ପୃଷ୍ଠା:Ama Deha (BB Patnaik 1940) o.pdf/୭୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୪
ଅମ ଦେହ

ପ୍ରତ୍ୟେକ କୋଷ ଗୋଏ ଗୋଟିଏ ଇଞ୍ଜିନ୍ । ସଦାବେଳେ ସେହି କୋଷ ଭିତରେ ଇଞ୍ଜିନ୍‌ଠାରୁ ବଳି ସୂକ୍ଷ୍ମ ସୂକ୍ଷ୍ମ କାମ ହେଉଛି । ଆମ ଦେହରେ କେତେ କୋଟି କୋଷ ଯେ ଅଛି ତାହା କିଏ ଗଣି ପାରବି ? ଅଥଚ ପ୍ରତ୍ୟେକ କୋଷ ଗୋଟିଏ ଗୋଟିଏ ଅପୂର୍ବ ଇଞ୍ଜିନ୍ । ଭାବ ଦେଖି, ଯେଉଁ ଇଞ୍ଜିନ୍ ପୁଣି ଏ କୋଟି କୋଟି ମନୁଷ୍ୟକୁ ସୃଷ୍ଟି କରିଛି; ସେ କେତେ ବଡ଼ ଓ କେଡ଼େ ସୂକ୍ଷ୍ମ !

"ତ‌ତ୍ତ୍ୱର ଅତୀତ ବିଭୋ ! କି ବୁଝିବ ମୁହିଁ
ଜ୍ଞାନବୁଦ୍ଧି ପରାଜିତ ତୋ ତ‌ତ୍ତ୍ୱଚିନ୍ତାରେ ।”