ପୃଷ୍ଠା:Amari matir amar shaheed.pdf/୩୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

( ୩୨)

ମାନଙ୍କର ସେବା କଲେ । ତାଙ୍କର ବାପା ମାପ ପୁଅକୁ ଏଥିରେ ବାରଣ କରିଥିଲେ । ସେ କିନ୍ତୁ ସେମାନଙ୍କର କଥା ଶୁଣି ନଥିଲେ ।

ସୁଭାଷ କଟକ ସହରର ଓଡ଼ିଆ ବଜାରରେ ୧୮୯୭ ମସିହା ଜାନୁୟାରୀ ୨୩ ତାରିଖରେ ଜନ୍ମ ହୋଇଥିଲେ । ତାଙ୍କର ବାପାଙ୍କ ନାମ ଜାନ‌କୀନାଥ ବୋଷ ଓ ମାଆଙ୍କ ନାମ ପ୍ରଭାବତୀ । ଜାନକୀନାଥ ଖୁବ ନାମଜାଦା ଓକିଲ ଥିଲେ । ସେ ଓକିଲାତି କରି ବହୁଧନ ରୋଜଗାର କରୁଥିଲେ । ସାହେବୀ ଢ଼ଙ୍ଗରେ ଚଳୁଥିଲେ । ସୁଭାଷ କିନ୍ତୁ ଏମିତି ଆଡ଼ମ୍ବର ଭିତରେ ଚଳିବାକୁ ଭଲ ପାଉ ନଥିଲେ । ସେ ସାଙ୍ଗମାନଙ୍କ ଭଳି ସାଦାସିଧା ପୋଷାକ ପିନ୍ଧି କଟକର ଗଳିକନ୍ଦିରେ ଖେଳୁଥିଲେ । ଲୋକମାନଙ୍କର ସୁଖ ଦୁଃଖରେ ଭାଗୀହେବାକୁ ଭଲ ପାଉଥିଲେ ।

ବାପା ତାଙ୍କୁ ଗୋଟିଏ ସାହେବ ସ୍କୁଲରେ ପଢ଼ାଇବାକୁ ପସନ୍ଦ କରି ନଥିଲେ । ଫଳରେ ବାପା ତାଙ୍କର ନାମ ଲେଖାଇ ଦେଲେ ରେଭେନ୍ସା କଲିଜିଏଟ୍ ସ୍କୁଲରେ । ବାପା ତାଙ୍କୁ କୋଟପ୍ୟାଣ୍ଟ ପିନ୍ଧିବାକୁ କହୁଥିଲେ ସୁଦ୍ଧା ସେ ସାଙ୍ଗମାନଙ୍କ ପରି ଲୁଗା ପିନ୍ଧି ଦେହରେ ଛାଦର ପକାଇ ସ୍କୁଲକୁ ଯାଉଥିଲେ ।

ଷୋଳବର୍ଷ ବୟସରେ ସୁଭାଷ ମାଟ୍ରିକ୍ ପାସ୍ କରିଥିଲେ । ତାପରେ ପ୍ରଥମ ଶ୍ରେଣୀରେ ଏଫ୍.ଏ.(ଆଇ,ଏ) ପାସ୍ କରି ସେ କଲିକତାର ପ୍ରେସିଡେନ୍ସି କଲେଜରେ ବି.ଏ. ପଢ଼ିଲେ । ସେତେବେଳେ ଭଟନ ନାମକ ଜଣେ ଗୋରା ସାହେବ ସେଠାରେ ଅଧ୍ୟାପକ ଥିଲେ । ସେ ସମୟରେ ଇଂରେଜମାନଙ୍କ ରାଜୁତି ଥିବାରୁ ଭାରି ଗର୍ବ । ସେ ସେଇ କଲେଜରେ ପାଠ ପଢ଼ୁଥିବା ଭାରତୀୟ ଛାତ୍ରମାନଙ୍କୁ ହେୟ ମନେକରୁଥିଲେ, ଅପମାନ ଦେଉଥିଲେ ।ଅନ୍ୟମାନେ ସିନା ସବୁ ସହି ଯାଉଥିଲେ, ସୁଭାଷ ସମ୍ଭାଳୁଛନ୍ତି କେତେକେ; ସେ ଯେସାକୁ ତେସା ନୀତି ଧରିବାକୁ ଠିକ୍ କଲେ ।

ଦିନେ ଦଳେ ଛାତ୍ରଙ୍କୁ ଧରି ସୁଭାଷ ବାଟରେ ଲୁଚି ରହିଲେ । କଲେଜ ଛୁଟି ପରେ ଇଂରେଜ ଅଧ୍ୟାପକ ତାଙ୍କୁ ବସାକୁ ଫେରୁଥିଲେ । ଏତିକିବେଳେ ସୁଭାଷ ତାଙ୍କ ସାଥିମାନଙ୍କ ସହିତ ଅଧ୍ୟାପକଙ୍କ ଉପରେ ଚଡ଼ୋଉ କଲେ । ତାଙ୍କୁ ଆଖିବୁଜା ପିଟିଗଲେ । ସେଜାଣି ପାରିଲେ କାହିଁକି