ମଶ୍ରୁ କହିଲେ; ମଶ୍ରୁରୁ - ମଚ୍ଛୁ, ମଚ୍ଛୃରୁ - ମୁଚ୍ଛୃ, ମୂଚ୍ଛୃରୁ ମୁଛ ହୋଇଅଛି । ଦୟାନଇ - ଦଧିଭଦ୍ରାନଦୀ:ଦଧୀବି ମୁନି ଉକ୍ତ ନଦୀକୂଳରେ ତପସ୍ୟା କରୁଥିଲେ ବୋଲି ତାହାର ନାମ ଦଧିଭଦ୍ରା ହେଲା । ଦଧିଭଦ୍ରାରୁ - ଦହିଆ, ଦହିଆରୁ ବର୍ତ୍ତମାନ ଦୟା ହୋଇଅଛି । ଦଉଡ଼ି - ଡ଼ୋରକ; ପ୍ରେଥମେ ଡ଼ୋରକ ଏହିମୂଳ ସଂସ୍କୃତ ଶବ୍ଦ ଥିଲା । ଡୋରକରୁ କାଳକ୍ରମେ ଡ଼ୋର, ଡ଼ୋରରୁ - ଡ଼ୋରି, ଡ଼ୋରିରୁ - ଡ଼ଉରି, ଡ଼ଉରିରୁ - ଦଉରି ଏବଂ ଦଉଡ଼ି ହୋଇଅଛି । ଅସ୍କରା - ଅବସ୍କର; ଅବସ୍କରରୁ - ଓସ୍କରା, ଓସ୍କରାରୁ - ଅସ୍କର, ଅସ୍କରରୁ - ଅସ୍କରା ହୋଇଅଛି । ଚିରେଇତା - କିରାତତିକ୍ତ; କିରାତତିକ୍ତରୁ - ଚିରାତତିକ୍ତ, ଚିରାତତିକ୍ତରୁ - ଚିରାତିକ୍ତ, ଚିରାତିକ୍ତରୁ-ଚିରାଇକ୍ତ, ଚିରାଇକ୍ତରୁ - ଚିରାଇତ ଓ ଚିରାଇତରୁ - ଚିରେଇତା ହୋଇଅଛି । ଛାମୁ - ସାମ୍ମୁଖ୍ୟ ; ସାମ୍ମୁଖ୍ୟ ଏହି ମୂଳ ଶବ୍ଦରୁ - ସାମୁହ, ସାମୁହରୁ - ଛାମୁହ, ଛାମୁହରୁ - ଛାମୁ ହୋଇଅଛି । ଦାର୍ଜିଲିଂ - ଦୁର୍ଜୟଲିଙ୍ଗ; ଦୁର୍ଜ୍ଜୟଲିଙ୍ଗ ନାମକ ଶିବଙ୍କ ନାମାନୁସାରେ ନାମିତ । ଦୁର୍ଜ୍ଜୟଲିଙ୍ଗରୁ ଦୁର୍ଜଲିଙ୍ଗ, ଦୁର୍ଜ୍ଜଲିଙ୍ଗରୁ - ଡ଼ୁର୍ଜ୍ଜଲିଙ୍ଗ, ଡ଼ୁର୍ଜ୍ଜଲିଙ୍ଗରୁ - ଡ଼ାର୍ଜ୍ଜଲିଙ୍ଗ ଏବଂ ଡ଼ାର୍ଜ୍ଜଲିଙ୍ଗରୁ - ଦାର୍ଜ୍ଜଲିଙ୍ଗ ହୋଇଅଛି । ମଶାଣି - ଶ୍ମଶାନ; ଶ୍ମଶାନରୁ - ମଶାନ, ମଶାନରୁ ମଶାଣ, ମଶାଣରୁ -ମଶାଣି ହୋଇଅଛି । ତ୍ରିଚିନାପଲୀ-ତ୍ରିଶିରଃପଲ୍ଲୀ; ଲଙ୍କାଧିପତି ରାବଣର ଭ୍ରାତା ତ୍ରିଶିରାନାମକ ଅସୁର ଏହି ଦାକ୍ଷିଣାତ୍ୟ ପ୍ରଦେଶରେ ରାଜ୍ୟଭାର ଗ୍ରହଣ କରିଥିଲା । ତାହାର ନାମାନୁସାରେ ସ୍ଥାନର ନାମ ତ୍ରିଶିରପଲ୍ଲୀ ହୋଇଅଛି । ବର୍ତ୍ତମାନ ସେହି ତ୍ରିଶିରପଲୀ ପ୍ରାକୃତ ଲୋକମାନଙ୍କ ମୁଖରେ ପଡ଼ି ତ୍ରିଚିନାପଲୀ ହୋଇଅଛି । କରବାଡ଼ - ଖର୍ବଟ; ମୂଳ ସଂସ୍କୃତ ଖର୍ବଟ ଶବ୍ଦର ଅର୍ଥ କ୍ଷୁଦ୍ରଗ୍ରାମ । ଖର୍ବଟରୁ - ଖରବଟ, ଖରବଟରୁ - ଖରବଡ଼, ଖରବଡ଼ରୁ - ଖରବାଡ଼, ଖରବାଡ଼ରୁ - କରବାଡ଼ ହୋଇଅଛି ।
ପୃଷ୍ଠା:Apabhramsabodhini (1892).pdf/୨୯
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୬
ଅପଭ୍ରଂଶବୋଧିନୀ