ପୃଷ୍ଠା:Arkakshetra konark.pdf/୧୪୦

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ନାଗ ନାଗିନୀ :

ଆଉ ଗୋଟିଏ ପ୍ରତୀକଧର୍ମୀ ଭାସ୍କର୍ଯ୍ୟ, ନାଗ ନାଗିନୀ । ଏହା ଏକକ ହୋଇପାରେ, ଯୁଗ୍ମ ମଧ୍ୟ ହୋଇପାରେ, କିନ୍ତୁ ପ୍ରତି ଉପସ୍ଥାପନରେ ଏହାର ନିମ୍ନାଙ୍ଗ ସର୍ପସମ ଓ ଊର୍ଦ୍ଧ୍ୱାଙ୍ଗ ମନୁଷ୍ୟ ସମ । ମସ୍ତକ ଉପରେ ଉନ୍ମୁକ୍ତ ସର୍ପଫଣା । ଏହା ଯୋଡ଼ ହସ୍ତରେ ଥାଇପାରେ, ଅଭୟ ମୁଦ୍ରାରେ ଥାଇପାରେ, ବୀଣା ହସ୍ତରେ ଥାଇପାରେ ଏବଂ ମିଥୁ ମୁଦ୍ରାରେ ମଧ୍ୟ ଥାଇପାରେ । ଏକମାତ୍ର ନାଟମଣ୍ଡପ ଓ ଧ୍ୱସ୍ତ ବିଷ୍ଣୁ ମନ୍ଦିର ଛଡ଼ା କୋଣାର୍କ ବେଢ଼ା ମଧ୍ୟରେ ଥିବା ଅନ୍ୟ ଦୁଇଟି ମନ୍ଦିରରେ, ବିଶେଷକରି ବଡ଼ ମନ୍ଦିରରେ, ବହୁଳ ପରିମାଣରେ ଦେଖùବାକୁ ମିଳିବ ସର୍ପମୁଦ୍ରା । ଏହା କ'ଣ ସୂଚିତ କରୁଛି ?

[[ଫାଇଲ:|423px|page=140]]
ଫଟୋ-୨୮(କ) : ନାଗଦେବୀ
[[ଫାଇଲ:|423px|page=140]]
ଫଟୋ-୨୮(ଖ) : ନାଗ ମିଥୁନ
[[ଫାଇଲ:|423px|page=140]]
ଫଟୋ-୨୮(ଗ) : ନାଗ ମିଥୁନ

୧୪୦ . ଅର୍କକ୍ଷେତ୍ର କୋଣାର୍କ