ପୃଷ୍ଠା:Amari jatir agua neta.pdf/୯୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପୋଲିସ ସେଠାରେ ଖୋଜା ଖୋଜି କରୁଛି। ତେଣୁ କୁଆଡେ ଯିବାକୁ ହେବ। କିନ୍ତୁ ଗାଁକୁ ମଧ୍ୟ ଯାଇ ହେବନି ।

ଦିନେ ରାତିରୁ ଉଠି ଲକ୍ଷ୍ମଣ ରାମଗିରି ପର୍ବତକୁ ଗଲେ । ସେଠାରେ ଫଳମୂଳ ଖାଇ ଆଉ ଝରଣା ପାଣି ପିଇ ଚଳିଗଲେ । କିନ୍ତୁ ସ୍ୱାଧିନତା ଲଢ଼େଇ କଥା କ'ଣ ହେଲା ? ତା' ଗାଁଗଣ୍ଡା କଥା ହାଲ୍ ଚାଲ୍ କ'ଣ ? ପୋଲିସର ଅତ୍ୟାଚାର କଥା ଶୁଣି ସେ ଥୟ ଧରି ରହି ପାରିଲେ ନାହିଁ । ପୋଲିସ ହାତରେ ମଲେ ମରିବେ ପଛେ ତାଙ୍କ ଗାଁକୁ ସେ ଅଲ୍‌ବତ ଫେରିବେ ।

ଲକ୍ଷ୍ମଣ ନାୟକ ଦିନେ ଆସି ଗାଁରେ ପହଞ୍ଚିଲେ । ସେତେବେଳକୁ ପୋଲିସ ଅତ୍ୟାଚାରରେ କେତେଜଣ ମରିଥାନ୍ତି । କେତେକ ଜେଲ୍‌ରେ ପଶିଥାନ୍ତି । ସେ ଘର ଘର ବୁଲି ସମସ୍ତଙ୍କୁ ବୁଝାଇଲେ, ସାନ୍ତ୍ୱନା ଦେଲେ । ଗାଁରେ ପୁଣି ଅରଟର ଘର୍ ଘର୍ ଶବ୍ଦ ଶୁଣାଗଲା । ଦିନେ ଲକ୍ଷ୍ମଣ ଘର ବାରଣ୍ଡାରେ ବସି ସୁତା କାଟୁଥିଲା ବେଳେ କିଏ ଜଣେ ଆସି କହିଲା- ଲକ୍ଷ୍ମଣ ଭାଇ,