ପୃଷ୍ଠା:Amari jatir agua neta.pdf/39

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଚକ୍ରାନ୍ତ କରି ସେସବୁ ହାତ କଲେ । ଚିଲିକା ଆଉ ବଙ୍ଗୋପସାଗରରୁ ଲୋକେ ଅଜା ଜେଜେ ଅମଳରୁ ଯେଉଁ ଲୁଣମାରି ଆସୁଥିଲେ, ଇଂରେଜମାନେ ତାକୁ ବନ୍ଦ କରିଦେଲେ । ଯେଉଁ ତନ୍ତୀମାନେ ସରୁ ଆଉ ସୁନ୍ଦର ଲୁଗାପଟା ବୁଣୁଥିଲେ ଇଂରେଜମାନେ ସେଥିରେ ବି ବାଧାଦେଲେ । ସେମାନଙ୍କର ଅତ୍ୟାଚାର ଆଉ ଅବିଚାର ଦିନକୁ ଦିନ ବଢିବାରେ ଲାଗିଲା ।

ଏହାରି ବିରୁଦ୍ଧରେ ଓଡିଆ ପାଇକମାନେ ଯୂଦ୍ଧ ଘୋଷଣା କଲେ ୧୮୧୭ ମସିହାରେ । ମାର ବା ମର - ଏହା ହେଲା ସେମାନଙ୍କର ଶପଥ । ଇଂରେଜମାନଙ୍କ ଅତ୍ୟାଚାରକୁ ସେମାନେ ଆଉ ମୁଣ୍ଡ ପାତି ସହି ପାରିଲେ ନାହିଁ । ସେମାନଙ୍କର ତାଜାରକ୍ତ ଆହୁରି ତେଜି ଉଠିଲା । ପାଗଳ ହାତୀ ପରି ସେମାନେ ମାତି ଗଲେ ।

ଖୋରଧା ପାଇକ ବୀରମାନଙ୍କର ନେତା ହେଲେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର । ଏହି ଆନ୍ଦୋଳଙ୍କୁ ପାଇକ ବିଦ୍ରୋହ ବା ପାଇକ

39