ପୃଷ୍ଠା:Amari jatir agua neta.pdf/59

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମସିହାରେ ଇଂରେଜ ସରକାରଙ୍କୁ ଜଣାଇ ଦେଲେ ଯେ- ସେ ଆଉ ବିଦ୍ରୋହ କରିବେ ନାହିଁ । ସରକାର ତେଣୁ କୌଣସି ଦଣ୍ଡ ନଦେଇ ତାଙ୍କ ଚଳିବା ପାଇଁ କିଛି ବୃତ୍ତି ଖଞ୍ଜି ଦେଲେ । ଲୋକମାନେ ଶାନ୍ତିରେ ନିଶ୍ୱାସ ମାରିଲେ ।

କିନ୍ତୁ ବିପ୍ଲବୀ ଜୀବନରେ କେତେବେଳେ ଶାନ୍ତି ନଥାଏ । ୧୮୬୩ ମସିହାରେ ଇଂରେଜ ସରକାର ସମ୍ବଲପୁର ଜିଲ୍ଲାକୁ ଓଡ଼ିଶାରୁ କାଢ଼ିନେଇ ମଧ୍ୟପ୍ରଦେଶ ସାଥିରେ ଯୋଡ଼ିଦେଲେ । ଏଥିରେ ଲୋକମାନେ ତ ଅସନ୍ତୁଷ୍ଟ ହେଲେ । ସୁରେନ୍ଦ୍ରସାଏ କିନ୍ତୁ ଖୁବ୍ ଉତ୍ତେଜିତ ହୋଇପଡ଼ିଲେ । ସରକାରୀ ଆଦେଶ ବିରୁଦ୍ଧରେ ଲୋକମାନେ ବିଦ୍ରୋହ କଲେ । ଚାରିଆଡ଼େ ଅଶାନ୍ତିର ନିଆଁ ଖେଳିଗଲା । ସରକାର ସୁରେନ୍ଦ୍ରଙ୍କୁ ଅନ୍ୟ ବିଦ୍ରୋହୀ ନେତାମାନଙ୍କ ସହିତ ଗିରଫ କଲେ ।

ରାଜଦ୍ରୋହ ଅପରାଧ ପାଇଁ ସେମାନଙ୍କର ବିଚାର ହେଲା । ସୁରେନ୍ଦ୍ର ସାଏ ବିନା ଦୋଷରେ ଖଲାସ ହେଲେ । କିନ୍ତୁ ତାଙ୍କୁ ଆଉ ଜେଲ୍ ବାହାରେ ଛାଡ଼ିବାକୁ ସରକାର ସାହସ କଲେ