ପୃଷ୍ଠା:Ama Deha (BB Patnaik 1940) o.pdf/୧୨୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୮
ଆମ ଦେହ

ନାଡ଼ୀତନ୍ତ୍ର ଉତ୍ତେଜିତ ହୁଏ, ସେ ସମୟର ସମସ୍ତ ଲକ୍ଷଣ ପ୍ରକାଶ ପାଏ । ଅସଂଯତ ହେଲେ ଅତିରିକ୍ତ ଉତ୍ତେଜନାଦ୍ୱାରୀ ନାଡ଼ୀତନ୍ତ୍ର ଶିଥିଳ ହୋଇଯାଏ, ତେଣୁ ଦେହର ବହୁତ ଅପକାର ହୁଏ ଓ ତହିଁ ସଙ୍ଗେ ସଙ୍ଗେ ନାନାପ୍ରକାର ରୋଗ ଧରେ ।

ସ୍ତ୍ରୀ ଜନନେନ୍ଦ୍ରିୟ :- ସ୍ତ୍ରୀଲୋକମାନଙ୍କ ଜନନେନ୍ଦ୍ରିୟ ଟିକିଏ ଜଟିଳ । ଏହା ଡ଼ିମ୍ବକୋଷ, ଡ଼ିମ୍ବବାହୀ ନଳ, ଜରାୟୁ, ଯୋନି ଓ ଯୋନିଦ୍ୱାର ବା ପ୍ରସବଦ୍ୱାର ଏହି ପାଞ୍ଚ ଭାଗରେ ବିଭକ୍ତ । ଏଥି ସଙ୍ଗେ ସ୍ତନର ସମ୍ପର୍କ ଥିବାରୁ ତାହା ପ୍ରକୃତ ଜନନେନ୍ଦ୍ରିୟ ନ ହେଲେ ସୁଦ୍ଧା ତ‌ହିଁର ଗୋଟିଏ ଅଂଶ ବୋଲି ଧରାଯାଏ ।

ଡିମ୍ବକୋଷ (Ovary) :- ସ୍ତ୍ରୀମାନଙ୍କ ତଳିପେଟରେ ଦୁଇ ପାଖକୁ ଦୁଇଟି ଡ଼ିମ୍ବକୋଷ ଅଛି । ଏହି ଦୁଇ ଡ଼ିମ୍ବକୋଷ ମଝିରେ ଜରାୟୁ ରହିଅଛି । ଡ଼ିମ୍ବକୋଷ ଓ ଜରାୟୁ ଯେ ଏକାଠି ଲଗାଲଗି ହୋଇ ଅଛନ୍ତି ତାହା ନୁହେ, ଟିକିଏ ଛଡ଼ାଛଡ଼ି ହୋଇ ଅଛନ୍ତି । ଡ଼ିମ୍ବକୋଷ ଦେଖିବାକୁ ଅଣ୍ଡାପରି ଆଉ ଲମ୍ବରେ ପ୍ରାୟ ଦେଢ଼ଇଞ୍ଚ ହେବ । ଗୋଟାଏ ପରଦା ପରି ଚଉଡ଼ା ବନ୍ଧନୀ ଅଛି । ସେହି ବନ୍ଧନୀ ଦୁଇପାଖର ଦୁଇ ଡ଼ିମ୍ବକୋଷ, ଜରାୟୁ ଓ ଡିମ୍ବବାହୀ ନଳ ଏ ସମସ୍ତଙ୍କୁ ଯଥା ସ୍ଥାନରେ ରଖିଅଛି ।

ଡ଼ିମ୍ବକୋଷ ଭିତରଟା ମହୁଫେଣା ପରି ଅନେକଗୁଡ଼ିଏ ଅତି ସୂକ୍ଷ୍ମ କୋଠରୀରେ ବିଭକ୍ତ ହୋଇଅଛି । ଏହି କୋଠରୀ ଭିତରେ ଡିମ୍ବାଣୁ ଥାଏ ଓ ତହିଁରୁ ଏକ ପ୍ରକାର ରସ ବାହାରେ । ପ୍ରତ୍ୟେକ ଡ଼ିମ୍ବାଣୁ ଉପରେ ଗୋଟିଏ ଆବରଣ ଥାଏ । ଶିମୁଳିଫଳ ପାକଳ ହୋଇଗଲେ ତାହା ଯେପରି ଫାଟିଯାଏ ଓ ତହିଁରୁ ତୁଳା ବାହାରି