ପୃଷ୍ଠା:Arkakshetra konark.pdf/୨୬୩

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

Humanity has a duty to preserve this monument, one of the very great architectural treasures not of India alone, but of the whole world, a precious heritage for present as well as for future generations. We therefore would like to urge the Government of India and also to appeal to world opinion and world organisations such as the UNESCO, to leave not a stone unturned - in the literal and in the figurative sense - in order to reconstruct this unique monument as far as possible and to rescue it from final destruction, before it is too late."

ଏ ସ୍ୱପ୍ନରେ ଆହୁରି ମଧ୍ୟ ସାମିଲ ଅଛନ୍ତି ବିଖ୍ୟାତ ଶିଳ୍ପ ସମାଲୋଚକ Charles Luis Fabri; ଏହା ତାଙ୍କର ସ୍ୱପ୍ନ ନୁହେଁ ପ୍ରତ୍ୟୟ ।

"Removing this (sand), and reinforcing the seven hundred year old structure is a task that would baffle almost any architect, and would cost a fabulous sum. No doubt, it will be done one day." (FabriHistory of the Art of Orissa- P.166).

ନବ ନିର୍ମାଣ :

"କୋଣାର୍କ ଭଳି ଆଉ ଏକ 'ନବ କୋଣାର୍କ'ର ନିର୍ମାଣ ନେଇ ମତ ଉଠୁଛି ବିଭିନ୍ନ ବର୍ଗରୁ । କେହି କେହି ଏଭଳି ପ୍ରସ୍ତାବର ସମର୍ଥନ କରି ମତ ଦେଉଛନ୍ତି ତ ଆଉ କିଏ 'ଏହା ଅତି ଅବାସ୍ତବ ଯୋଜନା' ଏବଂ 'କଳ୍ପନା' ବୋଲି ସ୍ପଷ୍ଟ ମତ ମଧ୍ୟ ଦେଇଛନ୍ତି ।" (୩୦୭)

ଯେହେତୁ ଏ ଲେଖକ ଏଇ, 'ଅତି ଅବାସ୍ତବ ଯୋଜନା' ସପକ୍ଷରେ ବିଭିନ୍ନ ସମୟରେ ଲେଖାଲେଖି କରିଛି, ଏଠାରେ ଗୋଟିଏ ସ୍ପଷ୍ଟୀକରଣ ଦେବାର ପ୍ରୟୋଜନ ବୋଧ କରୁଛି । ସମାଲୋଚନାର ଜବାବ କେତୋଟି ଉଦାହରଣ ଦ୍ୱାରା ଦିଆଯାଇପାରେ ।

ସପ୍ତାଶ୍ଚର୍ଯ୍ୟରୁ ଗୋଟିଏ ତାଜ୍‍ମହଲ । ତାହାର ଗୋଟିଏ ଅବିକଳ ନକଲ (ମୂଳ ଠାରୁ କିଛି ଛୋଟ) ଗଢ଼ା ଯାଇଛି ଦୁବାଇର ଗ୍ଲୋବାଲ ଭିଲେଜ୍‍ରେ (Indian Express - ୧ February, ୨୦୦୬) । ଅଳ୍ପଦିନ ତଳେ ବାଂଲାଦେଶରେ ଆଉ ଗୋଟିଏ ତାଜମହଲ ଗଢ଼ି ଉଠିଛି । ଦିଲ୍ଲୀର ୧୪୦ ଫୁଟ୍‍ ଉଚ୍ଚ ଅକ୍ଷରଧାମ ମୁଖ୍ୟତଃ ଓଡ଼ିଆ ଶିଳ୍ପୀମାନଙ୍କର ପାଞ୍ଚବର୍ଷ ସାଧନାର ଫଳ (ସମ୍ବାଦ-୨୧ ଫେବୃୟାରୀ, ୨୦୦୬) । ସମାଲୋଚକମାନଙ୍କ ମତରେ ସେଇ ଓଡ଼ିଆ ଶିଳ୍ପୀମାନେ ନିଜ ମାଟିରେ ନିଜର ପୂରାକୀର୍ତ୍ତିି ପୁଣି ଗଢ଼ି ପାରିବେ ନାହିଁ - ଏଇ ହୀନମନ୍ୟତା କେତେକ ଓଡ଼ିଶାବାସୀଙ୍କୁ କେତେଦୂର ଘାରିଛି, ଏ ସମାଲୋଚନା ତାହାରି ପ୍ରକାଶ ।

ପ୍ରସ୍ତାବଟିର ଗୁରୁତ୍ୱପୂର୍ଣ୍ଣ ଦିଗଟି ଦେଖାଯାଉ । କୋଣାର୍କ ସମ୍ବନ୍ଧରେ ଆଜି ଦେଶ-ବିଦେଶରେ Heritage ବୋଲି ଗୋଟିଏ ଶବ୍ଦର ବହୁଳ ବ୍ୟବହାର ହେଉଛି । Heritage ଶବ୍ଦଟିର ଅର୍ଥ କ'ଣ ? ପଣ୍ଡିତ ଶତ୍ରୁଘ୍ନ ନାଥ 'The new dictionary' ରେ ଯେଉଁ କେତେଗୁଡ଼ିଏ ଅର୍ଥ ଦେଇଛନ୍ତି ତନ୍ମଧ୍ୟରେ "ଉତ୍ତରାଧିକାର ସୂତ୍ରରେ ପ୍ରାପ୍ତ, ଦାୟ, ପରମ୍ପରା' ବିଶେଷ ରୂପେ ପ୍ରଯୁଜ୍ୟ ମନେ ହୁଏ । 'ପରମ୍ପରା' କ'ଣ ? ଏହା କ'ଣ ମୂର୍ତ୍ତିିରେ ଅଛି, ନା କାରୁକାର୍ଯ୍ୟରେ ଅଛି, ନା ମନ୍ଦିର ଗଠନରେ ଅଛି, ନା ବିଗ୍ରହରେ ଅଛି, ଅଥବା ସାମଗ୍ରିକ ଭାବେ କୀର୍ତ୍ତିିଟି ପଛରେ ଥିବା ଦାର୍ଶ‌ନିକତାରେ ଅଛି ? ସାମଗ୍ରିକ ଭାବେ ସେ ସମୟର ପରିପ୍ରକାଶ ପରମ୍ପରା ଅଥବା Heritage । INTACH ଠାରୁ ବାରେ ବାରେ ତାଗିଦ୍‍ ଆସୁଛି କୋଣାର୍କର ଯେଉଁ ସବୁ ଶିଳ୍ପ କାର୍ଯ୍ୟ ଭାଙ୍ଗି ଯାଇଛି ତାହାର ଭଙ୍ଗା ଅଂଶ ସାଦା ପଥରରେ ନ ଯୋଡ଼ି ଠିକ୍‍ ସେହିପରି କାର୍ଯ୍ୟକରି ଯୋଡ଼ିବା ଉଚିତ୍‍ । ଓଡ଼ିଶାର ପଥର ଶିଳ୍ପୀ ଏବେ ମଧ୍ୟ ସେଇପରି କାମ କରିପାରିବେ, ତେବେ ସେ ଯୋଡ଼ ମିଶିବ ତ ? ଏହା ଶିଳ୍ପୀର କୁଶଳତା ପ୍ରତି ଆକ୍ଷେପ ନୁହେଁ । ସୂତ୍ରଧର ଦମ୍ପତିଙ୍କ ମୂର୍ତ୍ତି କଥା ଚିନ୍ତା କରନ୍ତୁ (ଫ ଟୋ-୪୫, ପୃଷ୍ଠା୧୬୪) । ତଳ ଅଂଶରେ ବ୍ୟବହୃତ ପଥର, ଉପରେ ବ୍ୟବହୃତ ପଥର ସମ ମାନର ନ ହୋଇଥିବାରୁ ପରିବେଶଜନିତ କ୍ଷୟ କ୍ଷତି ତଳ ପଥର ଦେହରେ ଅତି ଅଧିକ ହୋଇଛି । ସେ ଅଂଶଟି ନୂଆ କରି ଯୋଡ଼ିଦେଲେ ଉପର ଅଂଶ ସହିତ ସାମଞ୍ଜସ୍ୟ ରଖି ପାରିବ କି ? ଉପର ପଥର ଏତେ କ୍ଷତି ଗ୍ରସ୍ତ ନହେଲେ ମଧ୍ୟ ବସନ୍ତ ଚିହ୍ନ ଭଳି କ୍ଷୟ କିଛି ହୋଇଛି ଯାହା ନୂଆ କରି ଗଢ଼ାହୋଇଥିବା ପଥରରେ ରହିବ ନାହିଁ । ଏହାର ସମାଧାନ କ'ଣ ? ଯେବେ ମୂର୍ତ୍ତିିଟି ସମ୍ପୂର୍ଣ୍ଣ ରୂପେ ବଦଳେଇ ଦିଆଯାଏ ପାରିପାର୍ଶ୍ୱିକ ଅନ୍ୟାନ୍ୟ ମୂର୍ତ୍ତିି ସହିତ ସାମଞ୍ଜସ୍ୟ ରଖିବ ନାହିଁ । ଯେଉଁ ମୂର୍ତ୍ତିି କୁଷ୍ଠରୋଗ ଗ୍ରସ୍ତ ଭଳି ହୋଇଯାଇଛି ଏବଂ କେତେକ ଅଂଶ ନାହିଁ ତାହାର restoration ହେବ କିପରି ? ଏ ସବୁ କଥା କହିବାର ଉଦ୍ଦେଶ୍ୟ ଏହା ନୁହେଁ ଯେ, ଏପରି ଚେଷ୍ଟା ହେବା ଉଚିତ୍‍ ନୁହେଁ (ଅନ୍ତତଃ ସାଦା ପଥର ଯୋଡ଼ିବା ଠାରୁ ଅନେକ ଭଲ); ଏକଥା କହିବାର ଉଦ୍ଦେଶ୍ୟ, ଏକା ପ୍ରକାର ଭାସ୍କର୍ଯ୍ୟ ସମଷ୍ଟି, 'ନବକୋଣାର୍କ' ନାମରେ ନୂଆ କରି ଅନ୍ୟତ୍ର ଗଢ଼ି ଦେଲେ ପରମ୍ପରାର ବିନାଶ ହେବ ନାହିଁ ବରଂ ସଂରକ୍ଷଣ ଆହୁରି ଦୀର୍ଘସ୍ଥାୟୀ ହେବ । ଅନ୍ୟ ଗୋଟିଏ ଦିଗରୁ ଆଲୋଚନାଟି କରାଯାଉ ।

ରାମାୟଣ ଓ ମହାଭାରତ ମହାକାବ୍ୟ ଦ୍ୱୟ ବିଗତ ଶହ ଶହ ବର୍ଷ ମଧ୍ୟରେ କେତେ ଲେଖକ କେତେ ଥର ଲେଖି ସାରିଲେଣି ଏବଂ ଲେଖାମାନଙ୍କରେ ବିଭିନ୍ନ ବ୍ୟାଖ୍ୟା ମଧ୍ୟ ଆସିଛି, ତଥାପି ଆଦୃତ ହୋଇଛି । ଏହାଦ୍ୱାରା କ'ଣ ରାମାୟଣ, ମହାଭାରତ ସେଇ ମହାକାବ୍ୟ ନ ରହି