ପୃଷ୍ଠା:Arkakshetra konark.pdf/୧୧୯

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଏହାକୁ ବିଷ୍ଣୁ ମନ୍ଦିରରୂପେ ଚିହ୍ନିତ କରିଛନ୍ତି । ବରାହ ଓ ତି୍ରବିକ୍ରମ ବିଷ୍ଣୁଙ୍କ ପାର୍ଶ୍ୱଦେବତା । ମୂର୍ତ୍ତିି ଦୁଇଟି ବର୍ତ୍ତମାନ କୋଣାର୍କ ମ୍ୟୁଜିୟମ୍‍ରେ ସଂରକ୍ଷିତ ଅଛି ।(୨୨୯)

୧୯୦୬-୦୭ରେ ମିଳିଥିବା ବିଷ୍ଣୁ ଓ ବଳରାମ ମୂର୍ତ୍ତିିରୁ ଦେବଳା ମିତ୍ର ଅନୁମାନ କରନ୍ତି, ଏହା ଅନନ୍ତ ବାସୁଦେବ ମନ୍ଦିର ।(୨୩୦) କରୁଣାସାଗର କିନ୍ତୁ ସହମତ ହୋଇପାରି ନାହାନ୍ତି କାରଣ, ସୁଭଦ୍ରା ମୂର୍ତ୍ତିି ଏ ଯାଏ ମିଳିାହିଁ ।(୨୩୧) ସାଧାରଣ ବାସ୍ତବ ବୁଦ୍ଧି ପ୍ରୟୋଗ କଲେ ଏ ଦୁଇ ପ୍ରଖ୍ୟାତ ଗବେଷକଙ୍କ ଯୁକ୍ତି ଗ୍ରହଣଯୋଗ୍ୟ ମନେ ହେଉନାହିଁ । ପ୍ରଥମ କଥା, କେହି କହୁ ନାହାନ୍ତି, ମୂର୍ତ୍ତିି ଦୁଇଟି ଗୋଟିଏ ପଥରରେ ଗଢ଼ା ହୋଇଥିଲା ଅଥବା ଭି୍ନ ଭି୍ନ ପଥରରେ । ବିଷ୍ଣୁଙ୍କ ସହସ୍ର ନାମ ଓ ସହସ୍ର ଅବତାର । ଜଗନ୍ନାଥ ଓ ଶ୍ରୀକୃଷ୍ଣ ଦିହେଁ ବିଷ୍ଣୁଙ୍କ ଅବତାର । ମହାଭାରତରେ ବଳରାମଙ୍କ ନାମ ଆସେ ଶ୍ରୀକୃଷ୍ଣଙ୍କ ସହିତ । ଜଗନ୍ନାଥଙ୍କ ସହିତ ବଳଭଦ୍ର ଓ ସୁଭଦ୍ରାଙ୍କ ନାମ କିପରି ଯୋଡ଼ା ହେଲା ତାହା ଅନ୍ୟ ଗବେଷଣାର ପରିସରଭୁକ୍ତ କିନ୍ତୁ ଏକଥା ସୁିଶ୍ଚିତ, ସବୁବେଳେ କୁହାଯାଇଥାଏ "କୃଷ୍ଣ-ବଳରାମ' ଅଥବା "ଜଗନ୍ନାଥ-ବଳଭଦ୍ର-ସୁଭଦ୍ରା' । କେବେହେଲେ କୁହାଯାଏ ନାହିଁ "ବିଷ୍ଣୁ- ବଳରାମ' । ଗର୍ଭଗୃହରୁ କୌଣସି ଦେବତା ମିଳି ନଥିଲେ । ଯେତେବେଳ ଯାଏ ରତ୍ନ ସିଂହାସନରେ ଯେଉଁ ଦେବ ଅଧିଷ୍ଠିତ ଥିଲେ ସେ ନ ମିଳିଛନ୍ତି ଅଥବା ଅନ୍ୟ କିଛି ଏପିଗ୍ରାଫିକ୍‍ ପ୍ରମାଣ ନ ମିଳିଛି, ଏ ଆଲୋଚନା ଅସାର ।

ମନ୍ଦିରଟି ପଞ୍ଚରଥ ଥିଲା (ଫଟୋ : ୧୮-ଖ ଦେଖନ୍ତୁ) । ବିମାନ ଅଭ୍ୟନ୍ତରରେ ତ୍ରିରଥ ଓ ମୁଖଶାଳା ଭିତରେ ପଞ୍ଚରଥ ପରିକଳ୍ପ । ହୋଇଛି । ମନମୋହନ ଗାଙ୍ଗୁଲୀଙ୍କ ମତ, ଏ ମନ୍ଦିର ଆଦୌ ଶେଷ ହୋଇ ନଥିଲା, କାରଣ ସ୍ଥପତିମାନେ ହୁଏତ ବୁଝି ପାରିଥିଲେ ଏ ମନ୍ଦିରର ଇଟା ସମ୍ପୂର୍ଣ୍ଣ ଓଜନ ସହି ନପାରେ ।(୨୩୨) ମନେହୁଏ ଇଂଜି ିୟର ଗାଙ୍ଗୁଲୀ ସାହେବ ଏ ମତ ଦେଇଛନ୍ତି ହେଳାରେ । ସେ ଯୁଗରେ ବଡ଼ ମାପର ଇଟା ବ୍ୟବହାର ହେଉଥିଲା, ଯାହା ହୋଇଛି ଏ ମନ୍ଦିରରେ । ସେ ଯୁଗରେ କ'ଣ ଚିମନି ଇଟା ଥିଲା ? ନଚେତ୍‍ ଉପରଭାଟି ଇଟା ଏତେ ଦି ତିଷ୍ଠି ଅଛି କିପରି ? ଯେଉଁ ମନମୋହନ କୋଣାର୍କର ପଥର, ଲୁହା ନେଇ ପରୀକ୍ଷାଗାରରେ ମୂଲ୍ୟାୟ କରାଇଥିଲେ, ସେ ଅନ୍ତତଃ ଏଠାକାର ଇଟାକୁ ସେହିପରି ପରୀକ୍ଷା କରାଇ ପାରିଥା'ନ୍ତେ । ଦେବଳା ମିତ୍ର, ASI ର D.G. ହିସାବରେ ମଧ୍ୟ ତାହା କରି ପାରି ଥାଆନ୍ତେ । ବର୍ତ୍ତମାନ ମଧ୍ୟ ଏହା କରାଯାଇ ପାରେ । ଏହାଛଡ଼ା ଭିତ୍ତି ପରୀକ୍ଷା କରିବାକୁ ଆଧୁନିକ ବିଜ୍ଞାନ ସକ୍ଷମ, ଯାହା ବର୍ତ୍ତମାନ ମୂଳ ମନ୍ଦିରରେ ହେଉଥିବା କଥା ପତ୍ରପତି୍ରକାରୁ ଜଣାପଡ଼ୁଛି ।

କରୁଣାସାଗର କହିଛନ୍ତି, ମନ୍ଦିର ନିର୍ମାଣ ଶେଷ ହୋଇଥିଲା, କାରଣ ପାର୍ଶ୍ୱଦେବତା ବସି ସାରିଥିଲେ(୨୩୩) । ଏପରି କୌଣସି ନିୟମ ନାହିଁ ମନ୍ଦିର ଶେଷ ହେବା ପୂର୍ବରୁ ପାର୍ଶ୍ୱଦେବତା ବସି ପାରିବେ ନାହିଁ । ପାର୍ଶ୍ୱଦେବତା ଦୁଆରବନ୍ଧ ଇତ୍ୟାଦି ପଥରିର୍ମିତ । ପଥରରେ ମୂର୍ତ୍ତିି ନିର୍ମାଣ କରିବାକୁ ବହୁତ ସମୟ ଲାଗେ; ହୁଏତ ମନ୍ଦିର ନିର୍ମାଣର ବହୁ ପୂର୍ବରୁ ପଥର ଶିଳ୍ପୀଙ୍କୁ ଆଦେଶ ମିଳିଥିଲା ମୂର୍ତ୍ତିି ଗଢିବାପାଇାଁ ଗଢ଼ାସରିବା ପରେ କାନ୍ଥ ସହିତ ଯୋଡ଼ିଦେବା, ଅନ୍ତତଃ ଇଟା ଦେଉଳରେ ସହଜ ଥିଲା । ବର୍ତ୍ତମାନ ବିମାନ ଓ ମୁଖଶାଳାର ବାଡ଼ ଉପରକୁ କିଛି ନାହିଁ । ବାହାର ଦେବାଲ୍‍ ଚୌର୍ଯ୍ୟ ଓ ପ୍ରକୃତିର ଗ୍ରାସରେ ଏତେ କ୍ଷତିଗ୍ରସ୍ତ ଯେ, ପାଗ ବିଭାଗ ଜଣା ପଡ଼ୁ ନାହିଁ । ପାଭାଗର ତିି କାମ, ତଳଜଙ୍ଘା, ବନ୍ଧନ ଉପରଜଙ୍ଘା ଓ ବାରଣ୍ଡା ଦେଖାଯାଉଛି । ବନ୍ଧନରେ ଗୋଟିଏ ପଟି ଏବଂ ବାରଣ୍ଡାରେ ଚାରିକାମ, କୌଣସି କାରୁକାର୍ଯ୍ୟ ଜଣାପଡ଼ୁ ନାହିଁ । ପାର୍ଶ୍ୱଦେବଙ୍କ କୁଲୁଙ୍ଗୀ ଅଛି କିନ୍ତୁ ପାର୍ଶ୍ୱଦେବତା ତ୍ରୟ ଓ ଜଙ୍ଘା ଉପର ସମସ୍ତ କାମ ଚୋରି ହୋଇଯାଇଛି (ପୃଷ୍ଠା-୧୧୮ରେ ଫଟୋ-୧୮(କ) ଦ୍ରଷ୍ଟବ୍ୟ) । ପ୍ରବେଶ ଦ୍ୱାରରେ ଦୁଇଟି ଦ୍ୱାରପାଳ ଓ ଭିତର ଦ୍ୱାର ବନ୍ଧ ଉପରେ ଗୋଟିଏ ଲକ୍ଷ୍ମୀ ପଟ ଛଡ଼ା ଆଉ କିଛି ନାହିଁ । ଏ ମନ୍ଦିର ଭିତରେ କିନ୍ତୁ ପାଗ ଗଢ଼ା ହୋଇଥିଲା, ଆଉ କିଛି ନାହିଁ । କେହି ଜଣେ ଗୋଟିଏ ଅର୍ଦ୍ଧଭଗ୍ନ ବିଷ୍ଣୁ ମୂର୍ତ୍ତିି ପୀଠ ଉପରେ ଥୋଇ ଦେଇଛି, ଯାହା ସ୍ପଷ୍ଟତଃ ଏ ମନ୍ଦିରର ନୁହେଁ । ଏ.ଏସ୍‍.ଆଇ. ଯେବେ ଐତିହ୍ୟ ସୁରକ୍ଷାପାଇଁ ଉଦ୍ଦିଷ୍ଟ, ଏସବୁ ବନ୍ଦ କରନ୍ତୁ । ପାରିଲେ ମୂଳ ଭାସ୍କର୍ଯ୍ୟଗୁଡ଼ିକୁ ଉଦ୍ଧାର କରି ସ୍ୱସ୍ଥାନରେ ବସାନ୍ତୁ । ଅନ୍ତତଃ ଜୀର୍ଣ୍ଣଦଶାଗତ ମନ୍ଦିରର ସଂସ୍କାର କରି କିଛିଟା ମୂଳ ଚେହେରାକୁ ଫେରାଇ ଆଣନ୍ତୁ; ଇଟା ତିଆରି ଦେବାଲରେ ଏହା କଷ୍ଟସାଧ୍ୟ ନୁହେଁ ।

ନାଟମଣ୍ଡପର ସ୍ଥାପତ୍ୟ :

ନାଟମଣ୍ଡପର ଭୂମିତଳ ନକ୍ସା ରେଖାଚିତ୍ର-୧୨ରେ ଉପସ୍ଥାପିତ ହେଲା । ଆକାଶମାର୍ଗରୁ ଉତ୍ତୋଳିତ ଫଟୋ-୧୯ ସହିତ ମିଳେଇ ଦେଖିଲେ ବୁଝାଯିବ, ଏ ମନ୍ଦିର ଅଥବା ମଣ୍ଡପ ଅନ୍ୟାନ୍ୟ ମନ୍ଦିରଠାରୁ କେତେ ଭିନ୍ନ ।

ମୂଳ ମନ୍ଦିର ଭଳି ଏହା ମଧ୍ୟ ପଞ୍ଚରଥ ପରିକଳ୍ପା ଏବଂ ଏହାର ମଧ୍ୟ ଗୋଟିଏ ଉଚ୍ଚ ପୀଠ (plinth) ଅଛି । ତିି ଥାକରେ ପୃଷ୍ଠର ଉଚ୍ଚତା ୧୬'-୪" ଯାହା ମୂଳ ମନ୍ଦିରର ପୃଷ୍ଠଠାରୁ ମାତ୍ର ୨" ଛୋଟ ।

ମଣ୍ଡପର ଚାରି ପଟେ ଚାରିଟି ସୋପାନ ଅଛି, ଯାହା ଭୂମି ଠାରୁ ଉଠି ଯାଇଛି ଦ୍ୱିତୀୟ ପୃଷ୍ଠ ଉପରକୁ (୧୧'-୧") । ଏକମାତ୍ର ଦକ୍ଷିଣ ଦିଗର ସୋପାନ ଛଡ଼ା ବାକି ତିନୋଟି, ମଣ୍ଡପ ନିର୍ମାଣ ହେବାର ବହୁ ପରେ ନିର୍ମିତ ହୋଇଛି । ପୀଠ ବାଡ଼ରେ ଥିବା ଶିଳ୍ପକର୍ମଗୁଡ଼ିକୁ ଏ ତିନୋଟି

ସୋପାନ ବହୁ ସ୍ଥାନରେ ଢାଙ୍କି ପକାଇଛି । ବକ୍ତବ୍ୟ ପରିଷ୍କାର ହେବ ଫଟୋ ନମ୍ବର(୨୦-କ,ଖ,ଗ,ଘ) ଦେଖିଲେ ।

ଅର୍କକ୍ଷେତ୍ର କୋଣାର୍କ . ୧୧୯