ପୃଷ୍ଠା:Ama Deha (BB Patnaik 1940) o.pdf/୧୨୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧୬
ଆମ ଦେହ

ଭଗପକ୍ଷ ଦୁହେଁ ଯେଉଁଠାରେ ଉପର ଆଡ଼କୁ ମିଳିଛନ୍ତି, ସେହି କଣରେ ଲିଙ୍ଗ ପରି ଗୋଟିଏ ଅଙ୍ଗ ଅଛି । ଏହାକୁ ଭଗାଙ୍କୁର (Clitoris) କହିନ୍ତି । ଏହା ହେଲା ସ୍ତ୍ରୀଲୋକମାନଙ୍କର ଇନ୍ଦ୍ରିୟତୃପ୍ତିର ପ୍ରଧାନ ଯନ୍ତ୍ର । ଉତ୍ତେଜନା ହେଲେ ଏହା ଉତ୍ତେଜିତ ଶିଶ୍ନ ପରି ଶକ୍ତ ହୋଇଯାଏ । ସାଧାରଣତଃ ଏହି ଭଗାଙ୍କୁରର ମୁଣ୍ଡଟି ବାହାରକୁ ଦେଖାଯାଉଥାଏ । ଭଗାଙ୍କୁରର ପ୍ରାୟ ଏକ ଇଞ୍ଚ ତଳକୁ ଏବଂ ଭଗପକ୍ଷ ଦୁହିଙ୍କ ମଝିରେ ମୂତ୍ରଦ୍ୱାର ବାହାରକୁ ଫିଟିଅଛି ।

ସଙ୍ଗମବେଳେ ଯୋନି ଗହରର ଶେଷ ଭାଗରେ ଶୁକ୍ର ପଡ଼େ । ଥରକେ ଯେତେ ଶୁକ୍ର ବାହାରେ ତହିଁରେ ଲକ୍ଷ ଲକ୍ଷ ଶୁକ୍ର କୀଟାଣୁ ଥାଆନ୍ତି । ସେମାନଙ୍କ ଭିତରୁ କେତେକ ଆସ୍ତେ ଆସ୍ତେ ଜରାୟୁ ଗ୍ରୀବାରନ୍ଧ୍ର ଦେଇ ଜରାୟୁ ଭିତରକୁ ଯାଆନ୍ତି । ଯାଉ ଯାଉ ବାଟରେ ଅନେକେ ମରିଯାଆନ୍ତି । ବଞ୍ଚିଥିବା ଶୁକ୍ରକୀଟାଣୁଙ୍କ ଭିତରୁ କେତେକ ପୁଣି ଜରାୟୁ ମଧ୍ୟ ଦେଇ ଡ଼ିମ୍ବବାହୀ ନଳୀ ଭିତରକୁ ଯାଆନ୍ତି । ଏହି ନଳୀ ଭିତରେ ସେମାନେ କେତେକଦିନ ବଞ୍ଚି ରହି ପାରନ୍ତି । ଏହି ନଳୀ ଭିତରେ ସେମାନେ କେତେକଦିନ ବଞ୍ଚି ରହି ପାରନ୍ତି । ଯଦି ଏହିଠାରେ କୌଣସି ଗୋଟିଏ ସବଳ ଶୁକ୍ର କୀଟାଣୁ ଗୋଟିଏ ସୁସ୍ଥ ସବଳ ଡିମ୍ବାଣୁକୁ ପାଏ, ତେବେ ସେ ତାହା ଦେହରେ ପଶି ତା ସଙ୍ଗେ ମିଳିଯାଏ । କିପରି ମିଳେ ତାହା ଆଗରୁ କୁହା ଯାଇଅଛି । ଥରକେ ଲକ୍ଷ ଲକ୍ଷ ଶୁକ୍ରକୀଟାଣୁ ଯୋନିଗହ୍ୱର ଭିତରକୁ ଗଲେ ସୁଦ୍ଧା ତହିଁରୁ ମୋଟେ ଗୋଟିଏ ସନ୍ତାନୋତ୍ପୋଦନ କାର୍ଯ୍ୟରେ ଲାଗେ । ଯଦି ସେହି ଗୋଟିକ ଗୋଟିଏ ଡିମ୍ବାଣୁ ପାଇ ତାହା ସଙ୍ଗେ ମିଶି ପାରେ ତେବେ କୋଷାଣୁ ହୁଏ ଏବଂ ତହିଁରୁ ସନ୍ତାନ ହୁଏ, ନଚେତ୍ ସେ ବି ମରିଯାଏ ।