ପୃଷ୍ଠା:Amari jatir agua neta.pdf/୭୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଡାକ୍ତର ଓ ଟେଗାର୍ଟ ସାହେବ ଧାଇଁ ଆସିଲେ । କିନ୍ତୁ ସେତେବେଳେକୁ ଘର ସାରା ରକ୍ତର ସୁଅ ଛୁଟୁଛି । ଯେତେ ଚେଷ୍ଟା କଲେ ବି ରକ୍ତର ଧାର ବନ୍ଦ ହେଉନାହିଁ । ଶେଷରେ ଯତିନ୍ଦ୍ର କହିଉଠିଲେ - ତୁମ ଚେଷ୍ଟା ବନ୍ଦ୍ କର ଡାକ୍ତର ବାବୁ । ଏଇ ଦେହର ସବୁ ରକ୍ତ ଶେଷ ବିନ୍ଦୁ ଯାଏ ବହି ଯିବାକୁ ଦିଅ । ମୁଁ ହସି ହସି ମାଟି ମାଆ ପାଇଁ ଜୀବନ ଢାଳିଦେଉଛି । ଏହା ସମସ୍ତେ ଜାଣ ଆଉ ନିଜ ଆଖିରେ ଦେଖ । ବନ୍ଦେ ମାତରମ୍ । ବନ୍ଦେ........

ଏତିକି କହି ତାଙ୍କର ସ୍ୱର କ୍ଷୀଣ ହୋଇ ଆସିଲା । ସେ ସବୁଦିନ ପାଇଁ ତାଙ୍କ ପ୍ରାଣପ୍ରିୟ ମାଟି ମାଆ କୋଳରୁ ବିଦାୟ ନେଲେ । ଡାକ୍ତର ଓ ଟେଗାର୍ଟ ସାହେବ ବିଦେଶୀ ହେଲେବି ଯତୀନ୍ଦ୍ର ଙ୍କର ଅପୂର୍ବ ସାହସ ଆଉ ଦେଶମାଆ ପାଇଁ ଅତୁଟ ମମତା ପାଖରେ ମୁଣ୍ଡ ନୂଆଁଇଲେ । ନିଜ ମୁଣ୍ଡରୁ ଟୋପି କାଢି ସେମାନେ ଯତୀନ୍ଦ୍ରଙ୍କୁ ଶେଷ ସମ୍ମାନ ଜଣାଇଲେ ।

ଏଇ ଯତୀନ୍ଦ୍ର କିଏ ? ତାଙ୍କର ପୂରା ନାଁ ଯତୀନ୍ଦ୍ରନାଥ ବାନାର୍ଜୀ । ସେ ୧୮୭୮ ମସିହା ଡିସେମ୍ବର ୮

70