ପୃଷ୍ଠା:Arkakshetra konark.pdf/୧୧୩

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଭୂମିଠାରୁ ଜଗମୋହନର ଉଚ୍ଚତା :

ମନମୋହନ ଗାଙ୍ଗୁଲୀ ପ୍ରଥମେ ମାପଗୁଡ଼ିକ ଫିତା ସାହାଯ୍ୟରେ କରିଥିଲେ ଏବଂ ପୂରା ଜଗମୋହନର ମାପ ଥିଓଡଲାଇଟ୍‍ ସାହାଯ୍ୟରେ କରିଥିଲେ । ସେତେବେଳେ କଳସ ନ ଥିଲା । କଳସ ଛଡ଼ା ସବୁ ବିଭାଗର ମୋଟ ଫିତାମାପ ଆସୁଛି ୧୨୮'-୨", ଥିଓଡଲାଇଟ୍‍ର ମାପ ଆସିଥିଲା ୧୨୯'-୮" । ଫରକ୍‍ ହେବାର କାରଣ ଗାଙ୍ଗୁଲୀ ଲେଖିଛନ୍ତି, ଅସମତଳ ଭୂମିପାଇଁ ହୋଇପାରେ ଏବଂ ଫିତା ମାପରେ ଭୁଲ୍‍ କରିଥିବା ଯୋଗୁଁ ମଧ୍ୟ ହୋଇପାରେ । ଦେଖା ଯାଉଛି, କୋଣାର୍କ ଜଗମୋହନର ଉଚ୍ଚତା ଲିଙ୍ଗରାଜ ବିମାନର ଉଚ୍ଚତା ଠାରୁ ମଧ୍ୟ (୧୨୭'-୧") ଅଧିକ ଥିଲା । ତେବେ ଫରକ୍‍ଟି ଏତେ ବଡ଼ ଦେଉଳ ପକ୍ଷେ ସାମାନ୍ୟ ।

[[ଫାଇଲ:|423px|page=113]]
ରେଖାଚିତ୍ର-୧୦: କୋଣାର୍କ ଜଗମୋହନର ଉନ୍ମତାଂଶ

ଅର୍କକ୍ଷେତ୍ର କୋଣାର୍କ . ୧୧୩