ପୃଷ୍ଠା:Amari jatir agua neta.pdf/୮୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନାହିଁ । ପୋଲିସମାନେ ତାଙ୍କୁ ଥାନା ଭିତରକୁ ଟାଣି ନେଲେ । ଲାଠିରେ ପିଟିଲେ । ତାଙ୍କ ନିଶ ଉପାଡ଼ି ଦେଲେ ଆଉ ନିଆଁ ଲଗାଇ ଦେଲେ । ମାଡ ଖାଇ ଆଉ କଷ୍ଟ ଭୋଗି ସେ ହାଲିଆ ହୋଇ ପଡ଼ିଲେ । ତଥାପି ପାଟିରେ ତାଙ୍କର ସେଇ ଗାନ୍ଧୀବୁଢ଼ାର କଥା ! ସବୁ ସହିଯାଅ, ହଂସା କର ନାହିଁ ।

ଲୋକମାନେ ନିଜେ ସିନା ଏତେ କଷ୍ଟ ସହୁଥିଲେ । ଲକ୍ଷ୍ମଣଙ୍କ ଉପରେ ଏମିତି ଅତ୍ୟାଚାର ସହି ପାରିଲେ ନାହିଁ । ସେମାନେ ତାତି ଉଠିଲେ । ଲୋକମାନଙ୍କ ଭିତରୁ ଜଣେ ପତାକାଟିଏ ନେଇ ପୋଲିସ ଘର ଭିତରେ ପଶିଗଲା । ଥାନା ଛାତ ଉପରକୁ ଉଠିଲା ମାତ୍ରେ ପୋଲିସ ଗୁଳିରେ ସେ ତଳେ କଚାଡ଼ି ହୋଇ ପଡ଼ିଗଲା । ଏହାପରେ ସର୍ଗିଗୁଡାର ନକୁଳ ଛାତ ଉପରକୁ ଚଢ଼ିଲା । ସେ ବି ପୋଲିସ ଗୁଳିରେ ଟଳି ପଡ଼ିଲା । ଏମିତି ଅନେକ ଲୋକ ଥାନା ଉପରେ ତ୍ରିରଙ୍ଗ ପତାକା ଉଡାଇବାକୁ ଯାଇ ଜୀବନ ଦେଲେ । ସେମାନଙ୍କ ତ‌ତଲା ଲହୁରେ ଥାନା ବାରଣ୍ଡାରୁ ଛାତଯାଏ ଲାଲ ହୋଇଗଲା । 88