ପୃଷ୍ଠା:Arkakshetra konark.pdf/୧୪୩

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ନବଗ୍ରହ :

ଧର୍ମପ୍ରାଣ ହିନ୍ଦୁ ମନ୍ଦିର ପ୍ରବେଶଦ୍ୱାର ମୁଣ୍ଡରେ ପ୍ରଥମେ ଦେଖùବେ ନବଗ୍ରହ । ଏମାନେ ଆଦିତ୍ୟ, ସୋମ, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ ଓ କେତୁ । ଏମାନଙ୍କୁ ପ୍ରତିଷ୍ଠା କରାଯାଇଛି ସମସ୍ତ ପ୍ରକାର ରିଷ୍ଟରୁ ଦେବାଳୟକୁ ମୁକ୍ତ ରଖିବାକୁ । ଜଗମୋହନର ଚାରି ଦ୍ୱାର ଉପରେ ଏମାନେ ବିରାଜୁ ଥିଲେ । ପୂର୍ବଦ୍ୱାର ଉପର ନବଗ୍ରହ ଏକମାତ୍ର ରହିଯାଇଛି କୋଣାର୍କରେ, ଅପସାରଣର ସମସ୍ତ ଚେଷ୍ଟା ବ୍ୟର୍ଥ କରି ।(ଫଟୋ-୩୧ ଦେଖନ୍ତୁ) । କାରଣ ଏହା ଗୋଟିଏ ପଥରରେ ଗଠିତ । ବର୍ତ୍ତମାନ ଏହା ବେଢ଼ା ବାହାରେ ଗୋଟିଏ ଅଲଗା ଘରେ ପୂଜା ପାଉଛି । ଦକ୍ଷିଣ ଓ ଉତ୍ତର ଦିଗର ନବଗ୍ରହ ଅଲଗା ଅଲଗା ମୁଗୁି ପଥର ଖଣ୍ଡରେ ଗଢ଼ା ଯାଇଥିଲା, ତେଣୁ ଅପସାରଣ ସହଜ ହେଲା । ସେଥିରୁ ଖଣ୍ଡିଏ (କେତୁ) ଚନ୍ଦ୍ରଭାଗା ମଠ ମଧ୍ୟରେ ନାରାୟଣ ରୂପେ ପୂଜା ପାଉଛି, ଅନ୍ୟାନ୍ୟ କେତେଖଣ୍ଡ ବି୍ରଟିଶ୍‍ ଓ କଲିକତା ମ୍ୟୁଜିୟମ୍‍ରେ ଅଛି । ପୁରୀ ମାଉସୀମା ଦ୍ୱାରବନ୍ଧ ଉପର ନବଗ୍ରହ ମଧ୍ୟ କୋଣାର୍କରୁ ଅପସାରିତ ହୋଇଥିବା ଅନୁମାନ କରାଯାଏ ।(୨୫୦)

[[ଫାଇଲ:|423px|page=143]]
ଫଟୋ-୩୦(କ) : ବେଢ଼ା ବାହାରେ ପୂଜାପାଉଥିବା ନବଗ୍ରହ

ମନ୍ଦିର ବାଡ଼ରେ ଦେବମୂର୍ତ୍ତିି :

ମନ୍ଦିର ଦେହରେ ବସାଯାଇଥିବା ଦେବଦେବୀମାନଙ୍କୁ ଚାରି ଭାଗରେ ବିଭକ୍ତ କରାଯାଇପାରେ । ୧. ନବଗ୍ରହ, ୨. ଦିକ୍‍ପାଳ, ୩. ଅଷ୍ଟଶକ୍ତି, ୪. ପାର୍ଶ୍ୱଦେବତା ।

ଦିକ୍‍ପାଳ ଓ ସେମାନଙ୍କ ଶକ୍ତି :

ବାଡ଼ର ପାଞ୍ଚଭାଗ ମଧ୍ୟରୁ ତଳଜଙ୍ଘା ଓ ଉପରଜଙ୍ଘା, ମନୁଷ୍ୟ, ଅର୍ଦ୍ଧମାନବ, ଭୟାଳ, ଦେବ ଓ ଦେବୀମାନଙ୍କର ଲୀଳା କ୍ଷେତ୍ର । ଦିକ୍‍ପାଳ ଓ ସେମାନଙ୍କ ଶକ୍ତି ମନ୍ଦିରକୁ ଅଷ୍ଟ ଦିଗରୁ ରକ୍ଷା କରି ଥାଆନ୍ତି ।

ଅଷ୍ଟ ଦିକ୍‍ପାଳ - ଇନ୍ଦ୍ର, ଅଗ୍ନି, ଯମ, ନୈଋତ, ବରୁଣ, ବାୟୁ, କୁବେର ଓ ଈଶାନ ।

[[ଫାଇଲ:|423px|page=143]]
ଫଟୋ-୩୦(ଖ) : ଶନି (ବାମ) ରାହୁ (ଡାହାଣ)

ଏ ଅଷ୍ଟଦିକ୍‍ପାଳଙ୍କ ଅବସ୍ଥିତି ବିମାନ ଓ ମୁଖଶାଳାର ଆଠଟି ଅନର୍ଥ ପାଗରେ ରହିଛି । ଏମାନଙ୍କୁ ବସେଇବା ପାଇଁ କୁଲୁଙ୍ଗୀ ଭଳି ଛୋଟ ଛୋଟ ମନ୍ଦିର ଗଢ଼ା ଯାଇଥାଏ । ସେଗୁଡ଼ିକ ପୀଢ଼ ମୁଣ୍ଡି, କଖରମୁଣ୍ଡି ଓ ବଜ୍ରମୁଣ୍ଡି ନାମରେ ପରିଚିତ । ରେଖାଚିତ୍ର ନଂ.୧୩ ଦେଖନ୍ତୁ ।

ତଳଜଙ୍ଘାରେ ସାଧାରଣତଃ କଖରମୁଣ୍ଡି ଓ ଠିକ୍‍ ଉପରେ ଉପରଜଙ୍ଘାରେ ବଜ୍ରମୁଣ୍ଡି ଅଥବା ପୀଢ଼ମୁଣ୍ଡି ଗଢ଼ା ଯାଇଥାଏ । ସବୁଗୁଡ଼ିକ ଦିକ୍‍ପାଳ ଓ ସେମାନଙ୍କର ଶକ୍ତି ଅନ୍ତର୍ହିତ । କୁହାଯାଏ, ଏଗୁଡ଼ିକ ସବୁ ଭାଙ୍ଗିଯାଇଛି । ମନ୍ଦିର ଗାତ୍ରର ଅବଶ୍ୟ ବହୁ ମୂର୍ତ୍ତିି ଭାଙ୍ଗିଯାଇଛି, ବିଶେଷ ରୂପେ ସବୁଗୁଡ଼ିକରେ ଥିବା ଦିକ୍‍ପାଳ ଓ ସେମାନଙ୍କ ଶକ୍ତି ଭାଙ୍ଗିଲେ କାହିଁକି ? ବରୁଣ ଓ ବାରୁଣୀ

ମୁ୍ୟଜିୟମ୍‍ରେ ଅଛନ୍ତି । ଅପୂର୍ବ ସୁନ୍ଦର ଓ

ଅର୍କକ୍ଷେତ୍ର କୋଣାର୍କ . ୧୪୩