ପୃଷ୍ଠା:Arkakshetra konark.pdf/୧୧୪

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଏଠାରେ ଗୋଟିଏ ବିଷୟ ଉଲ୍ଲେଖଯୋଗ୍ୟା ରେଖାଚିତ୍ର ୧୦ରେ କଳସ ସହିତ ଜଗମୋହନର ଉଚ୍ଚତା (ଦ୍ୱିତୀୟପୃଷ୍ଠ ଉପରେ) ୧୧୫'- ୧୧" । ଏହା ସହିତ ପୀଠର ଉଚ୍ଚତା ୧୬'୬" ଯୋଗ କରିଲେ ଭୂମି ଉପରୁ ଉଚ୍ଚତା ଆସୁଛି- ୧୩୨'୫" କିନ୍ତୁ Theodlite ମାପ ଆସିଥିଲା ୧୨୯'୮" । ଅବଶ୍ୟ ସେ ମାପଟି କଳସକୁ ଛାଡ଼ି । ତେବେ କ'ଣ କଳସର ଉଚ୍ଚତା ଥିଲା ମାତ୍ର ୨ଫୁଟ ୯ଇଞ୍ଚ ? ୯ ନମ୍ବର ଚିତ୍ରଟି ଆଙ୍କିବାକୁ ଲେଖକ ଭୂମି ନକ୍ସାରୁ (ଚିତ୍ର ସଂଖ୍ୟା-୬) ରହପାଗଠାରୁ ରହପାଗ ଯାଏ ମାପ (୧୦୮') ଏବଂ ଗାଙ୍ଗୁଲୀଙ୍କ ପ୍ରଦତ୍ତ ବାଡ଼ ଓ ପୀଢ଼ ମାପ ଗ୍ରହଣ କରିଛି । ଗାଙ୍ଗୁଲୀ ଏବଂ ବିଶନ୍‍ ସ୍ୱରୂପଙ୍କ ମାପର ମେଳ ଅଛି । ମସ୍ତକ ଅଞ୍ଚଳର ମାପ ସମସ୍ତଙ୍କ ଅନ୍ଦାଜ । ତେବେ ମସ୍ତକଟି ଅଙ୍କାଗଲା କିପରି ? ଗାଙ୍ଗୁଲୀଙ୍କ ଗୋଟିଏ ସୂତ୍ରମତେ- ଯାହା 'ନିଉ ଲାଇଟ୍‍' ଶେଷରେ ଉପସ୍ଥାପିତ ଚିତ୍ର ସହିତ ମେଳ ଖାଉଛି- ପ୍ରଥମ ପୀଢ଼ର ପ୍ରାନ୍ତବିନ୍ଦୁ ସହିତ ଘଡ଼ଚକଡ଼ର ପ୍ରାନ୍ତବିନ୍ଦୁ (X,Y)କୁ ଯୋଡ଼ି ଊର୍ଦ୍ଧ୍ୱକୁ ରେଖା ଟାଣିଲେ ମଧ୍ୟରେଖାର ଯେଉଁଠାରେ ମିଶିବ, ତାହା ମନ୍ଦିରର ଶୀର୍ଷ ବିନ୍ଦୁ । ଘଡ଼ଚକଡ଼ର ଓସାର ମଧ୍ୟ ଗାଙ୍ଗୁଲୀ ସୂତ୍ରମତେ ଟଣାଯାଇଛି । ବର୍ତ୍ତମାନ ମସ୍ତକର ଉଚ୍ଚତା ଆସିଲା ୩୦ ଫୁଟ୍‍ ।

ମାଦଳାପାଞ୍ଜି ୩୫ ଫୁଟ୍‍ କଳସ ସହିତ

ଗାଙ୍ଗୁଲୀ ୨୫ ଫୁଟ୍‍ ୬ ଇଞ୍ଚ କଳସ ବ୍ୟତୀତ

ବିଶନ୍‍ ସ୍ୱରୂପ ୨୫ ଫୁଟ୍‍ ୬ ଇଞ୍ଚ କଳସ ବ୍ୟତୀତ

ଏ.ଏସ୍‍.ଆଇ. ୨୧ ଫୁଟ୍‍ ୮ ଇଞ୍ଚ କଳସ ବ୍ୟତୀତ (୩/୮ / ୨୬)

ଦେଖାଯାଉଛି କଳସର ଉଚ୍ଚତା ୯ ଫୁଟ୍‍ ଅଥବା କିଞ୍ଚିତ୍‍ ଅଧିକ ଥିଲା । ଲେଖକର ରେଖାଚିତ୍ରରେ କଳସର ଉଚ୍ଚତା ଆସିଛି ୮ ଫୁଟ୍‍ । ମସ୍ତକର ଓ ଅନ୍ୟାନ୍ୟ ଉପରିଭାଗର ମାପ ଯାହା ଦିଆଯାଇଛି ୭ ନଂ ସାରଣୀରେ, ତାହା ଏ.ଏସ୍‍.ଆଇ. ମ୍ୟାପ୍‍ ଦୁଇଟିକୁ ସ୍କେଲିଂ କରି ମିଳିଛି ଏବଂ ସେଥିରେ ମଧ୍ୟ ବହୁ ବିଭ୍ରାନ୍ତି । ତେଣୁ ସ୍ମରଣ କରିବାକୁ ପଡ଼ିଲା ଫାବି୍ରଙ୍କ ଉପଦେଶ; କୌଣସି ଶିକ୍ଷା ସଂପୂର୍ଣ୍ଣ ନୁହେଁ "without hypothesis and conjuncture" ୨/୩ ଫୁଟ୍‍ ଫରକ ସତ୍ତ୍ୱେ ଜଗମୋହନର ରେଖାଚିତ୍ରଟି ମନେକରାଯାଏ ସତ୍ୟର ପାଖାପାଖି ହେବ ।

ବାଡ଼ର ଉପ ବିଭାଗଗୁଡ଼ିକର ଅନୁପାତ (୨୨୬) :

ବହୁ ମନ୍ଦିର ମାପଚୁପ୍‍ କରି ବାଡ଼ର ଉପ-ବିଭାଗଗୁଡ଼ିକର କେତେକ ଅନୁପାତ ବାହାର କରିଛନ୍ତି ଗାଙ୍ଗୁଲୀ । ପାଭାଗ, ତଳଜଙ୍ଘା, ବନ୍ଧନ, ଉପରଜଙ୍ଘା ଓ ବାରାଣ୍ଡା- ଅନୁପାତ ୧:୫/୬:୧/୩:୫/୬:୧ । କେତେକ ମନ୍ଦିରରେ ୫/୬ ନହୋଇ ୭/୮ ହେବାର ମଧ୍ୟ ଦେଖାଯାଇଛି । ଏଠାରେ ମଧ୍ୟ କୋଣାର୍କ ଶିଳ୍ପୀ କିଛି ବ୍ୟତିକ୍ରମ ଘଟାଇଛନ୍ତି (ପୃ.୧୨୦ ଦେଖନ୍ତୁ) କିନ୍ତୁ ତାଳ କଟି ନାହିଁ; ଅର୍ଥାତ୍‍ ପ୍ରଥମ ଓ ଶେଷ ଉତ୍ପତ୍ତି ଭାଗ ସମାନ, ୨ୟ ଓ ଚତୁର୍ଥ ଉପରିଭାଗ ସମାନ, ମଧ୍ୟମ ୧/୩ । ଉପରୋକ୍ତ ତଥ୍ୟ ଓ ୮ ନମ୍ବର ସାରଣୀରୁ ନିର୍ଭରଯୋଗ୍ୟ ମାପନେଇ ଜଗମୋହନର ରେଖାଚିତ୍ର ଉପସ୍ଥାପିତ ହେଲା ଚିତ୍ର ସଂଖ୍ୟା ୯ରେ ।

ବିମାନ ଓ ଜଗମୋହନ ଭିତର ଭାସ୍କର୍ଯ୍ୟ :

ମନ୍ଦିର ଭିତର ସମ୍ପୂର୍ଣ୍ଣ ଭାସ୍କର୍ଯ୍ୟଶୂନ୍ୟ । କାନ୍ଥ ଦେହରେ ତିନୋଟି ଡୋରି ଛଡ଼ା କୌଣସି କାରୁକାର୍ଯ୍ୟ ଭାସ୍କର୍ଯ୍ୟ ନାହିଁ । ମୁଣ୍ଡ ଉପରେ ଅବଶ୍ୟ ପଦ୍ମ ଚନ୍ଦ୍ରାତପ ଥିଲା, କିନ୍ତୁ ଏହା ବହୁ ଉପରେ । ଗର୍ଭଗୃହରେ ଆଲୋକର ପ୍ରବେଶ ମଧ୍ୟ ସୀମିତ । ବହୁ ଶହ ବର୍ଷ ପୂର୍ବେ ମନ୍ଦିର ମଧ୍ୟରେ ନାନା ଅଳଂକରଣ ସହ ନାନା ମୂର୍ତ୍ତିି ମଧ୍ୟ ଗଢ଼ା ହେଉଥିଲା । କୋଣାର୍କ ଠାରୁ ଦୁଇଶହ ବର୍ଷ ପୁରାତନ ମୋଧେରାର (୧୦୨୬ ଖ୍ରୀ.ଅ.) ମୁଖଶାଳା ଭିତରେ, ଏପରି କି ଗର୍ଭଗୃହ ଦ୍ୱାରରେ ମଧ୍ୟ ଖାଲି ବିଭି୍ନ ମୂର୍ତ୍ତିି ନୁହେଁ; ମିଥୁନ ଯୁଗଳ ମଧ୍ୟ ନିବିଡ଼ ବନ୍ଧନରେ ଦେଖାଯାଇଛି, କିନ୍ତୁ ଓଡ଼ିଶା ମନ୍ଦିରର ଅଭ୍ୟନ୍ତର ଶହଶହ ବର୍ଷ ଧରି ଅଳଙ୍କରଣ ଶୂନ୍ୟ । ଦାର୍ଶନିକ ସ୍ଥପତି ବୁଝି ପାରିଥିଲେ, ବାହାରର ସମସ୍ତ ରଙ୍ଗରସର ଜୀବନ ପ୍ରବାହ ଡେ଼ଇଁ ମନୁଷ୍ୟ ଯେତେବେଳେ ପରମାତ୍ମାଙ୍କ ନିକଟରେ ସମର୍ପିତ ହେବାକୁ ଚାହୁଁଛି, ସେତେବେଳେ ଚାପଲ୍ୟ ଶୋଭା ପାଏ ନା, ସେତେବେଳେ ପରିବେଶ, ସହଯୋଗୀ ହେବା ପ୍ରୟୋଜନ ।

ପୁରାତନ ସୂର୍ଯ୍ୟ ମନ୍ଦିର :

ବେଢ଼ା ଭିତରେ ଦକ୍ଷିଣ ପଶ୍ଚିମ କୋଣରେ ଥିବା ୨ନମ୍ବର ମନ୍ଦିର (ଚିତ୍ର ନଂ.୮ ଦେଖନ୍ତୁ) ପୁରାତନ ସୂର୍ଯ୍ୟ ମନ୍ଦିର । ଏହାକୁ ମାୟାଦେବୀ, ଛାୟାଦେବୀ, ରାମଚଣ୍ଡୀ ଇତ୍ୟାଦି ନାନା ନାମରେ ଅଭିହିତ କରାଯାଇଥିଲେ ମଧ୍ୟ ଏହା ଯେ ଗୋଟିଏ ପୁରାତନ ସୂର୍ଯ୍ୟ ମନ୍ଦିର ତାହା ପ୍ରତିଷ୍ଠିତ ହୋଇଛି ପୃଷ୍ଠା ୪୧-୪୨ରେ । ଏଠାରେ ଆଲୋଚିତ ହେବ ବଡ଼ ମନ୍ଦିରଠାରୁ (୧ନମ୍ବର ମନ୍ଦିର) ଏହାର ସ୍ଥାପତ୍ୟଗତ ଭି୍ନତା । ଏଇ ପୁରାତନ

ମନ୍ଦିରର ଭୂମି ନକ୍ସା ରେଖାଚିତ୍ର-୧୧ରେ ଉପସ୍ଥାପିତ ହେଲା ।

୧୧୪ . ଅର୍କକ୍ଷେତ୍ର କୋଣାର୍କ