ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଉପରେ ଆଖି ପଡ଼ିଲା । ସେ ଭାବିଲେ- ହାୟ, ସେମାନେ ଭଗ୍ୟବାନ୍ ! ମାଟି ମାଆର ଇଜ୍ଜତ ରଖିବାକୁ ଯାଇ ଜୀବନ ଢାଳିଦେଲେ । ସେମାନେ ସେମାନଙ୍କ ପଣ ରକ୍ଷା କଲେ, ଆଗକୁ କାଢ଼ିଥିବା ଗୋଡ ପଛକୁ ଫେରାଇଲେ ନାହିଁ । କିନ୍ତୁ ମୁଁ ମୋ କଥା ରଖି ପାରିଲି ନାହିଁ । କେଉଁ ମୁହଁରେ ମୁଁ ଫେରିବି ? କେଉଁଠିକୁ ଫେରିବି ?
ସେ ବହୁ କଷ୍ଟରେ ଠିଆ ହେବାକୁ ଚେଷ୍ଟା କଲେ । କିନ୍ତୁ ଦେହ ସାରା ଖଣ୍ଡିଆ ଖାବରା ! ଦରଜ ହୋଇ ଗଲାଣି । ଭାର କଷ୍ଟ ! ଘୋଷାରି ଘୋଷାରି ହୋଇ ଚାଲିବାରେ ଲାଗିଲେ । ଆଗରୁ ଔଷଧ ଗଛ ଚିହ୍ନି ଥିବାରୁ ସେ କେତେକ ପତ୍ରର ରସ ଖଣ୍ଡିଆ ଜାଗାରେ ଲଗାଇ ଦେଲେ । ଧୀରେ ଧୀର ଜୟପୁର ଆଡ଼କୁ ଚାଲିଲେ ।
ସେଠାରୁ ଜୟପୁର ୩୫ ମାଇଲ ଦୂର । ଘୋର ଅନ୍ଧାର । ତାରି ଭିତରେ ପଡ଼ି ଉଠି ଲକ୍ଷ୍ମଣ ରାତି ପାହୁ ନପାହୁ ଜୟପୁରରେ ପହଞ୍ଚିଲେ । ତାଙ୍କର ଜଣେ ସାଙ୍ଗ ବଳଭଦ୍ର ଘରେ କେତେଦିନ ରହିଲା ପରେ ଦିନେ ଖବର ପାଇଲେ ଯେ