ପୃଷ୍ଠା:Asha Tara Dekhiba.pdf/୧୦୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଶୁକ୍ର: ସୂର୍ଯ୍ୟର ଏହା ଦ୍ୱିତୀୟ ନିକଟତମ ଗ୍ରହ । ତେଣୁ ବୁଧ ଭଳି ଏହାକୁ ଦେଖିବାରେ ମଧ୍ୟ କେତେକ ଅସୁବିଧା ରହିଛି । ସୂର୍ଯ୍ୟଠାରୁ ୪୭o କୋଣ ଭିତରେ ସେ ସବୁବେଳେ ରହିବ । ତେଣୁ କେବେ ପାହାନ୍ତାରେ ପୂର୍ବ ଦିଗରେ ବା ଆଉ କେବେ ସନ୍ଧ୍ୟାରେ ପଶ୍ଚିମ ଦିଗରେ ଆମେ ତାକୁ ଅତି ବେଶୀରେ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ଦେଖି ପାରିବା । ଏହା ଦୀପ୍ତି –୪.୩ ପର୍ଯ୍ୟନ୍ତ ଉଜଳ ହୋଇପାରେ ବା ସୂର୍ଯ୍ୟ ଓ ଚନ୍ଦ୍ର ପରେ ଆକାଶରେ ତୃତୀୟ ଉଜଳତମ ବସ୍ତୁ ହୁଏ । ଅଧିକ ଉଜଳ ହେଉଥିବାରୁ ସୂର୍ଯ୍ୟର ୬ ପାଖରେ ଥିଲେ ବି ବେଳେ ବେଳେ ଦେଖାଯାଏ । ଶୁକ୍ର ଗ୍ରହଉଭୟ ପାହାନ୍ତି (କୁଆଁ) ଓ ସଞ୍ଜ ତାରା ଭାବରେ ମଣିଷର ଅତି ଚିହ୍ନା । ବୁଧ ଭଳି ଶୀଘ୍ର ନ ହେଲେ ମଧ୍ୟ ତାରାଙ୍କ ଭିତରେ ଏହାର ସ୍ଥାନ ବର୍ଷ ସାରା ବଦଳୁଥାଏ । ତେଣୁ ପ୍ରତି ବର୍ଷର ପାଞ୍ଜିରୁ ଏହାର ଅବସ୍ଥିତି ଜାଣି ଆକାଶରେ ଦେଖିହେବ ।

ସୂର୍ଯ୍ୟ ଓ ପୃଥିବୀ ଭିତରେ ରହୁଥିବାରୁ ବୁଧ ଓ ଶୁକ୍ର ଗ୍ରହ ଦୁହିଁଙ୍କର ଆଲେ।କିତ ଅଂଶ କମେ ଓ ବଢେ । ଅର୍ଥାତ ଚନ୍ଦ୍ର ଭଳି ଏମାନଙ୍କର କଳାର କ୍ଷୟ ବୃଦ୍ଧି ଦେଖାଯାଏ । ଛୋଟ ଦୂରବୀକ୍ଷଣ ଯନ୍ତ୍ରରେ ଶୁକ୍ରର କଳା ସହଜରେ ଦେଖିହୁଏ । ପୃଥିବୀର ନିକଟତମ ଅବସ୍ଥାରେ ଶୁକ୍ର ଉଜଳତମ ଦେଖାଯାଏ । କିନ୍ତୁ ତା’ର ଆଲୋକିତ ଅଂଶ ପ୍ରଥମୀ ଜହ୍ନର ସରୁ ଚିରୁଡ଼ା ଭଳି ହୋଇଥାଏ ।

ଭୂ-ପର ଗ୍ରହ (ସୁପିରିଅର୍ ପ୍ଲାନେଟ୍‌ସ୍):

ମଙ୍ଗଳ, ବୃହସ୍ପତି ଓ ଶନି ପୃଥିବୀ କକ୍ଷପଥର ବାହାରେ ରହି ସୂର୍ଯ୍ୟ ଚାରିପଟେ ବୁଲନ୍ତି । ତେଣୁ ସେମାନେ ତାରା ଭଳି ଆକାଶରେ ସବୁ ଉଚ୍ଚତାରେ (କିନ୍ତୁ ରାଶି ମଣ୍ଡଳ ଭିତରେ) ଦେଖା ଯାଆନ୍ତି । ସେମାନଙ୍କର ସୂର୍ଯ୍ୟ ପରିକ୍ରମଣ ଗତି ମଧ୍ୟ ଧୀର । କାରଣ ସୂର୍ଯ୍ୟଠାରୁ ଦୂରତା ବଢିବା ସହିତ ଏହି ବେଗ କମିଚାଲେ । ତେଣୁ ଏହି ଗ୍ରହମାନେ ଗୋଟିଏ ଗୋଟିଏ ତାରା ଦଳ ପାଖରେ ଅଧିକ ସମୟ କଟାଇଲା ଭଳି ମନେ ହୁଏ । ତଥାପି ବର୍ଷକ ଭିତରେ ସେମାନଙ୍କର ଉଦୟ ଅସ୍ତ ସମୟ ବଦଳି ଚାଲିଥାଏ । ପୃଥିବୀ ସହିତ ଆମେ ସୂର୍ଯ୍ୟର ଚାରିପଟେ ବୁଲୁଥିବା ଯୋଗୁଁ ସୂର୍ଯ୍ୟ-ଗ୍ରହ ଲମ୍ବନ ବଦଳିବା ଫଳରେ ଏଭଳି ହୋଇଥାଏ ।

ଏହି ଗ୍ରହମାନଙ୍କର ଅବସ୍ଥିତି ଜାଣିବାରେ ପାଖ ମାନଚିତ୍ର ଓ ସାରଣୀଗୁଡିକ (ପୃଷ୍ଠା ୧୦୪-୧୦୬) ଆମକୁ ସାହାଯ୍ୟ କରିବ । ମାନଚିତ୍ରରେ କ୍ରାନ୍ତିପଥ ଅଞ୍ଚଳର ତାରାମଣ୍ଡଳଗୁଡିକ ଦେଖାଯାଇଛି । ସାରଣୀରେ ସୂର୍ଯ୍ୟ, ମଙ୍ଗଳ, ବୃହସ୍ପତି ଓ ଶନିଙ୍କର ଖଗୋଳ-ଦ୍ରାଘିମା (ଲଙ୍ଗିଚୁଡ଼୍ ବା ଧ୍ରୁବ - ଡିଗ୍ରୀ କୋଣ ମାପରେ) ପ୍ରତି ମାସର ଆରମ୍ଭ ପାଇଁ ଦିଆ ଯାଇଛି । ମାନଚିତ୍ରରେ କ୍ରାନ୍ତିପଥ ଉପରେ ଏହି ଦ୍ରାଘିମାଗୁଡିକର ମାପ ରହିଛି । ଏଥିରୁ

୯୯