ପୃଷ୍ଠା:Ama Deha (BB Patnaik 1940) o.pdf/୮୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୭
ଆମ ଦେହ ।

ଉପରେ ଯାହା ସବୁ କୁହାଗଲା ସେଥିରୁ ଜଣାଯାଏ ଯେ, ଆମ ଦେହରେ ଦୁଇପ୍ରକାର ନାଡ଼ୀ ଅଛି । ଏକପ୍ରକାର ନାଡ଼ୀଦ୍ୱାରା ଆମେ ଅନୁଭବ କରି ପାରୁଁ, ଏହାକୁ ସଂଜ୍ଞାଭା ନାଡ଼ୀ (Sensory Nerve) କହନ୍ତି । ଅନ୍ୟ ପ୍ରକାର ନାଡ଼ୀଦ୍ୱାରା ନାନାବିଧ କାର୍ଯ୍ୟ କରାଯାଏ । ଏମାନଙ୍କୁ ଚେଷ୍ଟାଭା ନାଡ଼ୀ (Motor Nerve) କହନ୍ତି । ଏ ଦୁଇ ପ୍ରକାର ନାଡ଼ୀ ଛଡ଼ା ଆଉ କେତେକ ପ୍ରକାର ନାଡ଼ୀ ମଧ୍ୟ ଅଛି । ଦେହର ପ୍ରତ୍ୟେକ ସ୍ଥାନ ପାଇଁ ସ‌ହସ୍ରାରରେ ଗୋଟିଏ ଗୋଟିଏ କେନ୍ଦ୍ର ଅଛି । ସେହି କେନ୍ଦ୍ର ସେଠିକାର ସମ୍ବାଦ ସବୁ ବୁଝେ ଏବଂ ସେଠାରେ କଣ କରିବାକୁ ହେବ, ତାହାର ବନ୍ଦୋବସ୍ତ କରେ । ଏହା ଛଡ଼ା ଭାବିବା, ଚିନ୍ତିବା, ମନେ ରଖିବା, ବିଚାର କରିବା ଆଦିର ଭାର ଏହି ସହସ୍ରାର ଉପରେ ନ୍ୟସ୍ତ । ଏହା ଦେହରେ ଯେପରି ଗୋଟିଏ ବଡ଼ ବିଚରାଳୟ ଅଛି ସେହିପରି ମଧ୍ୟ ଏଥିରେ ବାଇ ମହାନ୍ତିଙ୍କର ଗୋଏ ବଡ଼ 'ମାଦଳା ପାଞ୍ଜି’ ରହିଛି । କେଉଁଠାରେ କଣ କରିବାରୁ ହେବ, ତାହା ଏହି ବିଚାରାଳୟରେ ସ୍ଥିର ହୋଇ ତଦନୁସାରେ ଆଦେଶ ଦିଆଯାଏ । ଆମେ ଯେତେ ଯାହା ଶୁଣୁଁ, ଦେଖୁଁ, ପଢ଼ୁଁ, ତାହା ସବୁ ଏଠାରେ ଥିବା ମାଦଳା ପାଞ୍ଜିରେ ସଙ୍ଗେ ସଙ୍ଗେ ଲେଖି ହୋଇଯାଏ; ତେଣୁ ଆମେ ଏତେ କଥା ମନେ ରଖି ପାରୁଁ । ଅନେକ ସମୟରେ ଦେଖାଶୁଣା ନ କଲେ ପାଞ୍ଜି ନ ହୋଇଯାଏ । ଏଠାରେ ମଧ୍ୟ ସେହିପରି ଅନୁଶୀଳନ ଅଭାବରେ ଅନେକ କଥା ନଷ୍ଟ ହୋଇଯାଏ; ତେଣୁ ଆମେ ବେଳେ ବେଳେ କଥାସବୁ ପାସୋରି ପକାଉଁ । ଏହିପରି ସହସ୍ରାର ସମସ୍ତ ଦେହର କେନ୍ଦ୍ର ଏବଂ ସମସ୍ତ ଦେହ ଉପରେ ତାହାର ଅଧିକାର ରହିଅଛି ।