ପୃଷ୍ଠା:Arkakshetra konark.pdf/୧୫୬

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ରଥଚକ୍ର :

ରଥଚକ୍ରର ସର୍ବୋତ୍‍କୃଷ୍ଟ ଆକର୍ଷଣ: ଏହା ବସା ଯାଇଛି ବାଡ଼ ଭାସ୍କର୍ଯ୍ୟ ଉପରେ ଏବଂ ମନେ ହେବ ଉପନ ଉପରେ ଗଡ଼ୁଛି । ଆଧୁିକ ସ୍ଥପତି ସରଳ ରେଖାରେ ଥିବା ଲମ୍ବ ବଡ଼ ଦେବାଲର ନୀରସତା କାଟିବାକୁ ଆଗକୁ ପଛକୁ କରି କିଛି ଭାଞ୍ଜ ଗଢ଼ି ଥାଆନ୍ତି । କୋଣାର୍କ ସ୍ଥପତି ମନେ ହୁଏ, ଏ କଳାର ଚରମକୁ ଚାଲି ଯାଇଛି । ୯'-୮" ବ୍ୟାସ ବିଶିଷ୍ଟ ଚକର ବହିର୍ବଳୟର ଓସାର ୯", ନାଭି ବଳୟକୁ (ଅଖଚୂଳି ଫରୁଆ) ଯୋଡ଼ୁଛି ଆଠଟି ପତଳା ଖାଡ଼ି (ଆଡ଼ ଆର) ଏବଂ ୮ଟି ମୋଟ ଖାଡ଼ି (ଶଳ ଆର) । ଖାଡ଼ିଗୁଡ଼ିକର ପ୍ରତୀକତା ପୂର୍ବରୁ ଆଲୋଚିତ ହୋଇଛି (ପୃଷ୍ଠା-୮୮) । ଖାଡ଼ିଗୁଡ଼ିକ ୩' - ୩" ଲମ୍ବ । ନାଭି ମଧ୍ୟରେ ଅଖ ଉପର ଗୋଲ ଚକିର ନାମ "ଅଖ ମୁହାନ୍ତି' । ଅଖ ଭିତର ଦେଇ ଚକକୁ ସ୍ଥାନଚ୍ୟୁତ ନ କରିବା ପାଇଁ ଯେଉଁ କୀଳକ ଦିଆଯାଇଛି, ତାହାର ନାମ 'ଅନିକୀଳ' । ମୋଟ ଖାଡ଼ି ଅର୍ଥାତ୍‍ ଶଳ ଆର ମଧ୍ୟରେ ଗୋଟିଏ ଠିକିରି କାମ ଅଛି, ଯାହାର ନାମ 'ଆର ଫେଣୀ' ଏବଂ ତାହା ମଝି ବୃତ୍ତର ନାମ 'ଆର ଗଣ୍ଠି' ।(୨୬୯)

[[ଫାଇଲ:|423px|page=156]]
ଫଟୋ-୩୯ : କୋଣାର୍କ ଚକ

୧୫୬ . ଅର୍କକ୍ଷେତ୍ର କୋଣାର୍କ