ପୃଷ୍ଠା:Amari jatir agua neta.pdf/21

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହି ଖବର ଓଡିଶାର ରାଜଧାନୀ କଟକରେ ପହ୍ଞ୍ଚିଲା। ସେତେବେଲେ ସେଠା ବାରବାଟୀ ଦୁର୍ଗରେ ଓଡିଶାର କମିଶନର, ମାଜିଷ୍ଟ୍ରେଟ୍ ଓ ସେନାପତିମାନେ ରହୁଥିଲେ। ବିଦ୍ରୋହ ଦମନ କରିବା ପାଇଁ ତିନିଜଣ ସେନାପତି ଓ ମାଜିଷ୍ଟ୍ରେଟ୍ ଖୋର୍ଦ୍ଧା ଚାଲିଲେ। ସାଥିରେ ସେମାନେ ପ୍ରଚୁର ତୋପ କମାଣ, ଗୋଳାବାରୁଦ ଆଉ ଖାଦ୍ୟଶସ୍ୟ ନେଇଥିଲେ। ଆଜିକାଲି ପରି ତ ରାସ୍ତାଘାଟର ସୁବିଧା ନ୍ଥିଲା। କଟକରୁ ପୁରୀକୁ ଏକମାତ୍ର ରାସ୍ତା ଜଗନ୍ନାଥ ସଡକ ପଡିଥିଲା। ସେଇ ରାସ୍ତାରେ ସେମାନେ ଚାଲି ଚାଲି ବା ଶଗଡଗାଡିରେ ଖୋର୍ଦ୍ଧା ଗଲେ।

ପାଇକମାନେ ଏହା ଜାଣି ଖୋର୍ଦ୍ଧା ପୂର୍ବରୁ ୩/୪ କିଲୋମିଟର ଦୂରରେ ଗଙ୍ଗପଡା ଜଙ୍ଗଲରେ ଲୁଚି ରହିଲେ। ସାହେବମାନେ ଯେଉଁବାଟେ ଯିବାର ଥିଲା, ତାକୁ ହାଣି ଖଣ୍ଡିଆ କାବରା କରି ଦେଲେ ଆଉ ରାସ୍ତା ଉପରେ ପଥର ସବୁ ପାହାଡ ପରି ଗଦା କରିଦେଲେ।

ସାହେବମାନେ ସଞ୍ଜ ବେଳକୁ ଗଙ୍ଗପଡା ପାଖରେ ପହଞ୍ଚି ରାସ୍ତାର ଏ ଅବସ୍ଥା ଦେଖିଲେ।