( ୫୮ )
ପୁରସ୍କାର ଦିଆଯିବ । କିନ୍ତୁ ଏଇ ଘୋଷଣା ଘୋଷଣାରେ ରହିଲା । କିଏ ତାଙ୍କୁ ଧରିବ ? କିଏ ବା ଧରାଇବ ?
ଥରେ ଖୁବ୍ ଝଡ଼ ହେଲା । ଚିଲିକା କୂଳରେ ସେରଣ ଗାଁ । ସେ ଗାଁରେ ବହୁ ଲୋକଙ୍କର ଘର ଭାଙ୍ଗିଗଲା । ଜଣେ ମାଛଧରାଳିର ନାଆଟି ଚିଳିକାରେ ବୁଡିଗଲା । ସେ ବିଚରା ପେଟପୋଷିବାର ଆଶା ଭରଶା ହରାଇଲା । ଦିନେ ସେ ଠିକ କଲା- ତାପଙ୍ଗ ଦଳବେହେରା ତ ଭାରି ଦୟାଳୁ ଆଉ ପରୋପକାରୀ । ତାଙ୍କୁ ନିଜର ଦୁଃଖ ଜଣାଇଲେ ସେ ନିଶ୍ଚୟ ତାର ଦୁଃଖ ଦୂର କରିବେ । ତେଣୂ ସେ ତାପଙ୍ଗ ଯିବାକୁ ଠିକ୍ କଲା ।
ଚିଲିକା କୂଳ ଜଙ୍ଗଲ ଭିତରେ ମାଛଧରାଳୀ ଚାଲିଥାଏ । ହଠାତ ସେ ଦେଖିଲା ନିଶଦାଢ଼ି ବଢାଇ ଜଣେ ଲୋକ ପାଗଳ ପରି ବଣ ଭିତରେ ବୁଲୁଛି ।
ମାଛଧରାଳୀ ପଚାରିଲା- ତାପଙ୍ଗ ଗଡ଼କୁ ବାଟ କେଉଁଟା ?
ବନବାସୀ ଲୋକଟି କହିଲା- କାହିଁକି? ସେଠାକୁ ଯିବ କି?
ମାଛଧରାଳୀ ଲୁହ ଢଳ ଢଳ ଆଖିରେ ତା ଆଡକୁ ଚାହିଁ ଉତ୍ତର ଦେଲା - ହଁ ମୁଁ ଯିବି । ମୋର ନାଆଟି ଚିଲିକା ପାଣିରେ ବୁଡିଗଲା । ତାର ଥଳକୂଳ ପାଇଲି ନାହିଁ । ପେଟପାଟଣା ଚଲାଇବାର ତାହା ଥିଲା ମୋର ଏକ ମାତ୍ର ସମ୍ବଳ । ମାଛ ଧରି ମୁଁ ପିଲାଙ୍କ ତୁଣ୍ଡରେ ଆହାର ଦିଏ । ଏବେ ପିଲାଏ ଉପାସେ ଭୋକେ ପଡ଼ି କନ୍ଦାକଟା କରିବାରୁ ଆଜି ଯାଉଛି ତାପଙ୍ଗ ଦଳବେହେରାଙ୍କ ପାଖକୁ ମୋର ଦୁଃଖ ଜଣାଇବି । ସେ ନିଶ୍ଚୟ ମୋର ସାହା ହେବେ ।
ଆଖି ଦୁଇଟିକୁ ପୋଛି ଲୋକଟି କହିଲା- ଚାଲ, ମୁଁ ବାଟ ବତାଇ ଦେବି ।
ସେମାନେ ସାଥିହୋଇ ଖୋଜିବାକୁ ଗଲେ । କୋଟ୍ ଭିତରେ ପଶି ସେ ଦାଢ଼ିଆ ଲୋକଟି ହାକିମଙ୍କୁ କହିଲା- ମୁଁ ହେଉଛି ତାପଙ୍ଗ