ପୃଷ୍ଠା:Ama Deha (BB Patnaik 1940) o.pdf/୧୩୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୨୦
ଆମ ଦେହ

ଗୋଟିଏ ମୁଦା ଥଳୀ ଭିତରେ ଥାଏ । ଥଳୀର ଗୋଟାଏ ଅଂଶ ହେଲା ଫୁଲ, ଏହା ଜରାୟୁକୁ କାମୁଡ଼ି ଧରିଥାଏ । ଏହାର ଅନ୍ୟ ଅଂଶ ଖୁବ୍ ପତଳା - ଦେଖିବାକୁ ଚଢ଼େଇଙ୍କର ଚରାମୁଣି ପରି । ଏହି ଥଳୀ ଭିତରେ ଗୋଟାଏ ପ୍ରକାର ପାଣି ଥାଏ । ଫୁଲରୁ ଆସିଥିବା ନାଡ଼ୀରେ ଲାଗି ଭୃଣ ଏହି ଜଳ ଭିତରେ ଝୁଲିପଡ଼ି ଭାସୁଥାଏ ।

ଦିନକୁଦିନ ଭୃଣ ବଢ଼େ ଓ ତାର ଆକାରର ପରିବର୍ତ୍ତନ ଘଟେ । ଶେଷରେ ତାହା ଠିକ୍ ଗୋଟେ ମନୁଷ୍ୟ ଆକାର ଧରେ । ଏହା ହେବାକୁ ପ୍ରାୟ ୬ ମାସ ଲାଗେ । ଏହାପରେ ମଧ୍ୟ ଆଉ କିଛି ଦିନ ଚାଲିଯାଏ । ସେତେବେଳେ ଛୁଆ ଆସ୍ତେ ଆସ୍ତେ ବଢ଼େ ଓ ତା ଦେହରେ ବଳ ହୁଏ । ଶେଷରେ ଠିକ ୨୭୦ ଦିନ ପରେ ତାହାର ବାହାରିବାର ବେଳ ହୁଏ । ଜରାୟୁ ଦେହର ମାଂସପେଶୀ ସଙ୍କୁଚିତ ହେବାକୁ ଲାଗନ୍ତି; ତେଣୁ ଶୂଳ ଆସେ । ଏହା ଫଳରେ ଛୁଆ ସହିତ ମୁଣି ଠେଲି ହୋଇ ଜରାୟୁ ଗ୍ରୀବାର ରନ୍ଧ୍ର ମୁହଁରେ ହାବୁଡ଼ିଯାଏ ଏବଂ ମୁଣାର ଆଗ ଅଂଶ ରନ୍ଧ୍ର ଭିତରେ ପଶି ତାହାକୁ ମେଲାଇବାକୁ ଲାଗେ । ଶେଷରେ ରନ୍ଧ୍ର ଛୁଆର ମୁଣ୍ଡ ଗଳିଲାଭଳି ମେଲା ହୋଇଯାଏ । ଏହି ସମୟରେ ଛୁଆର ମୁଣ୍ଡ ଆସି ରନ୍ଧ୍ରମୁହଁରେ ଲାଗେ ଓ ମୁଣା ଫାଟିଯାଏ ତେଣୁ ଛେନାପାଣିପରି କେତେକ ପାଣି ବାହାରିଯାଏ । ଏହାକୁ ପାଣି ଭାଙ୍ଗିବା କହନ୍ତି । ଏହା ପରେ ପୁଣି ଶୂଳ ଆସେ ଓ ମୁଣ୍ଡ ଠେଲି ହୋଇ ରନ୍ଧ୍ରକୁ ଏକାବେଳକେ ମେଲାଇ ଦିଏ । ତେଣୁ ଛୁଆ ବାହାରକୁ ବାହାରି ଆସେ । ଶୂଳ ଖାଉଥିଲାବେଳେ ଜରାୟୁ ଦେହରୁ ଫୁଲ ମଧ୍ୟ ଆସ୍ତେ ଆସ୍ତେ ଛାଡ଼ି ଯାଉଥାଏ । ଛୁଆ ଭୂଇଁରେ ପଡ଼ିଲାକ୍ଷଣି କାନ୍ଦିଉଠେ । ଏହି କାନ୍ଦିବା ଦ୍ୱାରା ଭିତରକୁ ପବନ ଚାଲିଯାଏ ଓ ଶ୍ୱାସକ୍ରିୟାର