ପୃଷ୍ଠା:Amari jatir agua neta.pdf/୮୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମାଲକାନ୍‌ଗିରରୁ ଏଯାଏ ବନ୍ଧୁକଧାରୀ ପୋଲିସ ଆସି ନାହାନ୍ତି । ତେଣୁ ପୋଲିସ ଜମାଦାର ଗୋଟିଏ ବୁଦ୍ଧି ପାଞ୍ଚି କହିଲେ - ଭାଇମାନେ ଦେଖ, ଥାନା ଉପରେ ପତାକା ଉଡାଇବାକୁ କହୁବ, ମନା ନାହିଁ । ତେବେ ତା ଆଗରୁ ଆଉ ଗୋଟିଏ କଥା କର । ଆଜି ମାତିଲି ହାଟ । ସେଠି ହଜାର ହଜାର ଲୋକ ଜମିଛନ୍ତି । ତୁମେ ସେଠି ସଭାଟିଏ କରି ତମ ଆନ୍ଦୋଳନ କଥା କୁହ । ଗାନ୍ଧୀବୁଢ଼ା କଥା ସମସ୍ତେ ଜାଣନ୍ତୁ । ତା ପରେ ଏଠାକୁ ଆସି ଯାହା କରିବ ।

ସରଳ ଲକ୍ଷ୍ମଣ ନାୟକ & ଲେକମାନଙ୍କ ମନକୁ ପୋଲିସ ଜମାଦାରଙ୍କ କଥା ଘେନିଲା । ସେମାନେ ହାଟରେ ସଭା କଲେ । ଏଥି ଭିତରେ ଜମାଦାର ମାଲକାନ୍ ଗିରି ଥାନାକୁ ଖବର ପଠାଇଦେଲେ । ଗାଡ଼ିରେ ବୋଝେଇ ହୋଇ ବହୁ ସିପେହି ସେଠାରେ ଜମା ହୋଇଗଲେ ।

ସଭା ସାରି ଲକ୍ଷ୍ମଣ ଓ ଲୋକମାନେ ଥାନା ଆଗରେ ପହଞ୍ଚିଲା ବେଳକୁ ପୋଲିସମାନେ ଲାଠି ବନ୍ଧୁକ ଧରି ତିଆର ହୋଇ ରହିଲେଣି ।86