ପୃଷ୍ଠା:Amari jatir agua neta.pdf/19

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦେଲେ । ଖୋର୍ଦ୍ଧାର ପାଇକମାନେ ଏଇ ସୁଯୋଗରେ କନ୍ଧ ମାନଙ୍କ ସହିତ ମିଶି ଇଁରେଜମାନଙ୍କ ବିରୁଦ୍ଧରେ ମାତିଗଲେ । ବକ୍ସି ଜଗବନ୍ଧୁ ପାଇକ ମାନଙ୍କୁ ନେତୃତ୍ୱ ଦେଲେ । ସେମାନଙ୍କୁ ନରଣ ଗଡର ଦଳବେହେରା, କଣାସର ଦେବାନ କୃଷ୍ଣଚନ୍ଦ୍ର, ସର୍ଦ୍ଦାର କରୁଣାକର ପ୍ରଭୃତି ସାହାଯ୍ୟ କଲେ ।

ବିଦ୍ରୋହୀ ପାଇକମାନେ ପ୍ରଥମେ ବାଣପୁର ଥାନା ଉପରେ ଆକ୍ରମଣ କଲେ । ଦାରୋଗା ଓ ସିପେହିମାନେ ଜୀବନ ବିକଳରେ ଥାନା ଛାଡି ପାହାଡ ଜଙ୍ଗଲରେ ଲୁଚିଲେ । ପାଇକମାନେ ଥାନାକୁ ଜାଳିପୋଡି ଧୂଳିସାତ୍ କରିଦେଲେ । ବାଣପୁର ଖଜଣାଖାନା ଲୁଟ୍ କରିନେଲେ ।

ଲୋକମାନେ ଲୁଣମାରିବାରେ ଇଂରେଜ ସରକାରଙ୍କ କଟକଣା ଯୋଗୁଁ ଖୁବ୍ ବିରକ୍ତ ହୋଇ ପଡିଥିଲେ । ତେଣୁ ବିଦ୍ରୋହୀ ପାଇକମାନେ ଚିଲିକାକୂଳକୁ ଧାଇଁଲେ । ଲୁଣ ଏଜେଣ୍ଟ ବେଚରଙ୍କୁ ହତ୍ୟା କରିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା । କିନ୍ତୁ ବେଚର ଏ ଖବର ପାଇ ପ୍ରାଣଭୟରେ ପୁରୀ ଆଡକୁ ପଳାଇଲେ । ପାଇକମାନେ ବେଚରଙ୍କୁ ନପାଇ ଚିଲିକାରୁ ଫେରିଲେ ।

19