ପୃଷ୍ଠା:Arkakshetra konark.pdf/୧୫୫

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଧାଡ଼ି ଧାଡ଼ି ସମାନ୍ତରାଳ ଏକ ପ୍ରକାରର କାର୍ଯ୍ୟ ନୀରସ ଲାଗିପାରେ । ତେଣୁ ମଧ୍ୟେ ମଧ୍ୟେ କିଛି ଉଲମ୍ବ କାର୍ଯ୍ୟ ସଜା ହୋଇଛି । ପାଞ୍ଚ ଫୁଲର ଥୋକା ଭିତରୁ ଗୋଟିଏ ପଟି ପାଭାଗର ଉପରୁ ତଳ ଯାଏ ଲମ୍ବି ଯାଇଛି । କହିବା ବାହୁଲ୍ୟ, ପଟିଟି କାରୁକାର୍ଯ୍ୟପୂର୍ଣ୍ଣ ଏବଂ ଶେଷ ହୋଇଛି ଚୈତ୍ୟ ଭାସ୍କର୍ଯ୍ୟରେ ।

ଡାଳି କାମ (Scroll) ବାରମ୍ବାର ଆସିବ, ସେଗୁଡ଼ିକର ନାମ ସହିତ ଗୋଟିଏ ରେଖାଚିତ୍ର ୧୩ ନମ୍ବର ଚିତ୍ରରେ ଦିଆଯାଇଛି । ଆଉ ଥରେ ଦେଖନ୍ତୁ । ତଳପୃଷ୍ଠ ବାଡ଼ର ବନ୍ଧନରେ ତିି କାମ - ପଟ, ନୋଳି ଓ ପଟ । ପଟ ଉପରେ ନଟିଲତା କାମ ଦିଶୁଛି । ନୋଳି କଣି ଭଳି ଗୋଜିଆ, କିନ୍ତୁ ଗୋଜ ଉପରେ ଧାଡ଼ିଏ ମାଳା ଭଳି କାମ ଅଛି ।

ତଳପୃଷ୍ଠର ସବା ଉପରେ ବାରଣ୍ଡି । ଏଥିରେ ତିି କାମ ଥିବା କଥା - ପଟ, ଜାଲି ଓ ବସନ୍ତ । ଅଧିକାଂଶ ଭାଙ୍ଗି ଯାଇଛି, ସାଦା ପଥର ଦେଇ ଯୋଡ଼ା ହୋଇଛି, ଯେଉଁଥିରେ ଉପବିଭାଗ ଗୁଡ଼ିକର ମୂଳ ଚରିତ୍ର ଫୁଟୁ ନାହିଁ । ଯେଉଁ କେତେକ ବଞ୍ଚିଯାଇଛି ସେଥିରୁ ଅଛି ହାତୀ, ଘୋଡ଼ା, ଯୁଦ୍ଧାଭିମୁଖୀ ସୈନ୍ୟ ଇତ୍ୟାଦି ଏବଂ ବସନ୍ତରେ ହାତୀ କାମ । ( ଫଟୋ-୩୮ କ,ଖ ଦେଖନ୍ତୁ)

[[ଫାଇଲ:|423px|page=155]]
ଫଟୋ-୩୭ : ପ୍ରଥମପୃଷ୍ଠ ବାଡ଼ (ବଡ଼ ମନ୍ଦିର)
[[ଫାଇଲ:|423px|page=155]]
ଫଟୋ-୩୮(କ) : ପ୍ରଥମପୃଷ୍ଠର ବାରଣ୍ଡି
[[ଫାଇଲ:|423px|page=155]]
ଫଟୋ-୩୮(ଖ) : ମୁହାନ୍ତି ଉପର ଦୃଶ୍ୟ

ଅର୍କକ୍ଷେତ୍ର କୋଣାର୍କ . ୧୫୫