ପୃଷ୍ଠା:Arkakshetra konark.pdf/୧୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସାରଣୀ - ୧

ବଂଶାବଳୀ

ନାମ ସିଂହାସନ ଆରୋହଣ ଉପ‌ପାଦିତ ଶାସନ କାଳ କୃପାସିନ୍ଧୁ ପ୍ରଦତ୍ତ ଶାସନ କାଳ
୪ ଅଙ୍କ/ଇଂ.ବର୍ଷ
ଚୋଡ଼ଗଙ୍ଗ ଦେବ ୯୯୯ ଶକ - ୧୦୭୫ ଖ୍ରୀ.ଅ. ୭୦
କାମାର୍ଣ୍ଣବ ଦେବ ୧୧୪୫ ଖ୍ରୀ.ଅ. ୧୦ ୧୦/୦୮
ରାଘବ ୧୧୫୫ ଖ୍ରୀ.ଅ. ୧୫ ୧୫/୧୨
ରାଜରାଜ (୨) ୧୧୭୦ ଖ୍ରୀ.ଅ. ୨୫ ୨୫/୨୦
ଅନିୟଙ୍କଦେବ/ଅନଙ୍ଗଭୀମଦେବ (୧) ୧୧୯୫ ଖ୍ରୀ.ଅ. ୧୦ ୧୦/୦୮
ରାଜରାଜ (୩) ୧୨୦୫ ଖ୍ରୀ.ଅ. ୨୦ ୧୭/୧୪
ଅନିୟଙ୍କଦେବ-ଅନଙ୍ଗଭୀମଦେବ(୨) ୧୨୨୫ ଖ୍ରୀ.ଅ. ୩୩ ୩୪/୨୮
ନରସିଂହ ଦେବ(୧) ୧୨୫୮ ଖ୍ରୀ.ଅ. ୩୩/୨୭
ଭାନୁଦେବ (ବର୍ତ୍ତମାନ ସଂଯୋଜିତ) ୧୮/୧୫
ମୋଟ ୧୮୩

ସାରଣୀର ପ୍ରଥମ ଓ ଦ୍ୱିତୀୟ ସ୍ତମ୍ଭ ଗାଙ୍ଗୁଲୀ ପ୍ରଦତ୍ତ ତଥ୍ୟ ଅନୁଯାୟୀ (O & HR, P-୪୮୦) ଏବଂ ଚତୁର୍ଥ ସ୍ତମ୍ଭର ପ୍ରଥମ ବିଭାଗ, ଅର୍ଥାତ୍‍ ବର୍ଷ ପର୍ଯ୍ୟନ୍ତ କୃପାସିନ୍ଧୁଙ୍କ ତଥ୍ୟାନୁଯାୟୀ (କୋଣାର୍କ-ପୃ-୧୪୧) ଗଠିତ ହୋଇଛି । ତେବେ କୃପାସିନ୍ଧୁ କେଉଁ ବର୍ଷ କଥା କହିଛନ୍ତି- ଅଙ୍କ ବର୍ଷ ଅଥବା ଇଂରାଜୀ ବର୍ଷ ? ଯେହେତୁ ବର୍ଷ କଡ଼ରେ ବନ୍ଧନୀ ମଧ୍ୟରେ ଅନୁଶାସନର ଶ୍ଳୋକ ସଂଖ୍ୟା ଦିଆଯାଇଛି ଏବଂ ଶ୍ଳୋକ ରଚନା ସମୟରେ ଇଂରାଜୀ ବର୍ଷର ପ୍ରଚଳନ ନଥିଲା । ସେ ଯୁଗରେ, ପ୍ରଚଳିତ ଅଙ୍କକୁ କରୁଣାସାଗରଙ୍କ ସୂତ୍ର ଅନୁଯାୟୀ (୩୩-୨୭ ଇଂରାଜୀ ବର୍ଷ - Page-୧୮) । ଦ୍ୱିତୀୟ ଭାଗରେ ଇଂରାଜୀ ବର୍ଷରେ ରୂପାନ୍ତରିତ କରାଗଲା । କୃପାସିନ୍ଧୁ କହିଥିବା ୨୧ ଅଙ୍କକୁ ୧୭ ବର୍ଷ ମଧ୍ୟ ଏ କନ୍‍ଭରସନ୍‍ ଫ୍ୟାକଟର ସହିତ ମିଶିଯାଉଛି । ଗାଙ୍ଗୁଲୀ "ଶକ'କୁ ପ୍ରଥମରୁ ହିଁ ଇଂରାଜୀ ADରେ ପରିବର୍ତ୍ତ‌ନ କରିଛନ୍ତି । ଅନଙ୍ଗଭୀମ (୧) ଯାଏ ଯେବେ ଇଂରାଜୀ ବର୍ଷ ଏବଂ ଶକ ସମାନ ରହିଲା, ତାଙ୍କ ପରେ ମିଳୁନାହିଁ କାହିଁକି ? ସ୍ତମ୍ଭ ୩ ଓ ୪ ଭଲ ରୂପେ ନିରୀକ୍ଷଣ କରିଲେ କଥାର ତାତ୍ପର୍ଯ୍ୟ ଜଣାପଡ଼ିବ । ଏ ବିଭ୍ରାନ୍ତିର ସମାଧାନ ହୋଇଯିବ ୨ୟ ସାରଣୀ ଗଢ଼ିଲା ବେଳକୁ ।

ବଂଶାବଳୀରେ ଶାସନ ବର୍ଷର ଫରକ୍‍ ଛଡ଼ା ଗୋଟିଏ ଗୁରୁତର ପ୍ରଶ୍ନ ଉଠୁଛି । ଚୋଡ଼ଗଙ୍ଗଦେବ ଉତ୍କଳ ଜୟ କରି ଓଡ଼ିଶା ଆସିଥିଲେ । ସେତେବେଳେ ତାଙ୍କ ବୟସ ଯଦି ଅନ୍ୟୁନ ୩୦ ହୋଇଥାଏ, ସିଏ ୧୦୦ବର୍ଷ ବୟସ ଯାଏ ରାଜ୍ୟ ଶାସନ କରିଥିଲେ । ସେ ସମୟର ରାଜନୈତିକ ଉତ୍‍ଥାନପତନ କାଳରେ ଏହା ସମ୍ଭବ ମନେ ହୁଏନା । କୃପାସିନ୍ଧୁ ମଧ୍ୟ ଏ ପ୍ରଶ୍ନ ଉଠେଇଛନ୍ତି କିନ୍ତୁ କୌଣସି ସମାଧାନ ଦିଗକୁ ଆଗେଇ ନାହାଁନ୍ତି । କାରଣ ସେ ମାଦଳାପାଞ୍ଜିକୁ ଅଭ୍ରାନ୍ତ ଭାବି ଅନ୍ୟ କୌଣସି ସହଯୋଗୀ ପ୍ରମାଣ ଆବଶ୍ୟକ ମନେ କରି ନାହାନ୍ତି । ଅଧିକାଂଶ ଐତିହାସିକ, ୧ମ ନରସିଂହ ଦେବଙ୍କ ସିଂହାସନାରୋହଣ ୧୨୩୮ଖ୍ରୀଷ୍ଟାବ୍ଦ ମାନୁଛନ୍ତି, ଯାହା ମୂଳତଃ ମାଦଳାପାଞ୍ଜି ଉପରେ ନିର୍ଭର କରୁଛି । ମାଦଳାପାଞ୍ଜିରେ ମଧ୍ୟ କିଛି ସ୍ୱ-ବିରୋଧ ଓ ଅତିଶୟୋକ୍ତି ଅଛି । କିନ୍ତୁ ମାଦଳାପାଞ୍ଜିକୁ ଛାଡ଼ି ମଧ୍ୟ ହେବ ନାହିଁ । କାରଣ, ଓଡ଼ିଶାରେ କ୍ରମାନ୍ୱୟରେ ଲିଖିତ ମୁଖ୍ୟ ଘଟଣାଗୁଡ଼ିକର ଉପସ୍ଥାପନା ଏକମାତ୍ର ମାଦଳାପାଞ୍ଜି ।

ଯେପରି ନରସିଂହଦେବଙ୍କ ସିଂହାସନ ଆରୋହଣର ବର୍ଷ ନେଇ ବିରୋଧ ଅଛି, ବଂଶର ମୂଳ ଚୋଡ଼ଗଙ୍ଗଦେବଙ୍କ ଶାସନକାଳ ମଧ୍ୟ ସେହିପରି ବିବାଦମୁକ୍ତ ନୁହେଁ । ଚୋଡ଼ଗଙ୍ଗଦେବଙ୍କ ସିଂହାସନ ଆରୋହଣର ବର୍ଷ ବିଭିନ୍ନ ସୂତ୍ର ମତେ ନିମ୍ନ ପ୍ରକାରର ।

୧୬ . ଅର୍କକ୍ଷେତ୍ର କୋଣାର୍କ