ପୃଷ୍ଠା:Amari jatir agua neta.pdf/58

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଧନୁଶର ଓ ନଳୀ ବନ୍ଧୁକ ଧରି ତାଙ୍କର ବିପ୍ଳବୀମାନେ ଆଜିକାଲିର ତୋପ ବନ୍ଧୁକଧାରୀ ଫିରିଙ୍ଗ ଫଉଜ ସାଥିରେ ଅପୂର୍ବ ସାହସର ସହିତ ଲଢ଼େଇ କଲେ । ଇଂରେଜ ସରକାରଙ୍କ ବହୁ ଧନ ଜନ କ୍ଷୟ ହେଲା । କେତେକ ଇଂରେଜ ସେନାପତି ମଧ୍ୟ ଏଥିରେ ପ୍ରାଣତ୍ୟାଗ କଲେ ।

ଜିଲ୍ଲା ସାରା ଗଣ୍ଡଗୋଳ ଅଶାନ୍ତି ଲାଗି ରହିଲା । ଶେଷରେ ସରକାର ବଡ଼ ବ୍ୟସ୍ତ ହୋଇ ଘୋଷଣା କଲେ ଯେ ଯେଉଁମାନେ ବିନା ସର୍ତ୍ତରେ ସରକାରଙ୍କ ପାଖରେ ଭୁଲ ମାନିଯିବେ, ସେମାନଙ୍କୁ ସରକାର ଦଣ୍ଡ ଦେବେ ନାହିଁ । ଏଣେ ସୁରେନ୍ଦ୍ର ସାଏ ମଧ୍ୟ ଦୁର୍ବଳ ହୋଇ ପଡ଼ିଲେଣି । କେତେ ଦିନ ସେ ବା ଇଂରେଜ ସରକାରଙ୍କ ବିରୁଦ୍ଧରେ ଏମିତି ଦଳେ ବିଶ୍ୱାସୀ ସାଥୀଙ୍କୁ ଧରି ଲଢ଼େଇ କରିବେ ? ଫିରିଙ୍ଗ ଶାସନର ଆଖିବୁଜା ଅତ୍ୟାଚାରରେ ଲୋକମାନେ ମଧ୍ୟ ବଡ଼ ହନ୍ତସନ୍ତ ହେଲେଣି । ସେମାନଙ୍କର ଧନ ଜନ ବଳ ଲୋପ ପାଇଲାଣି ।

ଲୋକମାନଙ୍କର ଦୁଃଖ ଦୁର୍ଦ୍ଦଶା ଦେଖି ସୁରେନ୍ଦ୍ରଙ୍କର ମନ ଦବିଗଲା । ସେ ୧୮୬୨