ପୃଷ୍ଠା:Arkakshetra konark.pdf/୧୫୭

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଚବିଶଟି ଚକ, ମନେ ହେବ ଛାଞ୍ଚରେ ଗଢ଼ା, କିନ୍ତୁ କାରୁକାର୍ଯ୍ୟରେ ବିଭିନ୍ନତା ଅଛି । ଚକର ବହିର୍ବଳୟଟି ଲତା କାମରେ ଭରି ରହିଛି ଏବଂ ଚକର ଅନ୍ୟାନ୍ୟ ଅଂଶ ଇଞ୍ଚେ ହେଲେ ଭାସ୍କର୍ଯ୍ୟଶୂନ୍ୟ ନୁହେଁ । ଯେହେତୁ ଧର୍ମ ଜୀବନଚକ୍ରର ମଧ୍ୟ ବିନ୍ଦୁ, ଅଖ ମୁହାନ୍ତିରେ ବସାଯାଇଛି ଗଜଲକ୍ଷ୍ମୀ, ହରପାର୍ବତୀ, ନରସିଂହ ଇତ୍ୟାଦି ଦେବଦେବୀଙ୍କ ମୂର୍ତ୍ତିି । 'ଆର ଗଣ୍ଡି'ରେ ଅଛନ୍ତି ଈଶାନ, ଈଶାନୀ, ସୂର୍ଯ୍ୟ, ବିଷ୍ଣୁ, ଏପରିକି ମିଥୁନ ମଧ୍ୟ । ଚଳମାନ ଜୀବନ ଚକ୍ରରେ ଭାସ୍କର ଦେବଦେବୀଙ୍କ ସହିତ ମିଥୁନ ର ସ୍ଥାନ ମଧ୍ୟ ରଖିଛନ୍ତି, କୌଣସି ଅଶ୍ଳୀଳତା ଦେଖି ନାହାନ୍ତି - ଅମୃତ ଯାତ୍ରାର ଅଙ୍ଗ ମାତ୍ର ।

ତଳଜଙ୍ଘା ଓ ଉପରଜଙ୍ଘାରେ ନାନା ରକମର ମୂର୍ତ୍ତିି କାମ କରାଯାଇଥାଏ । ଏଠାରେ ମଧ୍ୟ ସେଇ ବହମାନ ଜୀବନର ବିଭି୍ନ କାହାଣୀ; ତେବେ ଉପରଜଙ୍ଘାରେ ମୈଥୁର ଉପସ୍ଥିତି ଅଧିକ । ସମଗ୍ର ବାଡ଼ ଅଞ୍ଚଳରେ ସମଦୂରତ୍ୱ ବଜାୟ ରଖି କେତେକ ଖମ୍ବ ଭଳି କାମ ଉଠି ଯାଇଛି ପାଭାଗଠାରୁ ବାରଣ୍ଡା ଯାଏ, କିନ୍ତୁ ତାହା ଉପରେ ପାଭାଗ, ବନ୍ଧନୀ ଓ ବାରଣ୍ଡୀର କାର୍ଯ୍ୟ ଅକ୍ଷୁଣ୍ଣ ଅଛି । ଏହାଛଡ଼ା ତଳଜଙ୍ଘା ଓ ଉପରଜଙ୍ଘା ମଧ୍ୟରେ ଅଛି, କିଛି

[[ଫାଇଲ:|423px|page=157]]
ଫଟୋ-୪୦ : ଅଖ ମୁହନ୍ତି
[[ଫାଇଲ:|423px|page=157]]
ଫଟୋ-୪୧(କ) : ଆର ଗଣ୍ଠି
[[ଫାଇଲ:|423px|page=157]]
ଫଟୋ-୪୧(ଖ) : ଆର ଗଣ୍ଠି

ଅର୍କକ୍ଷେତ୍ର କୋଣାର୍କ . ୧୫୭