ପୃଷ୍ଠା:Arkakshetra konark.pdf/୧୩୯

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଭୟାଳ :

ଭୟାଳ ଗୋଟିଏ ବିକଟ ପରିକଳ୍ପା । ବିଭି୍ନ ଜନ୍ତୁ, ଏପରିକି ପକ୍ଷୀର ଅଙ୍ଗ ଏବଂ ସମୟେ ସମୟେ ମଣିଷ ମୁଣ୍ଡ ମିଶେଇ କାଳ୍ପିକ ଜୀବ ସୃଷ୍ଟି କରୁଥିଲେ ଶିଳ୍ପୀ, ହୁଏତ ମନର ବିଶ୍ରାମ ପାଇଁ ଏବଂ ତାହାର ଅର୍ଥ ଖୋଜିବାକୁ ଯାଇ ଐତିହାସିକ ନାଜେହାଲ୍‍ । ଉପସ୍ଥାପିତ ଚିତ୍ରରେ ସିଂହ ଦେହରେ ହାତୀ ମୁଣ୍ଡ । ସେ ମୁଣ୍ଡ ଥୋଡ଼ରେ ଧରିଛି ଜଣେ ଯୋଦ୍ଧାର ମୂର୍ଚ୍ଛିତ ଦେହ ଏବଂ ପଦତଳେ ଦଳିତ କରୁଛି ଆଉ ଜଣେ ଯୋଦ୍ଧାକୁ । ଏହା (ଫଟୋ ୨୭-କ) କ'ଣ ସୁଦେହୀର ପ୍ରତୀକାତ୍ମକ କଳ୍ପ । ? ଥୋଡ଼ରେ ମହାରାଜଙ୍କ ଅଚେତନ ଶରୀର ଧରି ସିଂହ ବିକ୍ରମରେ ଶତ୍ରୁସୈନ୍ୟ ପଦଦଳିତ କରି ଆଗେଇ ଚାଲିଛି ! ମୂର୍ତ୍ତିିଟି ମିଳିବ ଭଗ୍ନ ବିମାନର ଦକ୍ଷିଣପଟେ । ଅନ୍ୟ ଗୋଟିଏ ପ୍ରତୀକ ମିଳିବ ପ୍ରକୃତ ସିଂହ ସହିତ କିନ୍ତୁ ଏ ସିଂହଗୁଡ଼ିକର ସାମଞ୍ଜସ୍ୟ ଅଳ୍ପ । (ଫଟୋ ୨୭-ଖ)ଏମାନଙ୍କ ମୁଣ୍ଡରେ ପତ୍ରଭଳି ଶିଙ୍ଗ ଥାଏ । କାନଗୁଡ଼ିକ ତୀର ପରି, ଉଡ଼ୁଥିଲା ଭଳି କେଶର, ଗୋଟିଏ କଥାରେ ଏଗୁଡ଼ିକ ପ୍ରକୃତିର ସିଂହ ନୁହେଁ, ଶିଳ୍ପୀ ମନର ସିଂହ । ପ୍ରଶ୍ନ, ଶିଳ୍ପୀ ହାତୀଟିକୁ ଅବିକଳ ରଖù ସିଂହଟିକୁ ପ୍ରତୀକଧର୍ମୀ କରିଲେ କାହିଁକି ? କ'ଣ ଏହାର ତାତ୍ପର୍ଯ୍ୟ ? ଏ ରସହ୍ୟ ହୁଏତ ଭବିଷ୍ୟତରେ ଉନ୍ମୋଚିତ ହେବ କିନ୍ତୁ ବର୍ତ୍ତମାନ, ଦର୍ଶକ ନିଶ୍ଚୟ ବିମୁଗ୍ଧ ବିସ୍ମୟରେ ଏହା ନିକଟରେ କିଛି ସମୟ ରହିଯିବେ ।

[[ଫାଇଲ:|423px|page=139]]
ଫଟୋ-୨୭(କ) : ଭୟାଳ
[[ଫାଇଲ:|423px|page=139]]
ଫଟୋ-୨୭(ଖ) : ଭୟାଳ
[[ଫାଇଲ:|423px|page=139]]
ଫଟୋ-୨୭(ଗ) : ଭୟାଳ

ଅର୍କକ୍ଷେତ୍ର କୋଣାର୍କ . ୧୩୯