ପୃଷ୍ଠା:Arkakshetra konark.pdf/୧୩୧

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

carving ଯାହାର ଅର୍ଥ sculpture on back ground, less than half-full depth । ଏହା ଠିକ୍‍ ଦ୍ୱିମାତ୍ରିକ ନୁହେଁ । ଡ: ବେହେରା ଯାହା ବୁଝେଇବାକୁ ଚାହିଁଛନ୍ତି, ସାଦା ସିଧା ଓଡ଼ିଆରେ କହିଲେ, ତ୍ରିମାତ୍ରିକ କିନ୍ତୁ ପିଠି ଛାଡ଼ି ନାହିଁ । ଏହାର ଉଦାହରଣ ମନ୍ଦିର ଗାତ୍ରରେ ସର୍ବତ୍ର, ଏପରିକି ବିରାଟ ପାର୍ଶ୍ୱଦେବତା ମଧ୍ୟ ଏଇ ଶ୍ରେଣୀର ଅନ୍ତର୍ଭୁକ୍ତ ।

ମନମୋହନ ଗାଙ୍ଗୁଲୀ ବିଷୟଟି ଗୋଟିଏ ଭି୍ନ ଦୃଷ୍ଟିକୋଣରୁ ଦେଖିଛନ୍ତି ।(୨୩୮) ତାଙ୍କ ମତରେ :

(କ) Constructive - ଗଠନ ଗତ ।

(ଖ) Representative - ସାଦୃଶ୍ୟ ଗତ ।

(ଗ) Ornamental - ଆଳଂକାରିକ ।

ସମଗ୍ର ଦେଉଳଟିର ଗଠନ ପ୍ରକି୍ରୟା, ଯଥା : ପଞ୍ଚରଥ ମୂଳ, ପାଗ ବିଭାଗ, ବକ୍ରରୈଖିକ ଅଥବା ପୀଢ଼, ଗଣ୍ଡି, ଖପୁରି, କଳସ ଇତ୍ୟାଦିର ସୁଷମ ଗଠନ, ସବୁ କିଛି ମିଶି ଗଠନଗତ ସୌନ୍ଦର୍ଯ୍ୟ ପ୍ରକାଶ କରୁଛି ।

ଦ୍ୱିତୀୟ ବିଭାଗର ଯୋଡ଼ିଏ ଉପବିଭାଗ ଅଛି । (କ) Natural - ପ୍ରାକୃତିକ, (ଖ) Conventional - ପରମ୍ପରାଗତ । ଲତାପତ୍ରର କ୍ରମ ଊର୍ଦ୍ଧ୍ୱଗାମୀ ସୌନ୍ଦର୍ଯ୍ୟ ପ୍ରଥମ ଉପବିଭାଗ ଅନ୍ତର୍ଗତ; ଗଜସିଂହ, ମଗରମୁଖ ଇତ୍ୟାଦି ଦ୍ୱିତୀୟ ଉପବିଭାଗ ଅନ୍ତର୍ଗତ ।

ମନ୍ଦିରର ପ୍ରତି ଇଞ୍ଚ ସ୍ଥାନ ଭାସ୍କର୍ଯ୍ୟରେ ପୂରି ରହିଛି କିନ୍ତୁ କ୍ଷଣେ ହେଲେ ମନେ ହେବ ନାହିଁ, ଅତି ଅଳଙ୍କରଣରେ ଭାରାକ୍ରାନ୍ତ । କେବେହେଲେ ମନେ ହେବ ନାହିଁ, ଭାସ୍କର୍ଯ୍ୟ ହରଣ କରିଛି ସ୍ଥାପତ୍ୟର ଗାମ୍ଭୀର୍ଯ୍ୟ । ହୁଏତ ଏହାର ଗୋଟିଏ କାରଣ, ଏ ମନ୍ଦିରର ବିଶାଳ ଗଠନ ହୁଏତ ଏହାର ଅସଂଖ୍ୟ ଭାଞ୍ଜର ଆଲୋକ ଓ ଅନ୍ଧାରର ଖେଳ, ହୁଏତ ଏପରି କିଛି ଅବ୍ୟକ୍ତ ଶିଳ୍ପ ଚିନ୍ତା ଯାହା ଶବ୍ଦ ଦ୍ୱାରା ଧରା ଯାଇ ପାରିବ ନାହିଁ, ଉଚ୍ଚାଙ୍ଗ ସଙ୍ଗୀତ ଭଳି ମନ ଭିତରେ ରସ ସୃଷ୍ଟି କରି ଚାଲିଥିବ ।

ଶିଳ୍ପଐତିହାସିକ ଚାର୍ଲସ୍‍ ଫାବି୍ର ଏହାକୁ ଇବତ୍ତଚ୍ଛଞ୍ଚନ୍ଧର ଶିଳ୍ପ ଧାରା ରୂପେ ନାମିତ କରିଛନ୍ତି(୨୩୯) । ତାଙ୍କ ମନ୍ତବ୍ୟ : "....... n these magnificent work of Art, among the best in India. The artist turns to that full, luscious romanticism that baroque means, rich, ornate, lush a delight in excess, a love of profusion and multiplication...........(Page-୧୪୧).

ଏ ଯୁଗର ଶିଳ୍ପସମାଲୋଚକ ପାଶ୍ଚାତ୍ୟ ଦେଶରେ ଜାତ ଶିଳ୍ପ ପରିଭାଷାରେ ଏ ଶିଳ୍ପର ମୂଳ ଖୋଜୁଛନ୍ତି । କିନ୍ତୁ ତ୍ରୟୋଦଶ ଶତାବ୍ଦୀର କୋଣାର୍କ ଶିଳ୍ପୀ କ'ଣ ଇବତ୍ତଚ୍ଛଞ୍ଚନ୍ଧର ନାମ ଶୁଣିଥିଲେ ! ବରଂ ଏ ଶିଳ୍ପର ମୂଲ୍ୟାୟ କରାଯାଇପାରେ ଆଉଜଣେ ଗୁଣଗ୍ରାହୀଙ୍କ ଭାଷାରେ, ଯାହା ରଚିତ ହୋଇଥିଲା, ସମ୍ପୂର୍ଣ୍ଣ ଭି୍ନ କାରଣରେ ଭି୍ନ ପରିବେଶରେ । ପ୍ରଖ୍ୟାତ ବ୍ୟାଘ୍ର ଶିକାରୀ ଏଡୋୟାର୍ଡ ଜେମ୍‍ସ କର୍‍ବେଟ୍‍, ଉଚ୍ଚ ମାଧ୍ୟମିକ ପାସ୍‍ କରିଥିଲେ ନା ନାହିଁ ସନ୍ଦେହ ଅଛି । ତାଙ୍କର ଅସାମାନ୍ୟ ଶିକାର କାହାଣୀ ଲେଖିବାକୁ ଆରମ୍ଭ କଲେ ପ୍ରାୟ ୭୦ ବର୍ଷ ବୟସରେ ଏବଂ ପ୍ରଥମ ଗ୍ରନ୍ଥ ହୋଇ ଉଠିଲା ବିଶ୍ୱ ବିଖ୍ୟାତ । ଉତ୍ତରପ୍ରଦେଶର ଗଭର୍ଣ୍ଣର Sir Malcolm Hailey ଲେଖିଛନ୍ତି :

".....he possessed, in fact, that supreme art of narrative which owes nothing to conscious artistry."(୨୪୦) କୋଣାର୍କ ଶିଳ୍ପୀର ମଗ୍ନତାରେ ମଧ୍ୟ ସେଇ ସଚେତନ କଳାକାର ଅନୁପସ୍ଥିତ, ତେଣୁ ଏ ସୃଷ୍ଟି ଏତେ ମହତ୍‍ ।

ଶରୀର ବିଜ୍ଞାନ : ଅନେକ ସମାଲୋଚକ କହିଥାଆନ୍ତି, ମନୁଷ୍ୟ ଶରୀରର ଗଠନ ବିଜ୍ଞାନ (physiology) ହିନ୍ଦୁ ଭାସ୍କରଙ୍କୁ ଅଜଣା ଥିଲା । ଏ ଅଭିଯୋଗ ଆଧୁିକ ଚିତ୍ର, ଭାସ୍କର୍ଯ୍ୟ ସମ୍ବନ୍ଧରେ ମଧ୍ୟ ଉଚ୍ଚାରଣ କରାଯାଇପାରେ । ଅଭିଯୋଗଟି ସତ୍ୟ ନୁହେଁ କିନ୍ତୁ ଶିଳ୍ପୀ ପ୍ରକୃତିର ଅବିକଳ କପି (carbon copy) ଗଢ଼ିବାକୁ ଚାହିଁ ନଥିଲେ । ଦୃଶ୍ୟମାନ ଜଗତ ପଛରେ ଯେଉଁ ଅଦୃଶ୍ୟ ସୌନ୍ଦର୍ଯ୍ୟ ଲହରୀ ସଦା ପ୍ରବହମାନ, ପଥର ବୁକୁରେ ତାହା ହିଁ ଧରି ରଖିବାର ଚେଷ୍ଟା ଏ ଶିଳ୍ପୀମାନଙ୍କର ।

ମନୁଷ୍ୟ ଦେହର ବିଭି୍ନ ଅଙ୍ଗ ପ୍ରତ୍ୟଙ୍ଗର ଅନୁପାତ ହିନ୍ଦୁ ଶିଳ୍ପ ଶାସ୍ତ୍ରରେ ଉଲ୍ଲିଖùତ । ଏ ପ୍ରସଙ୍ଗରେ "ମନସାରା' ଓ "ଶୁକ୍ରୀତି'ର ଉଲ୍ଲେଖ ମିଳୁଛି । ମନମୋହନ ଗାଙ୍ଗୁଲୀ ଓଡ଼ିଶା ମନ୍ଦିରରେ ରଚିତ ବିଭି୍ନ ମୂର୍ତ୍ତିିର ମାପ ନେଇ ଦେଖùଛନ୍ତି, ଏଠାକାର ଶିଳ୍ପୀ ଶୁକ୍ରୀତି ଅନୁଯାୟୀ "ସପ୍ତତାଳ' ମୂର୍ତ୍ତିି ଗଢ଼ିଛନ୍ତି । ଶୁକ୍ରୀତି ଅନୁଯାୟୀ କଳିଯୁଗରେ "ସପ୍ତତାଳ' ଚାଲିବ । "ତାଳ' ଶବ୍ଦଟିର ଅର୍ଥ ବ୍ୟାଖ୍ୟା କରାଯାଇଛି ୮୨ ନମ୍ବର ଶ୍ଲୋକରେ । "ତାଳ' ବୁଢ଼ା ଆଙ୍ଗୁଳିର ମୁଣ୍ଡରୁ ମଧ୍ୟମା ମୁଣ୍ଡ ଯାଏ ବୁଝାଏ । ୧୨ ଆଙ୍ଗୁଳିରେ ଗୋଟେ "ତାଳ' ହୁଏ ଏବଂ "ଆଙ୍ଗୁଳି' ମୁଠାର ୧/୪ ଅଂଶ ମଧ୍ୟ ଧରାଯାଇଥାଏ । ଚିବୁକରୁ ଖପୁରି ଯାଏ ମାପ ସମ୍ପୂର୍ଣ୍ଣ ଶରୀରର ମାପର କି ଅନୁପାତ ଆସେ, ତାହା ଉପରେ (୧/୫th, ୧/୬th, ୧/୭th, ୧/ ୮th ଏବଂ ୧/୯th) ପଞ୍ଚତାଳ, ଷଡ଼ତାଳ, ସପ୍ତତାଳ, ଅଷ୍ଟତାଳ ଏବଂ ନବତାଳ ବୋଲି କୁହାଯାଇଥାଏ ।

ଗାଙ୍ଗୁଲୀ ଶୁକ୍ରୀତିର ସମ୍ପୂର୍ଣ୍ଣ ଶ୍ଲୋକଗୁଡ଼ିକ ଉପସ୍ଥାପନ କରି ଶାସ୍ତ୍ର ଅନୁଯାୟୀ ଦେହ ଗଠନ କିପରି ହେବ, ତାହାର ଗୋଟିଏ ଦୀର୍ଘ ସାରଣୀ

ଉପସ୍ଥାପିତ କରିଛନ୍ତି ।(୨୪୧)

ଅର୍କକ୍ଷେତ୍ର କୋଣାର୍କ . ୧୩୧