ପୃଷ୍ଠା:Asha Tara Dekhiba.pdf/୧୧୩

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସୂର୍ଯ୍ୟ ଯେଉଁଦିନ କୌଣସି ନୂଆ ରାଶିରେ ପଶେ ସେ ଦିନ‌କୁ ସେ ମାସର ସଂକ୍ରାନ୍ତି କୁହାଯାଏ । ଏହିଭଳି ୧୨ଟି ମାସର ୧୨ଟି ସଂକ୍ରାନ୍ତି ରହିଛି । ସଂକ୍ରାନ୍ତି ତିଥିଟି ସୌର ମାସର ଆରମ୍ଭ ଦିନ । ଏହାର କିନ୍ତୁ ଚାନ୍ଦ୍ର ମାସ (ପୂର୍ଣ୍ଣମୀରୁ ପୂର୍ଣ୍ଣମୀ ) ସ‌ହିତ କିଛି ସିଧାସଳଖ ସମ୍ପର୍କ ନାହିଁ । ସୌର ମାସର ତିଥି ବା ସଂକ୍ରାନ୍ତି ଜାଣିବା କିନ୍ତୁ ଏଡେ ସିଧାସଳଖ କାମ ନୁହେଁ ।

[[ଫାଇଲ:|359px|page=113]]



ସୂଯର ଉଦୟ ଅସ୍ତକୁ ଲକ୍ଷ୍ୟ କଲେ ବର୍ଷକ ଭିତରେ ଚାରୋଟି ବିଶେଷ ଦିନ ଜାଣିହୁଏ । ବର୍ଷର ଦୁଇଟି ନିର୍ଦ୍ଦିଷ୍ଟ ଦିନରେ ସୂର୍ଯ୍ୟ ଠିକ୍ ପୂର୍ବ ଦିଗରେ ଉଦୟ ହୁଏ ଓ ପଶ୍ଚିମ ଦିଗରେ ଅସ୍ତ ହୁଏ । ସେ ସମୟରେ ରାତି ଓ ଦିନ ପ୍ରାୟ ସମାନ ଥାଏ । ଗୋଟିଏ ଦିନରେ ଏହା ପୂରା ଉତ୍ତର-ପୂର୍ବ ଦିଗରେ ଉଦୟ ହୁଏ । ସେଦିନ ଦିନ ୧୨ଟା ବେଳେ ସୂର୍ଯ୍ୟ ଦକ୍ଷିଣ ଦିଗ୍‌ବଳୟଠାରୁ ସବୁଠାରୁ ଅଧିକ ଉଚ୍ଚରେ ରୁହେ । ବର୍ଷର ଆଉ ଗୋଟିଏ ଦିନ ସୂର୍ଯ୍ୟ ପୂର୍ବ ଦିଗ୍‌ବଳୟରେ ସବୁଠାରୁ ଦକ୍ଷିଣ ଆଡକୁ ରୁହେ । ସେଦିକ ଏହା ଦକ୍ଷିଣ ଆକାଶରେ ବେଶ୍ ତଳକୁ ଢ଼ଳି ରହି ପଶ୍ଚିମକୁ ଯାଏ । ସୂର୍ଯ୍ୟ ର ଏହି ଉତ୍ତର ଦକ୍ଷିଣ ହେବାକୁ ନେଇ ପୃଥିବୀର ଋତୁଚକ୍ର ଓ ମଣିଷର କ୍ୟାଲେଣ୍ଡର ତିଆରି ।

୧୧୨