ପୃଷ୍ଠା:Arkakshetra konark.pdf/୧୪୬

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ସାରଣୀ ନଂ-୧୩

ପାର୍ଶ୍ୱଦେବଙ୍କ ଦେହ ମାପ

ଦେହ ଭାଗ ଦକ୍ଷିଣ ସୂର୍ଯ୍ୟ ପଶ୍ଚିମ ସୂର୍ଯ୍ୟ
ମୁକୁଟ ଉପରୁ ପାଦ ୮' - ୨.୧/୨" ୯' - ୬"
ମୁଣ୍ଡ ତାଳୁରୁ ପାଦ ୭" - ୭.୧/୨" -----
ପାଦ ଠାରୁ ଆଣ୍ଠୁ ୨' ୨'
ଆଣ୍ଠୁ ଠାରୁ ନାଭି ୨' - ୬.୧/୨" ୨' - ୭"
ଆଣ୍ଠୁ ଠାରୁ ନିତମ୍ବ ୧' - ୧୦.୧/୨" ୨'
ନାଭି ଠାରୁ ଛାତି ୧' - ୧.୧/୨" ୧' - ୯.୧/୨"
ନାଭି ଠାରୁ କାନ୍ଧ ୧' - ୭.୧/୨" -----
କାନ୍ଧ ଠାରୁ କହୁଣି ୧' - ୬" ୧' - ୬"
ବୁଟ୍‍ ସହିତ ପାଦର ଲମ୍ବ ----- ୧' - ୧.୧/୨"

ଶାସ୍ତ୍ରୀୟ ମାପ ହୁଏତ ମୂର୍ତ୍ତିିଗୁଡ଼ିକର ଖୋଦନ କାର୍ଯ୍ୟରେ ସାହାଯ୍ୟ କରିଥିବ, କିନ୍ତୁ ଭାସ୍କର୍ଯ୍ୟ କିପରି ଶିଳ୍ପ ଶୋଭ ହେବ, କୌଣସି ଶାସ୍ତ୍ରରେ କୁହାଯାଇନାହିଁ, ତାହା ଭାସ୍କରର ମାନସିକ ପ୍ରକି୍ରୟା । ମୂର୍ତ୍ତିିଗୁଡ଼ିକର ଶିଳ୍ପଗତ ମୂଲ୍ୟ ନେଇ କିନ୍ତୁ ମତଦ୍ୱୈଧ ଅଛି ।

ଚାର୍ଲସ୍‍ ଫାବି୍ର ଲେଖିଛନ୍ତି, "The stiffness of the god is in marked contrast to baroque sinuousness of most of the sculpture on the Sun Temple. Perhaps there was some hieratic reason to depict the Sun-god in this lifeless, stiff posture; for the additional figures show much more life and flexion and some at least of the flying female figures are full of grace."(୨୫୪)

[[ଫାଇଲ:|423px|page=146]]
ଫଟୋ-୩୨ : ସୂର୍ଯ୍ୟଦେବଙ୍କ ଆବକ୍ଷ ଚିତ୍ର

ଦେବଳା ମିତ୍ର ତାଙ୍କ ଜ୍ଞାନର ଦୀପ୍ତିରେ ପ୍ରଥମେ ଲେଖୁଛନ୍ତି, "....... Parsva-devatas, representing Surya, are rather stiff in confirmity with the canonical convention regarding hieratic deities.ଏହା ପରବର୍ତ୍ତୀ ଅନୁଚ୍ଛେଦରେ, ବୋଧହୁଏ ନିଜ ଅଜ୍ଞାତରେ ଲେଖିଛନ୍ତି,"The principal figure, with the face beaming with compassion....." ।(୨୫୫)

ଦେବତାଙ୍କ ନିକଟରୁ ମଣିଷ କ'ଣ ଆଶା କରେ, Compassion- କରୁଣା । ଦେବତା କି୍ନର କି୍ନରୀଙ୍କ ଭଳି ଲାସ୍ୟମୟ ହେବେ ନାହିଁ । ( ଫଟୋ- ୩୨) ସେତକ ଜ୍ଞାନ ଅନ୍ତତଃ ଏ ମୂର୍ତ୍ତିି ଗଢ଼ିଥିବା ଶିଳ୍ପୀର ଥିଲା । ପାର୍ଶ୍ୱଦେବ ତ୍ରୟଙ୍କ ମଧ୍ୟରୁ ଦକ୍ଷିଣ ଓ ପଶ୍ଚିମର ଦେବ ଦଣ୍ଡାୟମାନ, ଉତ୍ତର ଦେବ ଅଶ୍ୱାରୂଢ଼, ଦକ୍ଷିଣ ସୂର୍ଯ୍ୟଙ୍କ ମସ୍ତକରେ ମୁକୁଟ ନାହିଁ, ପଶ୍ଚିମ ଦେବଙ୍କ ପାଦତଳେ ଅରୁଣ ନିଶ୍ଚିହ୍ନ ହୋଇ ଯାଇଛନ୍ତି । ଉତ୍ତର ଦିଗର ସୂର୍ଯ୍ୟ ଅଶ୍ୱାରୂଢ଼ କାହିଁକି - ସେ କାରଣ ଏ ଯାଏ ଲେଖକ ଖୋଜି ପାଇ ନାହିଁ । ଏହା ପରେ ମନ୍ଦିର ପରିକ୍ରମା ଅବସରରେ ମିଥୁମୂର୍ତ୍ତିିର ଉନ୍ମୁକ୍ତ ପ୍ରଦର୍ଶୀ ମନକୁ ଆଘାତ ଦେଇପାରେ । ମନରେ ପ୍ରଶ୍ନ ଜାଗିପାରେ, ଗୋଟିଏ ଏତେ ଉନ୍ନତ ଜାତି କାହିଁକି ଏତେ ଅସଭ୍ୟ (?) ଚର୍ଚ୍ଚାରେ ମଗ୍ନ ଥିଲା ।

ବିଷୟଟିର ଆଲୋଚନା ଓ ବ୍ୟାଖ୍ୟାର ପ୍ରୟୋଜନ ଅଛି ।

୧୪୬ . ଅର୍କକ୍ଷେତ୍ର କୋଣାର୍କ