ପୃଷ୍ଠା:Ama Deha (BB Patnaik 1940) o.pdf/୧୧୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୩
ଆମ ଦେହ

ଅଗ୍ନ୍ୟାଶୟ (Pancreas):- ଅଗ୍ନ୍ୟାଶୟ ଅଗ୍ନ୍ୟାଶୟ-ରସ ତିଆରି କରିବା ଛଡ଼ା ଆଉ ଏକ ପ୍ରକାର ଅନ୍ତଃସ୍ରାବ ତିଆରି କରେ । ତାହା ରକ୍ତରେ ମିଶି ଯକୃତକୁ ଯାଏ ଏବଂ ଦେହର କାନରେ ଲାଗିବାଭଳି ଯେତିକି ଚିନି ଦରକାର, ତା'ଠାରୁ ବେଶୀ ଚିନି ରକ୍ତରେ ରଖାଇ ଦିଏ ନାହିଁ । ଅଗ୍ନ୍ୟାଶୟରେ କୌଣସି ପୀଡ଼ା ହେଲେ ତାହାର ଏହି ରସ କମିଯାଏ; ତେଣୁ ରକ୍ତରେ ଚିନି ଅଂଶ ବଳି ପଡ଼ିବାରୁ ତାହା ମୃତବାଟେ ବାହାରିବାକୁ ଲାଗେ ଓ ଫଳରେ ବହୁମୂତ୍ର ରୋଗ ହୁଏ ।

ଭୋକ:- ପାକସ୍ଥଳୀରୁ ଖାଦ୍ୟ ଶେଷ ହୋଇଗଲା ପରେ ଆସ୍ତେ ଆସ୍ତେ ତ‌ହିଁରେ ଥିବା ନାଡ଼ୀ ସବୁ ଉତ୍ତେଜିତ ହୁଅନ୍ତି; ତେଣୁ ଭୋକ କରେ । ପାକସ୍ଥଳୀକୁ ପୂରାଇ ଦେଲେ ଭୋକ ବନ୍ଦ ହୋଇଯାଏ ।

ଶୋଷ:- ଦେହର ଜଳଭାଗ କମି ଆସିଲେ ଗଳକକ୍ଷର ଉପର ଶୁଖିଯାଏ, ତେଣୁ ସେଠା ନାଡ଼ୀ ସବୁ ଉତ୍ତେଜିତ ହୁଅନ୍ତି, ଫଳରେ ଶୋଷ କରେ ।

ଦେହର ଗଠନ, ତ‌ହିଁରେ ଥିବା ଭିନ୍ନ ଭିନ୍ନ ଯନ୍ତ୍ର ଏବଂ ସେମାନଙ୍କ କାର୍ଯ୍ୟ ବିଷୟରେ କିଛି କିଛି କୁହାଗଲା । ବର୍ତ୍ତମାନ ଜନନେନ୍ଦ୍ରିୟ ଏବଂ ମନୁଷ୍ୟର ଜନ୍ମ ଓ ମରଣ ବିଷୟରେ ଦୁଇ ଚାରି କଥା କହି ଏହି ଅଦ୍ଭୁତ କଳଘରଟିର କଥା ଶେଷ କରାଯିବ ।