ପୃଷ୍ଠା:Arkakshetra konark.pdf/୧୦୧

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ମାପର ପ୍ରାମାଣିକତା ଓ ମନ୍ଦିର ନକ୍ସା :

ଏହା ଆଗକୁ କୋଣାର୍କ ଦେଉଳର ବିମାନ, ଜଗମୋହନ ଓ ଅନ୍ୟାନ୍ୟ ଦେହ ବିଭାଗଗୁଡ଼ିକ ବହୁଳ ଆଲୋଚିତ ହେବ । ବିମାନ ଓ ଜଗମୋହନର ଯୋଡ଼ିଏ ନିର୍ଭରଯୋଗ୍ୟ ରେଖାଚିତ୍ର ଉପସ୍ଥାପନ କରିବା ଅତି ପ୍ରୟୋଜନ ।

ଜଗମୋହନ ଏବେ ମଧ୍ୟ ଖାଡ଼ା ଅଛି, ମାପ କରିବା ସମ୍ଭବ ଏବଂ ତାହା ହୋଇଛି ମଧ୍ୟ, କିନ୍ତୁ ବିମାନର ଗଣ୍ଡି ଓ ବାଡ଼ର ତଳଜଙ୍ଘା ଉପରକୁ ପ୍ରାୟ ସମସ୍ତ ଅଂଶ ଲୁପ୍ତ ହୋଇ ଯାଇଛି । ନିର୍ଭର କରିବାକୁ ପଡ଼ୁଛି କେତେକ ପାରିପାର୍ଶ୍ୱିକ ପ୍ରମାଣ ଉପରେ ।

ଯେକୌଣସି ଇମାରତ ଖାଡ଼ା ହୁଏ ତାହାର ଭୂମି ନକ୍ସା ଉପରୋ ଏହାର କେତୋଟି ନକ୍ସା ମିଳିଛି ଭୁବନେଶ୍ୱର ଏ.ଏସ୍‍.ଆଇ. ସୌଜନ୍ୟରୁ । ଭୁବନେଶ୍ୱରର Superintending Archaeologist A. K. Patel ଦାବି କରନ୍ତି ମୂଳ ନକ୍ସାଟି ୧୯୦୦ ସାଲର ପ୍ରସିଦ୍ଧ ସଂରକ୍ଷଣ ସମୟରେ ତିଆରି କରାଯାଇଥିଲା, ତେଣୁ ନିର୍ଭରଯୋଗ୍ୟା ଗାତ୍ରରେଖାଗୁଡ଼ିକୁ ଅଧିକ ଦନ୍ତୁରିତ କରିବା ଫଳରେ କୋଣଗୁଡ଼ିକ ଅସ୍ପଷ୍ଟ । ଶ୍ରୀଯୁକ୍ତ ପଟେଲ୍‍ଙ୍କ ସହ ଆଲୋଚନା ପରେ କୋଣବିନ୍ଦୁଗୁଡ଼ିକ ନିର୍ଦ୍ଧାରିତ ହୋଇଛି ଏବଂ ତାହାରି ଉପରେ ନିର୍ଭର କରି ପାଗଗୁଡ଼ିକ ରେଖାଚିତ୍ର-୭ରେ ଦେଖାଯାଇଛି ।

Newlight on the Sun Temple ର ମୁଖ୍ୟ ରଚୟିତା ଡକ୍ଟରର ବୋନ୍‍ର ସେ ଗ୍ରନ୍ଥର ପରିଶିଷ୍ଟରେ କେତେଗୁଡ଼ିଏ ଭୂମି ନକ୍ସା ଉପସ୍ଥାପନ କରିଛନ୍ତି ସେ ଗ୍ରନ୍ଥର ଚିତ୍ର ସଂଖ୍ୟା (୨-ଭ)ରେ । ଗ୍ରନ୍ଥର ଉପକ୍ରମଣିକାରେ ବୋନର୍‍ ଦାବି କରନ୍ତି, ଚିତ୍ରଟି ଅଙ୍କା ଯାଇଛି ଶିଳ୍ପସାରଣୀମତେ ଏବଂ ଏହା ଏ.ଏସ୍‍.ଆଇ. ପ୍ରଦତ୍ତ ମ୍ୟାପ୍‍ ସହିତ ମିଶି ଯାଉଛି । ସେ ଆହୁରି ମଧ୍ୟ ଦାବି କରନ୍ତି, କାର୍ଯ୍ୟ କରୁଛି "cosmic vision operating with fundamental principles crystalised in geometrical forms----." ବକ୍ତବ୍ୟ ପ୍ରମାଣିତ କରିବାପାଇଁ ଚିତ୍ରଟିରେ ଅନେକଗୁଡ଼ିଏ ବୃତ୍ତ ଓ ରେଖା ସଂଯୋଗରେ ମହାଜାଗତିକ ସଂଯୋଗ କଥା କୁହାଯାଇଛିା ଯେକୌଣସି ଜ୍ୟାମିତିକ ନକ୍ସାରେ ଗୋଟିଏ ଛନ୍ଦ ଥାଏ । ହିନ୍ଦୁମାନେ ବହୁପୂର୍ବରୁ ସୃଷ୍ଟି ଉପରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥିବାର ବିଶ୍ୱାସ କରନ୍ତି ଏବଂ ମନ୍ଦିରର ବିଭି୍ନ ସ୍ଥାନରେ ମଧ୍ୟ ତାହାର ବୋଧଗମ୍ୟ ଉପସ୍ଥାପନା କରିଛନ୍ତିା ଯଥା: ଦିକ୍‍ପାଳ, ନବଗ୍ରହ ଇତ୍ୟାଦି । କିନ୍ତୁ ଭୂମି ନକ୍ସାରେ ସୌରମଣ୍ଡଳର ପ୍ରଭାବ କେଉଁଠି କିପରି କାର୍ଯ୍ୟ କରୁଛି ତାହାର ଆଲୋଚନା ନକରି କେତେଗୁଡ଼ିଏ ବୃତ୍ତ, ବର୍ଗକ୍ଷେତ୍ର ଓ ରେଖାର ସମଷ୍ଟି ଉପସ୍ଥାପନ କଲେ ତାହା ଖାଲି ବାକ୍‍ଚାତୁରୀରେ ପରିଗଣିତ ହେବାକୁ ବାଧ୍ୟ । ବୋନର୍‍ ସ୍ୱୀକାର କରିଛନ୍ତି,"although the ultimate rationale behind such plan- the knowledge of the initiate- may for ever remain the secret of the ancient temple builders." । ଯେହେତୁ ଭିତ୍ତିଭୂମିର ମାପଗୁଡ଼ିକ ଏବେ ମଧ୍ୟ ଆଉ ଥରେ ମପାଯାଇ ପାରିବ ଏବଂ ଏ.ଏସ୍‍.ଆଇ. ଗୋଟିଏ ଦାୟିତ୍ୱସଂପନ୍ନ ସଂସ୍ଥା, ଧୂଆଁଳିଆ ମହାଜାଗତିକ ବୃତ୍ତ ଓ ରେଖା କଥା ଚିନ୍ତା ନ କରି ଏ.ଏସ୍‍.ଆଇ. ନକ୍ସା ଭିତରେ ସାଧାରଣ ପାଠକ ବୁଝିଲା ଭଳି ଗୋଟିଏ ଭୂମିକ୍ସା (ଵତ୍ତଚ୍ଛନ୍ଧଚ୍ଚଯ ଟ୍ଟକ୍ଷବଚ୍ଚ) ରେଖାଚିତ୍ର -୭ରେ ଉପସ୍ଥାପିତ ହେଲା ।

ଭୂମିନକ୍ସା ନିର୍ଭର କରି ଉନ୍ନତାଂଶ (elevation) ଅଙ୍କାହୁଏ କିନ୍ତୁ ସେଥିରେ ମଧ୍ୟ ଆହୁରି ଅନେକ ମାପ ତଥା ତଥ୍ୟର ପ୍ରୟୋଜନ ହୁଏ ଯଥା: ଉପବିଭାଗଗୁଡ଼ିକର ଉଚ୍ଚତା ଓ ମିଳିତ ସଂପୂର୍ଣ୍ଣ ଉଚ୍ଚତା, ସମାନ୍ତରାଳ ଭାସ୍କର୍ଯ୍ୟ (ପାଭଗ, ଜଙ୍ଘା, ବନ୍ଧନ ଇତ୍ୟାଦି) ଏବଂ ସେମାନଙ୍କ ବାହ୍ୟରେଖା (profile) । ଏ.ଏସ୍‍.ଆଇ. ବିମାନର କଳ୍ପିତ ଉନ୍ନତାଂଶର ଚିତ୍ର ମଧ୍ୟ ଦେଇ ନାହାନ୍ତି । କିନ୍ତୁ ଜଗମୋହନର ଦୁଇଟି ଉନ୍ନତାଂଶର ଚିତ୍ର ଉପସ୍ଥାପନ କରିଛନ୍ତି । ଚିତ୍ର ଦୁଇଟି ଜଗମୋହନର ପୂର୍ବଦିଗର ଦୃଶ୍ୟା ଚିତ୍ର ଦୁଇଟିରେ ଦ୍ୱିତଳ ପୃଷ୍ଠର (ପୀଠ) ୨ୟପୃଷ୍ଠ ବାଡ଼ ସହିତ ମିଶାଇ ଦିଆଯାଇଛି । ବାଡ଼ର ମୂଳ ପାଞ୍ଚଭାଗ ଅର୍ଥାତ୍‍ ପାଭାଗ, ତଳଜଙ୍ଘା, ବନ୍ଧନ, ଉପରଜଙ୍ଘା ଓ ବାରଣ୍ଡାର କୌଣସି ମାପ ଦିଆଯାଇ ନାହିଁ ଏବଂ ଦୁଇଟି ନକ୍ସା ମଧ୍ୟରେ ମାପଗତ ବୈଷମ୍ୟ ଅଛି । ଦ୍ୱିତୀୟ ପୀଠକୁ ମିଶେଇ ଏ.ଏସ୍‍.ଆଇ. ଚିତ୍ରିତ ଜଗମୋହନର ଉଚ୍ଚତା ଗୋଟିଏ ଚିତ୍ରରେ ୧୨୫ ଫୁଟ୍‍ ଏବଂ ଅନ୍ୟ ଚିତ୍ରରେ ପାଭାଗର ଉଚ୍ଚତାକୁ ବାଦ୍‍ଦେଇ ୧୧୯ ଫୁଟ୍‍ ୪ଇଞ୍ଚ୍‍ । ପାଭାଗର ପ୍ରତିଷ୍ଠିତ ଉଚ୍ଚତା ୧୦ଫୁଟ୍‍ ୧୧ଇଞ୍ଚ । ବାଡ଼ ଅଞ୍ଚଳର ଭୂମି ବିସ୍ତାର ଗୋଟିଏ ଚିତ୍ରରେ ୨୮.୬୯୧ ମିଟର (୯୪ ଫୁଟ୍‍) ଓ ଅନ୍ୟ ଚିତ୍ରରେ ୨୮.୬୦ ମିଟର (୯୩ଫୁଟ୍‍ ୯.୫ଇଞ୍ଚ) ଏ ପାର୍ଥକ୍ୟ ଖୁବ୍‍ କମ୍‍ କିନ୍ତୁ ଉନ୍ନତାଂଶ ଉଠାଯାଇନାହିାଁ ପ୍ଲାନ୍‍ର ସୁଦୂରତମ ବିନ୍ଦୁରୁ ଅର୍ଥାତ୍‍ ରହପାଗରୁ ରହପାଗ ଯାହା ୧୦୮ ଫୁଟ୍‍ । (ଚିତ୍ର ନମ୍ବର-୧୦, ପୃଷ୍ଠା-୧୧୧ ଦେଖନ୍ତୁ) ଅନର୍ଥ ପାଗରୁ ଅନର୍ଥପାଗ ୯୮ ଫୁଟ୍‍ ଯାହାର ପାଖାପାଖି ଏ ଚିତ୍ର । ଏ ଚିତ୍ର ଦ୍ୱୟରେ ଆହୁରି ଅନେକ ଅମେଳ ଅଛି ଏବଂ କେତେକ ମାପ ପ୍ରତିଷ୍ଠିତ ଐତିହାସିକମାନଙ୍କ ମାପଠାରୁ ବହୁ ଦୂରରୋ ଏ.ଏସ୍‍.ଆଇ.ର ଏ ଚିତ୍ର ଦୁଇଟି ପ୍ରାମାଣିକ ଧରାଯାଇ ପାରିବ ନାହିଁ ।

ଏଲିସ୍‍ ବୋନ୍‍ର 'ନିଉ ଲାଇଟ୍‍' ଗ୍ରନ୍ଥ ଶେଷରେ ତନୋଟି ଉନ୍ନତାଂଶର (elevation) ଉପସ୍ଥାପନ କରିଛନ୍ତି । Fig-1, (Page-୨୦୪), Fig-2.c (page-୨୦୬) ଏବଂ Fig- 2.d (page-୨୦୮) । ଏଥିରୁ ଶେଷୋକ୍ତ ଦୁଇଟି ଗ୍ରାଫ୍‍ କାଗଜରେ ଅଙ୍କାଯାଇଛି । 'ମୂଳସୂତ୍ର' ନାମକ ଗୋଟିଏ ଶବ୍ଦ ବାରେ ବାରେ ବ୍ୟବହାର କରାଯାଇଛି । ଶବ୍ଦଟିର ଅର୍ଥ କ'ଣ ?

ଆହୁରି କୁହାଯାଇଛି ଏହା ଭୂମି ନକ୍ସାର ଦେଢ଼ଗୁଣ ("according to a mulasutra one and a half times bigger than that of the ground plan") ଏହାର ଅର୍ଥ କ'ଣ ? ଭୂମିକ୍ସା ଗୋଟିଏ ରେଖା, ବୃତ୍ତ ଅଥବା ବର୍ଗକ୍ଷେତ୍ର ନୁହେଁ । ଯେକୌଣସି ବୈଷୟିକ

ନକ୍ସା ଅଙ୍କନରେ ମାପର ମୂଳ ୟୁିଟ୍‍ ଫୁଟ୍‍, ଇଞ୍ଚ, ଗଜ, ମିଟର ଏପରିକି ଚେନ୍‍ ଓ ସେ ଯୁଗର କାଠି ପ୍ରଚଳିତ । ଏ ମୂଳସୂତ୍ର ୟୁିଟ୍‍ ହିସାବରେ

ଅର୍କକ୍ଷେତ୍ର କୋଣାର୍କ . ୧୦୧