ପୃଷ୍ଠା:Amari matir amar shaheed.pdf/୪୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
(୪୦)

ତା ଆରଦିନ ସକାଳୁ ସୁଭାଷ ତାଙ୍କର ବିଶ୍ୱାସୀ ବନ୍ଧୁ କେତେ ଜଣଙ୍କୁ ସଙ୍ଗରେ ନେଇ ଆଫଗାନିସ୍ତାନ ଆଡକୁ ଚାଲିଲେ |୧୫/୨୦ କିଲୋମିଟର ଦୂର ଯିବା ପରେ ଗୋଟିଏ ଗାଁରେ ପହଞ୍ଚିଲେ | ସେଠାରେ ରାତିଟି କଟାଇ ପରଦିନ ସକାଳୁ ସେମାନେ ପୁଣି ଆଗେଇଲେ | ସୁଭାଷଙ୍କର ତ ଏତେ ବାଟ ଚଲା ଅଭ୍ୟାସ ନଥିଲା | ତେଣୁ ସେ ଖୁବ ଅବଶ ହୋଇଡିଲେ | ରାତିଟି ସେଠାରେ କଟାଇ ସକାଳୁ କାବୁଲ ନଦୀ ପାର ହୋଇଗଲେ ।

ସୁଭାଷ ସିନା କାବୁଲ ମାଟିରେ ପାଦ ଦେଲେ, ମାତ୍ର କାବୁଲ ସହର ସେଠାରେ ବହୁଦୂର | ପକ୍କା ରାସ୍ତା ପଡିଲା | ବସ୍ ମଧ୍ୟ ଯା'ଆସ କରୁ ଥିଲା | କିନ୍ତୁ ସେ ବସ୍ ରେ ଭାରି ଭିଡ | ସେ ଓ ତାଙ୍କର ଜଣେ ସାଙ୍ଗ ରହେମତ୍ ବସ୍ ଛାତ ଉପରେ ବସି କାବୁଲରେ ପହଞ୍ଚିଲେ | ରାତିରେ ସେମାନେ ଯେଉଁ ସରେଇ ଘରେ ବିଶ୍ରାମ ନେଲେ ତାହା ଏତେ ଅପରିଷ୍କାର ଯେ ସୁଭାଷ ଭକ୍ କରି ବାନ୍ତି କରି ପକାଇଲେ | ପରେ ଜଣେ ଭାରତୀୟ ବ୍ୟବସାୟୀ ସାଥିରେ ରାତିଟି କଟାଇଲେ | ଏମିତି କାବୁଲ୍ ଓ କାନ୍ଦାହାରରେ ୪୩ ଦିନ କଟିଲା | ହାଡଭଙ୍ଗା ଶୀତ କାକର ଆଉ ବରଫ ବର୍ଷା ଭିତରେ ସେମାନେ ବୁଲୁଥିଲେ|


ଏଣେ ଇଂରେଜ ସରକାର ୧୧ ଦିନ ପରେ ଜାଣିବାକୁ ପାଇଲେ ଯେ ସୁଭାଷ ବୋଷ ଖସି ପଳାଇଛନ୍ତି | କିମିତି ଗଲେ, କୁଆଡେ ଗଲେ, କେତେବେଳେ ଗଲେ, ସରକାର ଠିକ୍ କରି ପାରିଲେ ନାହିଁ | ପୋଲିସମାନେ ଚଉଦିଗରେ ଖୋଜାଲୋଡା କଲେ | କିନ୍ତୁ ଆଉ ପତ୍ତା ପାଇବା ସମ୍ଭବ ହେଲା ନାହିଁ |

ତାପରେ ସୁଭାଷ ଆଫଗାନିସ୍ତାନ, ଇଟାଲୀ, ରୁଷିଆ, ଜର୍ମାନୀ ପ୍ରଭୃତି ବହୁଦେଶକୁ ଯାଇ ଭାରତର ମୁକ୍ତି ପାଇଁ ସେମାନଙ୍କର ସାହାଜ୍ୟ ଚାହିଁଲେ | ମାତ୍ର ସେତେବେଳକୁ ଦ୍ୱିତୀୟ ପୃଥୀବୀ ମହାଯୁଦ୍ଧ ଲାଗିଯାଇ ଥିବାରୁ ଜର୍ମାନୀ ଛଡା ଆଉ କେଉଁ ଠାରୁ ସେ ଇଂରେଜ ସରକାରଙ୍କ ବିରୁଦ୍ଧରେ ସହଯୋଗ ପାଇଲେ ନାହିଁ |

ଜର୍ମାନୀର ରାଜଧାନୀ ବର୍ଲିନରେ ପ ଞ୍ଚିଲେ | ଜର୍ମାନୀର ସବୁଠୁଁ ଟାଣୁଆ ନେତା ହିଟାଲର ତାଙ୍କୁ ଖୁବ୍ ଆଦର ଅଭ୍ଯର୍ଥନା କଲେ | ଭାରତର ଶ୍ରେଷ୍ଠନେତା ଭାବରେ ସୁଭାଷଙ୍କୁ ସେ ସମ୍ବୋଧନ କରିଥିଲେ ଏବଂ ଭାରତର