ପୃଷ୍ଠା:Amari matir amar shaheed.pdf/୪୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

(୩୭)


ସର୍ବୋଚ୍ଚକର୍ତ୍ତା ବା ମେୟର ହେଲେ । ଗୋଟିଏ ବଡ଼ ପଟୁଆର ବାହାରି ସହର ପରିକ୍ରମା କରିବାର ଯୋଗାଡ଼ ହେଲା । ସରକାର ଏହା ହୋଇପାରିବ ନାହିଁ ବୋଲି ଆଦେଶ ଦେଲେ ।

ସୁଭାଷ କିନ୍ତୁ ନ‌ଛୋଡ଼ବନ୍ଧା । ପଟୁଆର ନିଶ୍ଚୟ ବାହାରିବ । ହଜାର ହଜାର ଲୋକ ଧାଡି ବାନ୍ଧି ଚାଲିଲେ । ସୁଭାଷ ସବୁରି ଆଗରେ । ଶହ ଶହ ପୋଲିସ ମଧ୍ୟ ଲାଠି ଆଉ ପିସ୍ତଲ ଧରି ରାସ୍ତା ଦୁଇପଟେ ଠିଆ ହୋଇଥିଲେ । ଶୋଭାଯାତ୍ରା ବେଖାତିର ଭାବରେ ଆଗେଇ ଚାଲିଲା । ସୁଭାଷ ବୋଷକୀ ଜୟ, ଜୟହିନ୍ଦ, କହି ଚଉଦିଗ କମ୍ପାଇ ଦେଲେ ।

ଶେଷରେ ପୋଲିସମାନେ ଆଉ ସମ୍ଭାଳି ନପାରି ହଠାତ୍ ଲୋକଙ୍କ ଉପରେ ଲାଠିମାଡ଼ ଆରମ୍ଭ କରିଦେଲେ । ଭୀଷଣ ମାଡ଼ରେ ସୁଭାଷଙ୍କ ଦେହସାରା ଫାଟି ରକ୍ତ ବାହାରି ପଡ଼ିଲା । ତାଙ୍କୁ ପୁଣି ଗିରଫ କରି ଜେଲ୍‌ରେ ଭତ୍ତି କରାଗଲା । ଜେଲ୍‌ରେ ତାଙ୍କ ଦେହ ବେଶୀ ଖରାପ ହେଲା । ଡାକ୍ତରମାନେ ଯେତେ ଚେଷ୍ଟା କଲେ କିଛି ଫଳ ହେଲା ନାହିଁ । ଶେଷରେ ତାଙ୍କର ଚିକିତ୍ସା ପାଇଁ ସରକାର ଭିଏନା ସହରକୁ ପଠାଇଲେ ।

ଭିଏନାରେ ଥିଲାବେଳେ ସୁଭାଷ ଖବର ପାଇଲେ ଯେ ତାଙ୍କ ବାପାଙ୍କର ଅବସ୍ଥା ସାଂଘାତିକ । ମରିବେ କି ବଞ୍ଚିବେ ଠିକ ନାହିଁ । ସେ ତେଣୁ ବସିଲାଠାରୁ ଉଠି ଚାଲି ଆସିଲେ ବାପାଙ୍କୁ ଟିକିଏ ଦେଖିବା ପାଇଁ । ସୁଭାଷ ତାଙ୍କୁ ଦେଖିବାର ଅଳ୍ପ ସମୟପରେ ଜାନ‌କୀନାଥ ଶେଷ ନିଃଶ୍ୱାସ ଛାଡ଼ିଦେଲେ । ସୁଭାଷ ଗଭୀର ଶୋକରେ ବୁଡ଼ିଗଲେ ।

ସେ ପୁଣି ଭିଏନା ଗଲେ । ମୂଳ ଲକ୍ଷ ହେଲା ଭାରତମାତାଙ୍କୁ ସ୍ୱାଧୀନ କରିବା ପାଇଁ ବିଦେଶୀ ସରକାରମାନଙ୍କର ସାହାଯ୍ୟ ଲୋଡ଼ିବା । ତେଣୁ ସେ ଇଟାଲୀ, ଆଫଗାନୀସ୍ଥାନ, ଆୟରଲ୍ୟାଣ୍ଡ, ଫ୍ରାନ୍‌ସ ପ୍ରଭୃତି ଦେଶଗୁଡ଼ିକର ମୁଖ୍ୟମାନଙ୍କୁ ଭେଟି ସେମାନଙ୍କ ସାହାଯ୍ୟ କାମନା କଲେ ।

ତାପରେ ଯେତେବେଳେ ସେ ଭାରତକୁ ଫେରିଲେ , ହଜାର ହଜାର ଲୋକ ତାଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରିଥିଲେ । ମାତ୍ର ସେ କାହା