହ କରି ରଖିଥାଏ, ଯାହା କି ରକ୍ତ ତିଆରି ହେବାପାଇଁ ନିତାନ୍ତ ଦରକାର ।

ମୋଟ ଉପରେ କହିବାକୁ ଗଲେ ଯକୃତ ପିତ୍ତନାମକ ଏକ ପ୍ରକାର ପାଚକ ରସ ତିଆରି କରେ । ନଷ୍ଟ ଓ କ୍ଷୟିତ ତନ୍ତୁସବୁକୁ ଦେହରୁ ବାହାର କରିଦେବା ପାଇଁ, ତ‌ହିଁରୁ ଓ ଅଦରକାତୀ ଛେନାଜାତୀୟ ଖାଦ୍ୟରୁ ଇଉରିଆ ତିଆରି କରେ ଏବଂ ଚିନିଜାତୀୟ ଖାଦ୍ୟକୁ ଦେହର ଭବିଷ୍ୟତ୍ ପ୍ରୟୋଜନ ପାଇଁ ସଞ୍ଚି ରଖେ । ଏହା ଛଡ଼ା ବିଷାକ୍ତ ଜିନିଷ ଦେହକୁ ଗଲେ ତାହାର ବିଷ କମାଇ ଦିଏ ଓ ରକ୍ତ ତିଆରି ହେବାରେ ସାହାଯ୍ୟ କରେ ।

କେତେକ ଗ୍ରନ୍ଥି ଅଛନ୍ତି ଯେ ସେମାନେ ଯେଉଁ ରସ ତିଆରି କରନ୍ତି, ତାହା ଗୋଟିଏ ନଳୀବାଟେ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଏ ।