ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଆମ ଦେହ

କହନ୍ତି । ଏହା ଗୋଟାଏ ମୁଣ୍ଡରେ କର୍ଣ୍ଣପଟହରେ ଓ ଆର ମୁଣ୍ଡରେ ଦ୍ୱିତୀୟ ହାଡ଼ ସଙ୍ଗେ ଲାଗି ଅଛି । ଦ୍ୱିତୀୟ ହାଡ଼ ଖଣ୍ଡି ଦେଖିବାକୁ କମାରଙ୍କ ନିହାଇ ପରି । ଏହାର ନାମ ଅଙ୍କୁଶିକା (Incns) । ଏହି ହାଡ଼ଖଣ୍ଡି ତୃତୀୟ ହାଡ଼ ସଙ୍ଗେ ଲାଗିଅଛି । ଏହି ତୃତୀୟ ହାଡ଼ଟି ଦେଖିବାକୁ ଘୋଡ଼ା ଜିନ୍‌ର ରେକାବ ପରି । ଏହାକୁ ପର୍ଯ୍ୟନିକା (Stapes) କହନ୍ତି୯ । ପର୍ଯ୍ୟନିକାର ଶେଷ ମୁଣ୍ଡ କର୍ଣ୍ଣ‌ଗ‌ହ୍ୱରର ତୃତୀୟ ଅଂଶର ମୁହଁକୁ ଢାଙ୍କି ରହିଅଛି । କର୍ଣ୍ଣକୁହରଠାରୁ ଗୋଟିଏ ସୂକ୍ଷ୍ମନଳୀ ଯାଇ ଗଳକକ୍ଷ ସଙ୍ଗେ ମିଳିଛି । ଏହି ନଳୀକୁ ଶ୍ରୁତିସ୍ରୋତ (Eustacbian Tube) କହନ୍ତି । ଏହି ନଳୀବାଟେ କର୍ଣ୍ଣକୁହରରୁ ବାହାରର ପବନ ଯାତାୟାତ କରେ । କର୍ଣ୍ଣଗହ୍ୱରର ତୃତୀୟ ଅଂଶ ଆରମ୍ଭରେ ଗୋଟିଏ କ୍ଷୁଦ୍ର ଗର୍ତ୍ତ ଅଛି । ଏଠାରେ ଏକପ୍ରକାର ଜଳ ଥାଏ । ଏହାକୁ ଲାଗି ଆଉ ଗୋଟିଏ ଯନ୍ତ୍ର ଅଛି । ତାହା ଦେଖିବାକୁ ତିନୋଟି ଅର୍ଦ୍ଧଚକ୍ରାକାର ନଳ ପରି । ଏହା ଭିତରେ ମଧ୍ୟ ଏକ ପ୍ରକାର ଜଳ ଅଛି । ଏହି ଅର୍ଦ୍ଧଚକ୍ରାକାର ନଳ ତିନୋଟିକୁ ଲାଗି କରି ଶ୍ରୁତିଶମ୍ବୁକ ରହିଅଛି । ଏହା ଦେଖିବାକୁ ଗେଣ୍ଡା ପରି । ଏଇଟି ହେଲା ଶବ୍ଦସଂଗ୍ରହ କରିବାର ଅସଲ ଯନ୍ତ୍ର । ଏହା ଭିତରେ ସେତାରର ତାର ଟଙ୍କା ହେଲା ପରି ଅସଂଖ୍ୟ ଅସଂଖ୍ୟ ଛୋଟ ଛୋଟ ତାରତନ୍ତୁ ଟଙ୍କା ହୋଇ ରହିଅଛି । ଦୁନିଆରେ ଯେତେ ପ୍ରକାର ଶବ୍ଦ ସମ୍ଭବ ହୋଇ ପାରେ, ସେ ସବୁ ପାଇଁ ଗୋଟିଏ ଗୋଟିଏ ତାର ଅଛି । ଏହି ତାରକୁ ଲାଗି ଗୋଟିଏ ନାଡ଼ୀ ରହିଅଛି । ଏହି ନାଡ଼ୀସବୁ ଏକାଠି ମିଳି ଶବ୍ଦଗ୍ରାହୀ ନାଡ଼ୀ (Auditory_Nerve) ହୋଇ ମସ୍ତିଷ୍କ ଭିତରେ ଥିବା ଶ୍ରୁତି କେନ୍ଦ୍ରକୁ ଯାଇଅଛି ।