ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି


ରକ୍ତ ସଙ୍ଗେ ମିଶିଯାଏ । ମୂତ ଛୋଟ ଛୋଟ ନାଳୀବାଟେ ବୃକ୍କମୂଳ ପର୍ଯ୍ୟନ୍ତ ଯାଇ ସେଠାରେ ଏକାଠି ମିଶିଯାଏ ଓ ସେଠାରୁ ଆଉ ଗୋଟିଏ ନଳବାଟେ ବସ୍ତିଦେଶରେ ଥିବା ମୂତ୍ରାଶୟ ନାମକ ଗୋଟାଏ ଥଳୀରେ ଜମା ହୁଏ । ବୃକ୍କଦେହରୁ ମୁତ୍ରାଶୟ ପର୍ଯ୍ୟନ୍ତ ଯେଉଁ ନଳବାଟେ ମୂତ ଆସେ, ତାକୁ ଗବିଣୀ (Ureter) କହ‌ନ୍ତି । ଦୁଇ ପାଖର ଦୁଇ ବୃକ୍କ ପାଇଁ ଦୁଇଟି ଗବିଣୀ ଅଛି । ଏ ଦୁଇଟିଯାକ ଗବିଣୀ ମୂତ୍ରାଶୟର ଦୁଇ ପାଖରେ ମିଳିଛନ୍ତି । ଦେହରେ ଗୋଟିଏ ମାତ୍ର ମୂତ୍ରାଶୟ (Bladder) ଅଛି । ବୃକ୍କରେ ମୂତ୍ର ତିଆରି ହୁଏ ଏବଂ ତାହା ଆସ୍ତେ ଆସ୍ତେ ଝରି ମୂତ୍ରାଶୟରେ ଜମା ହୁଏ । ମୂତ୍ରାଶୟ ତଳୁ ମୂତ୍ରଦାର ପର୍ଯ୍ୟନ୍ତ ଗୋଟିଏ ନଳ ବାହାରିଅଛି । ଏହା ଯେଉଁଠାରୁ ମୂତ୍ରାଶୟରୁ ବାହାରିଅଛି, ସେ ସ୍ଥାନ ସବୁବେଳେ ବନ୍ଦ ରହିଥାଏ, ତେଣୁ ମୂତ ଆପେ ଆପେ ବାହାରି ପାରେ ନାହିଁ । ଯେତେବେଳେ ମୂତ୍ରାଶୟ ଭର୍ତ୍ତି ହୋଇଯାଏ ଆମକୁ ମୂତ ମାଡ଼େ ଓ ଆମେ ତାହା ଜାଣି ମୂତିବାକୁ ଇଚ୍ଛା କରୁଁ । ମୂତିବାକୁ ଇଚ୍ଛା କଲେ ବାଟେ ଖୋଲିଯାଏ ଓ ମୂତ ବାହାରି ଆସେ । ଅନେକ ମଇଳା ମୂତ ହୋଇ ଦେହରୁ ବାହାରିଯାଏ । ଝାଳ:— ମୂତ ଯେପରି ତିଆରି ହୁଏ, ଝାଳ ମଧ୍ୟ ଠିକ୍ ସେହିପରି ତିଆରି ହୁଏ । ଚମରେ ଅସଂଖ୍ୟ ଲୋମକୂପ ଅଛି । ଏହି ଲୋମକୂପ ପାଖରେ ଅଥଚ ଚମ ଭିତରେ ସ୍ୱେଦଗ୍ରନ୍ଥି (Sweat Glands) ରହିଅଛି । ବୃକ୍କକୁ ଧମନୀ ଗଲା ପରି ଏହି ସ୍ୱେଦଗ୍ରନ୍ଥିକୁ ମଧ୍ୟ ସୂକ୍ଷ୍ମ ସୂକ୍ଷ୍ମ ଧମନୀ ଯାଇଅଛି । ଏହି ବାଟେ ରକ୍ତ ସ୍ୱେଦଗ୍ରନ୍ଥିକୁ ଯାଏ ଓ ତାହା ରକ୍ତରୁ ମଇଳା ଛାଣି ନିଏ । ମଇଳା ସଙ୍ଗେ ସଙ୍ଗେ କିଛି ପାଣି ମଧ୍ୟ ରକ୍ତରୁ ଟାଣି